୬ରୁ ଆରମ୍ଭ ହେବ ହବିଷ୍ୟାଳି ପଞ୍ଜିକରଣ, ୧୧ ତାରିଖ ଯାଏଁ କରିପାରିବେ ଅନ୍ ଲାଇନରେ ଆବେଦନ

ପୁରୀ: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ମାସ । ଏଥିପାଇଁ ଆସନ୍ତା ୬ରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ। ୧୧ ତାରିଖ ପର୍ଯ୍ୟନ୍ତ ଅନ୍ ଲାଇନରେ ପଞ୍ଜୀକରଣ ଚାଲିବ । edistrict.odisha.gov.in portal ମାଧ୍ୟମରେ ନିର୍ଦ୍ଧିଷ୍ଟ ଫର୍ମ ମାଧ୍ୟମରେ ଅନଲାଇନ ଯୋଗ ପଞ୍ଜିକରଣ କରିବେ । ସୁସ୍ଥ ଥିବା ଲୋକଙ୍କୁ ହବିଷ୍ୟାଳି ଶିବିରରେ ରଖାଯିବ । ନୂତନ ଭାବେ ପଞ୍ଜୀକରଣ କରୁଥିବା ହବିଷ୍ୟାଳିଙ୍କୁ ଦିଆଯିବ ପ୍ରାଥମିକତା ଦିଆଯିବ । ପୁରୀ ପ୍ରଶାସନ ପକ୍ଷରୁ ୪ଟି ଶିବିରରେ ରହିବେ ହବିଷ୍ୟାଳି। ୧୭ ତାରିଖ ସୁଦ୍ଧା ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ରରେ ରହିବେ । ପ୍ରାୟ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯାଉଛି ।

ପୂର୍ବ ସରକାରଙ୍କ ସମୟରେ ଦୁଇ ବର୍ଷ ଧରି ହବିଷ୍ୟାଳୀ ଯୋଜନା ସଫଳତାର ସହ କରାଯାଇଥିଲା । ହବିଷ୍ୟାଳୀ ଯୋଜନାରେ ମାଆ ମାନଙ୍କ ରହଣୀ, ସେମାନଙ୍କ ପୂଜାର୍ଚ୍ଚନା, କାର୍ତ୍ତିକ ବ୍ରତ ପାଳନ, ତୀର୍ଥ ପୁଷ୍କରିଣୀରେ ସ୍ନାନ, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯିବ ।  ମହାଧାର୍ମିକ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ସହ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ସମ୍ଭାବନା ଥିବାରୁ ଶ୍ରୀମନ୍ଦିରର ଭିଡ ନିୟନ୍ତ୍ରଣ ତଥା ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ।

nis-ad
Leave A Reply

Your email address will not be published.