ଛତ୍ରପୁର ବିଜୁ ଜନତାଦଳର ପଦଯାତ୍ରା ଆରମ୍ଭ

ଭାରତୀୟ ଜନତା ପାର୍ଟିର ମିଥ୍ୟା ପ୍ରତିଶ୍ରୁତିକୁ ନେଇ ଗାଁ ଓ ସହରରେ ଜନସାଧାରଣଙ୍କୁ ସଚେତନତା ପାଇଁ ଅଣ୍ଟାଭିଡା

ଛତ୍ରପୁର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଜୁ ଜନତା ଦଳ ପାରମ୍ପରିକ ଜନସପଂପର୍କ ପଦଯାତ୍ରା ପବିତ୍ର ଗାନ୍ଧିଜୟନ୍ତୀ ଅବସରରେ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ନିର୍ବଚନମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଛତ୍ରପୁର ଭିଆଇପିରୋଡ୍ ସ୍ଥିତ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଆଜି ଏକ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ପଦଯାତ୍ରାର ମୂଳଲକ୍ଷ୍ୟ ହେଲା, ଲୋକମାନଙ୍କ ସହିତ ଜଡିତ ହେବା, ଲୋକଙ୍କ ପାଇଁ କାମ କରିବା । ଓଡିଶା ବିଜୁଜନତା ଦଳ ଏକ ସାମାଜିକ ଆନ୍ଦୋଳନ ସବୁବେଳେ ଲୋକଙ୍କ ସହିତ ରହିଛି ଏବଂ ଗତ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଯେଉଁ ନିର୍ବାଚନ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି କ୍ଷମତାର ଆଜି ୧୦୦ ଦିନରୁ ଉର୍ଦ୍ଧ୍ୱ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ତାର ନିର୍ବଚନ ପ୍ରତିଶ୍ରୁତି ସଠିକ୍ ଢ଼ଙ୍ଗରେ ଏପର୍ଯ୍ୟନ୍ତ ପାଳନ କରିପରିିନାହିଁ, ପ୍ରବଂଚ୍ଛନାର ୧୦୦ ଦିନ ପ୍ରତାରଣର ୧୦୦ ଦିନ ବିତିଯାଇଛି । ୩୫୦୦ ଟଙ୍କା ସାମାଜିକ ସୁରକ୍ଷା ଯୋଜନାରେ ମାସିକ ଭତ୍ତା, ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଏବଂ ମାଗଣା ବିଜୁଳି ଏସମସ୍ତ ପ୍ରସଙ୍ଗରେ ପ୍ରତିଶ୍ରୁତି ଭାରତୀୟ ଜନତା ପାର୍ଟି ନିର୍ବାଚନ ସମୟରେ ଦେଇଥିଲା ସେ ସଂକ୍ରାନ୍ତରେ ଲୋକଙ୍କୁ ଗାଁ ଗାଁ ସହରର ଘର ଘର ବୁଲି ଆମେ ପ୍ରଚାର ଓ ସଚେତନତା କରିବୁ । ବିଜୁ ଜନତାଦଳର ଏହି ପଦଯାତ୍ରାର ମୂଲଲକ୍ଷ୍ୟ ହେଲା ଲୋକଙ୍କ ସହିତ ଜଡିତ ହୋଇ ଲୋକଙ୍କ ପାଇଁ କାମ କରିବୁ ବୋଲି ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା କହିଛନ୍ତି । ଭାରତୀୟ ଜନତା ପାର୍ଟି ଶାସନ ଗାଦିକୁ ଆସିବା ପରେ ଜନସାଧାରଣଙ୍କୁ ଶୋଷଣ କରିବା ଆରମ୍ଭ କରିଛି । ଭାରତୀୟ ଜନତା ପାର୍ଟି ନିର୍ବାଚନ ପ୍ରତିଶ୍ରୁତିକୁ ସଠିକ୍ ଭାବେ ପାଳନ କରିନାହିଁ ଏବଂ ଓଡିଶାବାସୀଙ୍କୁ ଛଳନା କରି ମିଥ୍ୟା ପ୍ରତିଶ୍ରୁତି ଦେଇଛି । ୩୦୦ ୟୁନିଟ୍‌ର ମାଗାଣା ବିଜୁଳି ଦେବା, ସୁଭଦ୍ରା ଯୋଜନାରେ ଗୋଟେ କଥା କହି ବିପରିତ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ଯାହା ଆଜି ସମଗ୍ର ଓଡିଶା ରାଜ୍ୟରେ ଏକ ପ୍ରକାର ମହିଳାମାନଙ୍କୁ ଛଳନା କରାଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ୨ କୋଟି ଯୁବକଙ୍କୁ ଚାକିରି ଏବଂ କଳାଧନ ଫେରାଇ ଆଣିବା ଭଳି ମିଥ୍ୟା ପ୍ରତିଶ୍ରୁତି ଦେଇ ଆସୁଥିବା ବେଳେ ଓଡିଶାରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ସମାନ ଢଙ୍ଗରେ ଓଡିଶାବାସୀଙ୍କୁ ପ୍ରତାରଣ କରିଛି । ଏହାର ଜବାବ ବିଜୁଜନତା ଦଳ ଏହି ପଦଯାତ୍ରା ମାଧ୍ୟମରେ ଗାଁ ଗାଁକୁ ବୁଲି ଲୋତଙ୍କୁ ସଚେତନତା କରିବ ଏବଂ ଏହାର ଉପଯୁକ୍ତ ଜବାବ ଜନସାଧାରଣ ଆଗାମୀ ଦିନରେ ଦେବେ ବୋଲି ଶ୍ରମିକନେତା ଶଙ୍କର ପ୍ରସାଦ ଦାଶ ଏବଂ ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ କୁମାର କର କହିଛନ୍ତି । ଏହି ପଦଯାତ୍ରାରେ ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ କୁମାର କର, ଗଞ୍ଜାମ ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ଛତ୍ରପୁର ଏନଏସି ର ଉପାଧ୍ୟକ୍ଷ ଜି. ପାପା ରାଓ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଛତ୍ରପୁର ନଗର ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ସଭାପତି ଟି.ଚନ୍ଦ୍ରଶେଖର ରାଓ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିତା ନାହାକ, ସମିତିସଭ୍ୟ ଏସ୍‌.ଚକ୍ରପାଣି ରେଡ୍ଡୀ, କାଳିଆ ନାହାକ, ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ରବୀନ୍ଦ୍ର ନାଥ ପଣ୍ଡା, ପୋଟଲାମପୁର ସମିତି ସଭ୍ୟ ଶମ୍ଭୁ ନାଥ ସ୍ୱାଇଁ, କାଉନସିଲର ଦେବାଶିଷ ମିଶ୍ର, ପ୍ରୀତି ଛନ୍ଦା ସାମଲ, କେ. ରମେଶ , ସନ୍ତୋଷୀ ସେଠି, ସୁମନ୍ତ ନାହାକ ,ଆଇନଜୀବୀ ଏଲ ଗୋପାଳ ରାଓ, ଛାତ୍ର ନେତା ଲିଙ୍ଗରାଜ ମହାପାତ୍ର ଓ ନାଗେଶ୍ୱର, କିଶୋର ବେହେରା, କାହ୍ଣୁ ଚରଣ ବେହେରା ଙ୍କ ସମେତ ବହୁ କାଉନସିଲର,ଏବଂ ଦଳୀୟ ଛାମୁଆନେତା ଓ କର୍ମୀ ସାମିଲ ହୋଇଥିଲେ ।

nis-ad
Leave A Reply

Your email address will not be published.