ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ସାମ୍ନାକୁ ଆସିଲା ସିସିଟିଭି

ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ । ଶୁକ୍ରବାର ସନ୍ଧ୍ୟା ସମୟରେ ବକ୍ସି ରାମଚନ୍ଦ୍ର ପ୍ରତିହାରୀ ତାଙ୍କ ସ୍କୁଟରରେ ବସି ବାହାରିବା ବେଳେ ପଛ ଆଡୁ ଆକ୍ରମଣ କରିଥିଲା ଦୁର୍ବୃତ୍ତ । କିଭଳି ଭୁଜାଲି  ଧରି ପଶ୍ଚିମଦ୍ବାର ସମ୍ମୁଖକୁ ଆସି ପ୍ରଥମେ ପିଠିକୁ ଆକ୍ରମଣ କରିଥିଲେ ପରେ ହାତକୁ ଆକ୍ରମଣ କରିଥିଲେ ତାହାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ପରେ ଗାଡି ଛାଡି ଦୌଡିଯିବା ବେଳେ ତାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।

ତେବେ ସେଠି ପ୍ରଶ୍ନ ଉଠୁଛି ପଶ୍ଚିମ ଦ୍ବାର ସମ୍ମୁଖରେ ପୋଲିସ ଅଛନ୍ତି। ସିକୁରିଟି ଗାର୍ଡ ଅଛନ୍ତି ହେଲେ ସମସ୍ତେ ଥିଲେ ମଧ୍ୟ ଏହି ଦୃଶ୍ୟ ସମୟରେ କେହି ନଜର ଆସୁନଥିଲେ କାହିଁକି । କାହିଁକି ଏନେଇ କେହି ପ୍ରତିବାଦ କରିନଥିଲେ । ସେପଟେ ଘଟଣାକୁ ୨୪ ଗୋଟେ ଦିନ ବିତିଯାଇଥିଲେ ମଧ୍ୟ ଏନେଇ ପୋଲିସ୍ କାମର୍ଯ୍ୟ ଧିମା ପଡିଥିବା ଚର୍ଚ୍ଚା ହେଉଛି । ଏପର୍ଯ୍ୟନ୍ତ ଦୁର୍ବୃତ୍ତଜଣଙ୍କ କିଏ ଥିଲା ତାହା ଜଣାପଡିନାହିଁ ।

ସେପଟେ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ ନିଲମ୍ବିତ କରିଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କ ସେବା ପୂଜାରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ତାଙ୍କ ପ୍ରବେଶ ଉପରେ ବି ନିଷିଦ୍ଧାଦେଶ ଜାରି କରାଯାଇଛି।

ତେବେ ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ପଶ୍ଚିମ ଦ୍ବାର ନିକଟରେ ବରିଷ୍ଠ ସେବାୟତ ତଥା ସୁପରଭାଇଜର୍ ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ କରିଥିଲେ କିଛି ଦୁବୃର୍ତ୍ତ। ଆନନ୍ଦବଜାରରେ ରାବିଡ଼ି ବିକ୍ରି ବନ୍ଦ କରିବା ପରେ ଆକ୍ରୋଶମୂଳକ ଭାବେ ଏଭଳି ଘଟଣା ଘଟିଥିଲା।

nis-ad
Leave A Reply

Your email address will not be published.