ଉମରକୋଟ : ୪ ନଂ ଦର୍ଗାଗୁଡା ଡି ଏନ କେ ଗ୍ରାମରେ କଙ୍ଗାରୁ ଶାସନ…!

ଉମରକୋଟ :- ( ୧୧/୧୦/୨୦୨୪) ଜଗତଜନନୀ ଦୁର୍ଗା ମାତା ସ୍ବର୍ଗରୁ ମର୍ତ୍ୟଧାମରେ ଅବତିର୍ଣ୍ଣ ହୋଇ ଅସୁର ନିଧନ କରି ପୁଣି ଫେରି ଯାଏ ସ୍ୱର୍ଗ ଲୋକରେ। ହେଲେ ଜଗତଜନନୀ କାତ୍ୟାୟନି ଦୟାପୂର୍ବକ ଏହି ସମାଜରେ ବସବାସ କରୁଥିବା ଜୀବନ୍ତ ଦୁଇ ଗଡ଼ିଆ ଅସୁର ମାନଙ୍କୁ କାହିଁକି ବଧ କରନ୍ତି ନାହିଁ କହି ମହାନ ମହାନ ସାଧୁ ସନ୍ତ ମାନେ ମତ ପ୍ରକାଶ କରୁଛନ୍ତି। ଏହି ପରି ଏକ ଜୀବନ୍ତ ଅସୁର ମାନଙ୍କ କାହାଣୀ ଦେଖିବାକୁ ମିଳିଛି ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ୪ ନଂ ଦର୍ଗାଗୁଡା ଡି ଏନ କେ ଗ୍ରାମରେ। ସୂଚନା ପ୍ରକାରେ ୨୩ ନଂ ଡି ଏନ କେ ଅଞ୍ଚଲା ଗ୍ରାମର ଜିତୁ ମଣ୍ଡଳ ୨୧ ବର୍ଷ ଓ ତାଙ୍କ ଭଉଣୀ ଚୁମକି ମଣ୍ଡଳ ବଡ଼ ବାବା ଗୋଲକ ମଣ୍ଡଳ ୬୨ ବର୍ଷ ଓ ବଡ଼ ମା ଶ୍ରୀମତି ମଣ୍ଡଳ ୫୫ ବର୍ଷଙ୍କୁ ଦେହ ଖରାପ ଅଛି ଖବର ପାଇଁ ବଡ଼ ବାବାଙ୍କ ଘରେ ୦୫/୧୦/୨୦୨୪ ରିଖ ଆସିଥିଲେ।ଆସିବାର ସନ୍ଧ୍ୟା ଆନୁମାନିକ ୬ ଘଣ୍ଟା ସମୟରେ ପରିମଳ ମଣ୍ଡଳ ୫୨ ବର୍ଷ ଓ ତାର ସହିତ ସୁନିତା ମଣ୍ଡଳ ସହ ପ୍ରସେଞ୍ଜିତ ମଣ୍ଡଳ, ଗୋଲକ ମଣ୍ଡଳଙ୍କ ଘରେ ପଶି ତୋର ଘରେ ଏମାନେ କାହିଁକି ଆସିଛି କହି ଅତର୍କିତ ଭାବେ ଅଶ୍ଳୀଳ ଭାଷାରେ ବଡ ଭାଇ ଓ ବଡ ଭାଉଜ ସହ ଵିଭାହିତ ଝିଅ ଶିଖା ଫୌଜଦାର ୨୬ ବର୍ଷ ଉପରେ ବାଡ଼ି,ଠେଙ୍ଗା ଓ କାତି ଧରି ତମ ମାନଙ୍କ ଆଜି ଜୀବନରେ ମାରି ଦେବି କହି ମାରିବା ଆରମ୍ଭ କରିଦେଲେ। ଗୋଲକ ମଣ୍ଡଳ ଓ ତାର ପରିବାରର ବଞ୍ଚାଓ ବଞ୍ଚାଓ ଚିତ୍କାର ଶୁଣି ଆଖ ପାଖ ପଡିଶା ଘରର ସମସ୍ତେ ଦୌଡ଼ି ଯାଇ ଦୁଇ ପକ୍ଷକୁ ଗଣ୍ଡଗୋଳରୁ ମୁକ୍ତ କରିଥିଲେ।