ଦଶହରା ରାତି ପାଲଟିଲା କାଳ ରାତ୍ରି, ନାବାଳିକାକୁ ଛୁରୀ ଦେଖାଇ ସାରା ରାତି ବଳାତ୍କାର, ବଳାତ୍କାରୀ ଫେରାର୍

ମାଲକାନଗିରି : ମାଲକାନଗିରି ଜିଲ୍ଲାବ୍ୟାପୀ ବିଜୟ ଦଶମୀ ପାଇଁ ଦୁର୍ଗା ପେଣ୍ଡାଲ ଗୁଡିକରେ ଉତ୍ସବ ପୂର୍ଣ୍ଣ ବାତାବରଣ ଲାଗି ରହିଥିବା ବେଳେ ମାଲାକନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମଭି ୮୦ ଗ୍ରାମରେ ନାବାଳିକାକୁ ଅମାନୁଷିକ ଭାବେ ବଳାତ୍କାର ଘଟଣା ପୁରା ରାଜ୍ୟରେ ଚର୍ଚିତ ବିଷୟ ପାଲଟିଛି । ସୂଚନା ମୁତାବକ ଗତ ଶନିବାର ରାତି ପ୍ରାୟ ୮ଟା ବେଳେ ଏମଭି ୮୦ ଗ୍ରାମର ଅଶୋକ ସରକାର ନାମକ ଜଣେ ଯୁବକ ସେହି ଗ୍ରାମର ମୁଣ୍ଡରେ ରହୁଥିବା ଜଣେ ବ୍ୟକ୍ତି ମାଛ ଧରିବାକୁ ବାହାରକୁ ଯାଇଥିବା ଜାଣିପାରି ଏହାର ସୁଯୋଗ ନେଇ ତାଙ୍କ ନାବାଳିକା ଝିଅ ଏକାକୀ ଘରେ ଥିବା ସମୟରେ ଘରେ ପଶି ନାବାଳିକା ଜଣଙ୍କୁ ଏକ ଧାରୁଆ ଛୁରୀ ଦେଖାଇ ପ୍ରଥମେ ଚିତ୍କାର କଲେ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହାପରେ ସାରା ରାତି ନାବାଳିକା ଜଣଙ୍କୁ ବାରମ୍ଵାର ଧର୍ଷଣ କରିବା ସହ ଶରୀରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ କାମୁଡି କ୍ଷତାକ୍ତ କରି ପକାଇଥିଲା। ଭୋର ସମୟରେ ଯୁବକ ଜଣଙ୍କ ଘଟଣା ବାବଦରେ କାହାକୁ ଜଣାଇଲେ ହତ୍ୟା କରିବାକୁ ଧମକ ଦେଇ ଅସହାୟ ଭାବେ ନାବାଳିକା ଜଣଙ୍କୁ ଘରେ ଘରେ ଛାଡି ଚାଲିଯାଇଥିଲେ। ତେବେ ନାବାଳିକା ଜଣଙ୍କ କୌଣଷି ମୋତେ ଘଟଣା ସମ୍ପର୍କରେ ନିଜ ଭାଇ କୁ ଫୋନ ଯୋଗେ ଜଣାଇବାରୁ ପାଖଆଖ ଲୋକେ ଆସି ନାବାଳିକାକୁ ଉଦ୍ଧାର କରିବା ସହ ମାଛ ଧରିବାକୁ ଯାଇଥିବା ବାପା ଅବଗତ କରାଇଥିଲେ। ଏହାପରେ ପୀଡିତା, ତାଙ୍କ ବାପା ସମେତ ଗ୍ରାମବାସୀ ମୋଟୁ ଥାନାକୁ ଯାଇ ଘଟଣା ବାବଦରେ ଜଣାଇଥିଲେ। ଏହି ଘଟଣାକୁ ଆଧାର କରି ମୋଟୁ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ପ୍ରାଥମିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ଏଥିସହ ପୀଡିତା ଜଣଙ୍କୁ ସରକାରୀ ପ୍ରକ୍ରିୟା କ୍ରମେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିବା ଜଣାପଡିଛି। ଦଶହରା ଉତ୍ସବରେ ମା ଦୁର୍ଗାଙ୍କ ଅଦମ୍ୟ ଶକ୍ତି ଓ ସାହସିକତା ମହିଷାସୁର ଭଳି ରାକ୍ଷସକୁ ବଦ୍ଧ କରିବା ନାରୀ ଜାତିର ସବଳତାର କାହାଣୀକୁ ବଖାଣୁଥିବା ବେଳେ ଏମଭି ୮୦ ଗ୍ରାମରେ ଜଣେ ନାବାଳିକାକୁ ଛୁରୀ ଦେଖାଇ ସାରା ରାତି ନିର୍ମମ ଭାବେ ଧର୍ଷଣ କରିବା ଘଟଣା ସମ୍ପ୍ରତି ସ୍ଥିତିରେ ମାତୃ ଜାତିର ଅସୁରକ୍ଷିତ ସ୍ଥିତିକୁ ଦର୍ଶାଉଛି। ଏଭଳି ଅମାନବୀୟ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ପୋଲିସ ପକ୍ଷ୍ୟରୁ ତୁରନ୍ତ ଦୋଷୀ କୁ ଗିରଫ କରିବାକୁ ବିଭିନ୍ନ ମହଲରେ ଦାବୀ କରାଯାଇଛି।

nis-ad
Leave A Reply

Your email address will not be published.