ରେଳ ଧାରଣାରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର

ଚୌଦ୍ୱାର: ଚୌଦ୍ୱାରରେ ଚାଞ୍ଚଲ୍ୟ । ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର । ନିଗୁଣ୍ଡି ରେଲୱେ ଷ୍ଟେସନ ରେଳ ଧାରଣାରୁ ମୃତଦେହ ଉଦ୍ଧାର ହୋଇଛି । ଟ୍ରେନରେ କଟି ମୁଣ୍ଡ, ଗଣ୍ଡି ଅଲଗା ହୋଇଯାଇଥିବାବେଳେ ରଳ ଧାରଣା ଉପରେ ପଡିଛି ମୃତଦେହ ।  ଯୁବକ ଜଣକ ହେଲେ ନିଗୁଣ୍ଡି ବସ୍ତି ଅଞ୍ଚଳର ଚିନା ରେଡି ।  ସେ ପୋଦାର ମଟରରେ ମିସ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ତେବେ ଚିନା ଜୀବନ ହାରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି କାରଣ ଅସ୍ପଷ୍ଟ ରହିଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.