ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜି ମାରିଲେ ଦିନ ମଜୁରିଆଙ୍କ ପୁଅ

ବାଲୁଗାଁ  : ଓଏଏସ ପରୀକ୍ଷାରେ ଦିନ ମଜୁରିଆ ପୁଅଙ୍କ ସଫଳତା । ସଫଳତା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ । ସବୁଆଡୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା । ଆମେ କହୁଛୁ  ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବାଣପୁରର ପୁଅ । ଗତକାଲି ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷାର ଫଳ ପ୍ରକାଶ ପାଇଛି ।  ସେଥିରୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରୁ ଉତିର୍ଣ୍ଣ ହୋଇଛନ୍ତି ସର୍ବମୋଟ ୫ଜଣ । ସେମାନଙ୍କ ଭିତରୁ ଦୁଇ ଜଣ ମହିଳା ଥିବାବେଳେ ୩ ଜଣ ପୁରୁଷ   ।

ତେବେ ଉକ୍ତ ପରୀକ୍ଷାରେ ସାରା ଓଡ଼ିଶାରେ ୨୪୭  ର‍୍ୟାଙ୍କରେ ରହିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଭାପୁର ଗ୍ରାମର ପ୍ରକାଶ ଜେନାଙ୍କ ବଡ଼ ପୁଅ ରାକେଶ କୁମାର ଜେନା ।  ବାପା ପ୍ରକାଶ ଜେନା ପେଶାରେ ଜଣେ ଦିନ ମୁଜୁରିଆ ଭାବରେ ବିଦେଶରେ କାମ କରୁଥିବା ବେଳେ ମାଆ ଜଣେ ଗୃହିଣୀ ଅଟନ୍ତି । ତେବେ ଦିନକୁ ୫ରୁ ୬ ଘଣ୍ଟା ପରିଶ୍ରମ କରି ସେ ଏହି ସଫଳତା ପାଇଛନ୍ତି । ଏହି ସଫଳତା ପାଇଁ ସେ ନିଜ ବାପା, ମାଆଙ୍କୁ ଶ୍ରେୟ ଦେଇଛନ୍ତି ।

ଗୋଟେ ସାଧାରଣ ପରିବାରରୁ ଆସି ବହୁ ବାଧାବିଘ୍ନ ଅତିକ୍ରମ କରି ନିଜର କଠିନ ପରିଶ୍ରମ ଫଳରେ ପ୍ରଥମ ଥରରେ ଉକ୍ତ ପରୀକ୍ଷାରେ ସଫଳ ହୋଇପାରିଛନ୍ତି ରାକେଶ । ସମାଜରେ ନିଷ୍ପେସିତ ଏବଂ ଅସହାୟ ଜନସାଧାରଣଙ୍କୁ ସାହାଯ୍ୟ କରିବା ତାଙ୍କର ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି । ତେବେ ନିଜର ସଫଳତାର ସମସ୍ତ ଶ୍ରେୟ ନିଜ ମାତା ପିତା ଏବଂ ଗୁରୁଜନ ମାନଙ୍କୁ ଦେଇଛନ୍ତି ରାକେଶ ।

nis-ad
Leave A Reply

Your email address will not be published.