ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଜୁଆ ଖେଳ ପୋଲିସ ର ଚଢାଉ ଧର୍ମକୁ ଆଖିଠାର..!

ପୋଲିସ ଜୁଆ ଖେଳାଇଲେ ଲାଭ ଧରିଲେ ଲାଭ…..!

ବ୍ରହ୍ମପୁର: ପୂଜାପାର୍ବଣ ପରମ୍ପରା ଆଳରେ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଏବେ ଜୁଆ ଖେଳ ଆରମ୍ଭ ହେଲାଣି। କେତେକ ସ୍ଥାନନରେ ପୋଲିସ ସହ ସଲାସୁତୁରା ହୋଇ ଗୁପ୍ତ ହୋଟେଲ, ଆପାଟ ଟମେଣ୍ଟ, ନିର୍ଜନ ସ୍ଥାନରେ ଗୁପ୍ତଚର ମାନଙ୍କୁ ନିୟୋଜିତ କରି ଜୁଆ ଆଡ୍ଡା ଚାଲିଛି। ଯେଉଁଠି ବାବୁ ମାନଙ୍କ ଫିକ୍ସ ହୋଇନାହିଁ। ସେହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ଜବତ ହେଲେ ଏସ.ପି ଙ୍କୁ ଖୁସି କରିବାକୁ ସ୍ୱଳ୍ପ ଟଙ୍କା ଜବତ ହେଲା ବୋଲି କହି ଧରିଥିବା ଟଙ୍କା ବଡ଼ରୁ ତଳିଆ କର୍ମଚାରୀ ମାନେ ଭାଗ ବାଣ୍ଟି ନେଉଥିବ ନେଇ ସାଧାରଣ ରେ ଆଲୋଚନା ହେଉଛି।ଜୁଆ ଆଡ୍ଡା ଗୁଡ଼ିକରେ ଲକ୍ଷାଧିକ ଟଙ୍କାର ଖେଳ ଚାଲିବା ସହ ମଦ ମାଂସ ର ଆସର ବି ଜମୁଛି।ଅର୍ଥ ପାଇଁ କିଛି ପୋଲିସ ଓ ଜୁଆ ଆଡ୍ଡା ଚଲାଉ ଥିବା ଦଲାଲ ମାନଙ୍କ ଯୋଗୁଁ ଆଇନ ଶୃଙ୍ଖଳା ବିଗିଡୁ ଥିବାର ମଧ୍ୟ ନଜିର ରହଛି। ଜୁଆ ଖେଳି ସର୍ବସ୍ୱାନ୍ତ ଓ ହତାଶ ହୋଇ ଛିନ ତାଇ, ଡକାୟତି ଭଳି ସଙ୍ଗିନୀ ଘଟଣା ଘଟୁଛି।ଦଶହରା ଠାରୁ ଦୀପାବଳୀ ପର୍ଯ୍ୟନ୍ତ ବାବୁ ମାନଙ୍କ ଘରେ ପ୍ରତିଦିନ ଦୀପାବଳୀ ର ମାହୋଲ ଦେଖିବାକୁ ମିଳୁଛି। ଗଞ୍ଜାମ ଏସପି ଏବଂ ବ୍ରହ୍ମପୁର ଏସପି ଏକ ସ୍ୱତନ୍ତ୍ର ସ୍ୱାକ୍ଵାଡ଼ ଗଠନ କରି ଅଚାନକ ଉକ୍ତ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଲେ ବାବୁ ମାନଙ୍କ ଗୁମର ଖୋଲିବ ବୋଲି ଆଲୋଚନା ହେଉଛି। ତଳ ଦିନେ ବ୍ରହ୍ମପୁର ଏସପି ଡାକ୍ତର ଶ୍ରାବଣା ବିବେକ ଏମ ଏକ ବଡ଼ ଧରଣ ର ଜୁଆ ଅଡ୍ଡା ଉପରେ ଚଢାଉ କରିଥିଲେ ଯାହାକୁ ନେଇ ଯୁଆଡ଼ି ମାନଙ୍କ ମନରେ ଶଙ୍କା ପଶିଥିବା ନେଇ ବିଭିନ୍ନ ଖଟିରେ ଆଲୋଚନା ହେଉଛି l ଶୁଣିବାକୁ ମିଳୁଛି କିଛି ଅସାଧୁ ଥାନା ଅଫିସର ମାନଙ୍କୁ ପ୍ରଲଭନ ଦେଖାଇ ଜୁଆ ଆଡ୍ଡା ଚଳାଉଥିବା ମାଫିଆ ମାନେ ଯୁଆଡ଼ି ମାନଙ୍କୁ ସୁରକ୍ଷା ଦେଇ ଜୁଆ ଆଡ୍ଡା ଚଳାଉଥିବା ଅଭିଯୋଗ ଆସୁଛି l ଏହି ମାଫିଆ ମାନେ କେବଳ ପୋଲିସ ନୁହଁ କିଛି ସାମ୍ବାଦିକ ମାନଙ୍କୁ ମଧ୍ୟ ହାତ ବାରିସୀ ରୂପେ ବ୍ୟବହାର କରୁଥିବା ନଜିର ବି ରହିଛି l ତେଣୁ ଜିଲ୍ଲା ରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଦୁଇ ଦକ୍ଷ ଆରକ୍ଷୀ ଅଧିକାରୀ କିଭଳି ପଦକ୍ଷେପ ନେଇ ଯୁଆଡ଼ି ଏବଂ ଜୁଆ ଚଳାଉଥିବା ମାଫିଆ ମାନଙ୍କୁ କାବୁ କରିବେ ଦେଖିବାକୁ ବାକି ରହିଲା l ସୂଚନା ଥାଉକି ବ୍ରହ୍ମପୁର ର ତଳି ଅଞ୍ଚଳ, ବିଭିନ୍ନ ଆପାର୍ଟମେଣ୍ଟ, ଭଡା ଘରେ ଏବଂ ଚିକିଟି, ପାତ୍ରପୁର, ପୁରୁଷୋତ୍ତମପୁର, ଆସ୍କା, କୋଦଳା. ଖଲ୍ଲିକୋଟ ଆଦି ଥାନା ଅଞ୍ଚଳ ରେ ବ୍ୟାପକ ଭାବରେ ଜୁଆ ଖେଳା ଯାଉଥିବା ସୂଚନା ମିଳୁଛି l ତେଣୁ ପୋଲିସ କିଭଳି ପଦକ୍ଷେପ ନେଉଛି ତାହା ସମୟ ସାଫେକ୍ଷ୍ୟ… I

nis-ad
Leave A Reply

Your email address will not be published.