ଏହା ପରେ ଝିଅ ଶିଖା କାନ୍ଦି କାନ୍ଦି ୪ ନଂ ଗ୍ରାମର ପଲ୍ଲୀ ମଙ୍ଗଳ କମିଟିର କେତେଜନ ମୁଖ୍ୟ ମୁଖ୍ୟ ସ୍ବନାମ ଧନ୍ୟ ବ୍ୟକ୍ତିଙ୍କ ଡାକି ଘଟଣା ବିଷୟରେ ବିସ୍ତାରିତ ସବୁ ବର୍ଣ୍ଣନା କରିଥିଲେ କିନ୍ତୁ ଏହି ସ୍ବନାମ ଧନ୍ୟ ବ୍ୟକ୍ତି ମାନେ ଉଲଟା ଗୋଲକ ମଣ୍ଡଲର ପରିବାରକୁ ଧମକାଇବା ସହ କହିଲେ ବେଶୀ ପାଟି କଲେ ତମ ମାନଙ୍କୁ ଗ୍ରାମରେ ବାସିନ୍ଦା କରାଯିବ କହି ଚେତାବନି ଦେଇ ଫେରି ଯାଇଥିଲେ।ଶିଖାର ମାଙ୍କୁ ଏତେ ଜୋର ମାଡ଼ ହେଇଥିଲା ମାଡରେ ତାଙ୍କେ ଅଚେତ ହୋଇ ଜ୍ଞାନ ଶୂନ୍ୟ ଅବସ୍ଥାରେ ଥିଲେ ଏହା ଦେଖି ସଙ୍ଗେ ସଙ୍ଗେ କାଳବିଳମ୍ଭ ନ କରି ନିକଟସ୍ତ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ୟ ଗ୍ରାମ୍ୟ ଲୋକଙ୍କ ସହଯୋଗରେ ଚିକିତ୍ସା କରିବାକୁ ନେଇଥିଲେ କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପୋଲିସ ଇନ୍ଫୋରମେସନ ନ କଲେ ଚିକିତ୍ସା କରି ହେବ ନାହିଁ ମନା କରିବାରୁ ଶିଖା ବାଧ୍ୟ ହୋଇ ପରିମଳ ମଣ୍ଡଳ, ସୁନିତା ମଣ୍ଡଳ ଓ ପ୍ରସେଞ୍ଜିତ ମଣ୍ଡଳଙ୍କ ନାମରେ ଏକ ଲିଖିତ ଅଭିଯୋଗ ରାତି ଆନୁମାନିକ ୧୨. ୩୦ ମିନିଟ ସମୟରେ ଉମରକୋଟ ଥାନାରେ କରିଥିଲେ।ତା ପରଦିନ ୦୬/ ୧୦/୨୦୨୪ ରିଖ ଦିନ ଗ୍ରାମରେ ପଲ୍ଲୀ ମଙ୍ଗଳ କମିଟି ଦ୍ୱାରା ସ୍ଲୋଗାନ ଦେଇ ଆଜି ଗୋଲକ ମଣ୍ଡଳ ଓ ତାର ଝିଅର ବିଚାର ହେବ ଆପନ ମାନେ ସମସ୍ତେ ମିଟିଂରେ ଆସିବେ କହି ସନ୍ଧ୍ୟାରେ ପଲ୍ଲୀ ମଙ୍ଗଳ କମିଟି ମିଟିଂ କରି ଶିଖାକୁ ମୁଷ୍ଟିମେୟ କମିଟିର କେତେଜଣ ଧମକାଇବା ସହ ତମେ କାହିଁକି ଥାନାରେ ଯାଇ ରିପୋର୍ଟ କଲୋ ତାହା କୁହ ଏବଂ ତମେ ଆମ ଗ୍ରାମରେ କାହିଁକି ଅଛ ଓ ଜିତୁ ମଣ୍ଡଳ, ଚୁମକି ମଣ୍ଡଳ ତମ ଘରକୁ କାହିଁକି ଆସୁଛି କହି ମିଟିଂ ସ୍ତଲେ ଧମକାଇବା ଏହା