ଓଡିଶା ଆଉଟସୋରସିଂ ନର୍ସିଂ କର୍ମଚାରୀ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କ ଛଟେଇ ନିର୍ଦେଶ ପୁନଃ ବିଚାର କରି ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା ଲାଗି ଗୁରୁବାର ପୁଣି ଜିଲ୍ଲାପାଳଙ୍କୁ ଭେଟିଲେ ଓଡିଶା ଆଉଟଶୋରସିଂ ନର୍ସିଂ କର୍ମଚାରୀ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି l ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି l ଏନେଇ ସେମାନେ ପୂର୍ବରୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଭେଟି ଲିଖିତ ଭାବେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ସେମାନେ କହିଛନ୍ତି l ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l

nis-ad
Leave A Reply

Your email address will not be published.