ପ୍ରଶାସନ କୁ ଫୁ..! :ଚଢ଼ାଉ ପରେ ବି ନଳବଣ୍ଟା ରେ ଚାଲିଛି ବେଆଇନ ବାଣ ପ୍ରସ୍ତୁତି….!

ପ୍ରଶାସନ ଓ ବାଣ ମାଫିଆ ଙ୍କ ଭିତରେ ହୋଇଛି କି ଫିକ୍ସଙ୍ଗ..?!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ମିନି ଶିବକାଶୀ ରୂପେ ପରିଚିତ ନଳ ବଣ୍ଟା ଗ୍ରାମ। ଏଠାକାର ବାଣର ଚାହିଦା ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ବି ରହିଛି। ଏଠାରେ ବର୍ଷ ତମାମ ଗ୍ରାମର ଅଧିକାଂଶ ପିଲାରୁ ବୁଢ଼ା ସମସ୍ତେ ବିଭିନ୍ନ ପ୍ରକାର ବାଣ ପ୍ରସ୍ତୁତ କରନ୍ତି। ବାଣରେ ଅଧିକ ଲାଭ ଥିବା ଯୋଗୁଁ ଜୀବନକୁ ବାଜୀ ଲଗାଇ ମଧ୍ୟ ଏହି ବାଣ ପ୍ରସ୍ତୁତ କରନ୍ତି। ପ୍ରଶାସନ କାଁ ଭାଁ ଦୀପାବଳୀ ପୂର୍ବରୁ ଚଢ଼ାଉ କରି କିଛି ବାଣ ଜବତ କରିବା ସହ ଜଣେ ଦୁଇ ଜଣଙ୍କୁ ଗିରଫ କରିବାର ନଜିର ରହିଛି। ଖବର ପ୍ରକାଶନ ପରେ ଗତ ୭ ତାରିଖ ଦିନ ପୋଲିସ ଓ ପ୍ରଶାସନ ପକ୍ଷରୁ ନଳ ବଣ୍ଟା ଗ୍ରାମରେ ଚଢ଼ାଉ କରାଯାଇଥିଲା। ପୁଣି ବେଆଇନ ବାଣ ପ୍ରସ୍ତୁତ ଚାଲିଥିବା ଓ ଗୁପ୍ତ ଗୋଦାମ ରେ ମହଜୁଦ ଥିବା ଏକ ନିର୍ଭର ସୂତ୍ରରୁ ଜଣାପଡିଛି। ଏହି

ବେଆଇନ ବାଣ ପ୍ରସ୍ତୁତି ପ୍ରଶାସନ କୁ ସାଇଲେନ୍ସ ପ୍ଲିଜ କରି ହେଉଥିବା ଚର୍ଚ୍ଚା ହେଉଛି। ଚଢ଼ାଉ ପୂର୍ବରୁ ଗ୍ରାମରେ ଦଲାଲ ମାନଙ୍କୁ ପୂର୍ବ ସୂଚନା ଦେଇ ଚଢ଼ାଉ ହୁଏ ବୋଲି ଆଲୋଚନା ବି ହୁଏ। ଆଗକୁ ଦୀପାବଳୀ ପାଇଁ ରାତ୍ର ସମୟରେ ଗୁପ୍ତ ଗୋଦାମ ରୁ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାକୁ ବାଣ ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି। ଜିଲ୍ଲା ପ୍ରଶାସନ ସବୁ ଜାଣି ବି ଚୁପ ଯାହାକି ଅନେକ ସନ୍ଦେହ ଉଙ୍କି ମରୁଛି l ବାଣ ବ୍ୟବସାୟୀ ଓ ପ୍ରଶାସନ ମଧ୍ୟରେ କିଛି ଫିକ୍ସଙ୍ଗ ହୋଇଛି ବୋଲି ଏବେ ସାଧାରଣ ରେ ଚର୍ଚ୍ଚା ହେଲାଣି l ଆସିକା ପୋଲିସ ବିଭାଗ ଧୃତରାଷ୍ଟ ପାଲଟିଛି ସୂଚନା ଥାଉକି ଏଠାରେ କୋଟି କୋଟି ଟଙ୍କା ର ବ୍ୟବସାୟ ହୁଏ ଜିଲ୍ଲା ତଥା ରାଜ୍ୟ ବାହାରକୁ ମଧ୍ୟ ଚୋରା ଚାଲାଣ ହୁଏ ତଥାପି ପ୍ରଶାସନ ନୀରବ ଗଣମାଧ୍ୟମ ରେ ଖବର ପ୍ରସାର ପରେ ଧର୍ମକୁ ଆଖିଠାର ପରି ଚଢାଉ ହୁଏ l ବର୍ତ୍ତମାନ ବାରୂଦ ଗଦା ରେ ଆସିକା କିଛିବି ଅଘଟଣ କୁ ଏଡାଇ ଦେଇ ହେବନି ଏଥିପାଇଁ ପ୍ରଶାସନ ଦାୟୀ ରହିବ ତ..? ଏହା ସାଧାରଣ ଲୋକଙ୍କ ପ୍ରଶ୍ନ..? ତଳ ଦିନେ ଖଲ୍ଲିକୋଟ ରେ ବାଣ ପ୍ରସ୍ତୁତି ବେଳେ ଅଘଟଣ ଘଟିଛି ଯାହାକି ଉଭୟ ପୋଲିସ ଓ ଶ୍ରମ ଅଧିକାରୀ ବିଭାଗ କୁ ଆଙ୍ଗୁଠି ଉଠିଛି ଯାହାକି ଜଣେ କୋମଳମତି ଛାତ୍ର ଆହତ ହୋଇଛି l ତଥାପି ଚେତା ପସିନି ପ୍ରଶାସନ କୁ ଦେଖାଯାଉ ଆଗକୁ କଣ ସବୁ ଘଟୁଛି ତାହା ସମୟ କହିବ…

nis-ad
Leave A Reply

Your email address will not be published.