କେତେଦୂର ଯୁକ୍ତି ସମ୍ମୋତ? ସର୍ବଜନୀନ ସ୍ତଲେ ଏକ ସ୍ୱାମୀ ପରୀତକ୍ତା ଝିଅକୁ ଡାକି କଟୁକ୍ତି ଵଚନ ପ୍ରୟୋଗ, ତାର ମାନ, ଇଜ୍ଜତ ଉପରେ ଆଞ୍ଚ ଆସିଲା ପରି କଥା କେତେଦୂର ଆଇନ ସଂଯତ ?। ମିଟିଂ ସ୍ତଲେ ତାର ଅସୁସ୍ଥ ମା ଓ ବାବାଙ୍କ ମଧ୍ୟ ଏହି ପଲ୍ଲୀ ମଙ୍ଗଳ କମିଟିର ନିର୍ଦିଷ୍ଟ କେତେଜଣ ଆଣିବାକୁ ଯାଇ କପାଟ ଦରୱାଜ଼ା ବାଡେଇ ବାଡେଇ ଡାକୁଥିଲେ ଏବଂ କହୁଥିଲେ ଦରୱାଜ଼ା ନ ଖୋଲିଲେ ଦରୱାଜ଼ା ଭାଙ୍ଗି ଘର ଭିତରେ ପଶିବୁ ଏହା ଦେଖି ଭୟଭୀତ ହୋଇ ଗୋଲକ ମଣ୍ଡଳ ଉମରକୋଟ ଥାନାରେ ଫୋନ କରି ସବୁ କହିବାରୁ ସଙ୍ଗେ ସଙ୍ଗେ ପୋଲିସ ଗାଡ଼ି କାଳ ବିଳମ୍ଭ ନ କରି ଗ୍ରାମରେ ଆସିଥିଲେ, ପୋଲିସ ଗାଡିକୁ ଦେଖି ଗୋଲକ ମଣ୍ଡଳ ଘରେ ଆସିଥିବା ସମସ୍ତେ ସେ ସ୍ଥାନ ଛାଡ଼ି ପଳେଇଥିଲେ।ତାପରେ ଏହି ମୁଷ୍ଟିମେୟ ପଲ୍ଲୀ ମଙ୍ଗଳ କମିଟିର କେତେଜଣ ସ୍ବନାମ ଧନ୍ୟ ଜ୍ଞାନୀମାନେ ଗୋଲକ ମଣ୍ଡଳ ଙ୍କୁ ବାସିନ୍ଦା କରିବାର ନିଷ୍ପତି ନେଇ ବାସିନ୍ଦା କରିଦେଲେ। ଉମରକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ଶିଖା ଫୌଜଦାରଙ୍କ ଲିଖିତ ଅଭିଯୋଗକୁ ଗୁରୁତ୍ତର ସହ ନେଇ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ୨୯୬,୭୪,୧୧୫(୨), ୩୫୧(୨), ୧୨୬(୨)ଓ ୩(୫) ରେ ଏକ କେସ ରୁଜୁ କରି ଦୋଷୀକୁ ଦଣ୍ଡିତ କରିବା ପାଇଁ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଅନୁସନ୍ଧାନ ଜାରି ରଖିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଉମରକୋଟ ପୋଲିସ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି।

nis-ad
Leave A Reply

Your email address will not be published.