ଦୁଇ ଚାରି ଦିନ ମଧ୍ୟରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ, ଗୁପ୍ତ ସୁଡ଼ଙ୍ଗ ଥିଲେ ଜଣାପଡିବ

ଭୁବନେଶ୍ୱର : ଦୁଇ ଚାରି ଦିନ ମଧ୍ୟରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ । ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଅଛି କି ନାହିଁ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ଗୁପ୍ତ ସୁଡ଼ଙ୍ଗ ଥିଲେ କାନ୍ଥ ଭିତରେ କିଛି ରତ୍ନ କିମ୍ବା ମୂଲ୍ୟବାନ ସାମଗ୍ରୀ ଥିଲେ ସରକାର ପରବର୍ତ୍ତୀ ନିଷ୍ପତି ନେବେ ।

ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଯଦି କିଛି ନଥିବା ରିପୋର୍ଟ ଆସେ, ତେବେ ଏଏସଆଇ ଟିମ୍ ମରାମତି କାର୍ଯ୍ୟ ଆରମ୍ଭ କରିବେ । ମରାମତି ପରେ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ରତ୍ନ । ଗଣତି ମଣତି ଆରମ୍ଭ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ  ।

nis-ad
Leave A Reply

Your email address will not be published.