ବ୍ରହ୍ମପୁର ଉପଖଣ୍ଡରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀର ପ୍ରସ୍ତୁତି ବୈଠକକୁ ପରିଚାଳନା କରିଥିଲେ I ଏହି ଚଳିତ ବର୍ଷରେ ମୋଟ ୪୨ଟି ଦୁର୍ଗାପୁଜା ପେଣ୍ଡାଲ ଅନୁଷ୍ଠିତ ହେବ I କିପରି ଶାନ୍ତି ଓ ଶୃଙ୍ଖଳାର ସହିତ ପୂଜା ଅନୁଷ୍ଠିତ ହେବ ତାହା ଉପରେ ଗୁରୁତ୍ଵ ଦିଆଯାଇଥିଲା I

ସମସ୍ତ ପେଣ୍ଡାଲ ଗୁଡିକରେ ନିଜ ନିଜ ଭଲୁଣ୍ଟର ନିୟୋଜିତ କରିବେ I ଏହି ପ୍ରସ୍ତୁତି ବୈଠକରେ ସମସ୍ତ ଲାଇନ ଡିପାର୍ଟମେନ୍ଟ ଯଥା ପୋଲିସ ବିଭାଗ, ପରିମଳ ବ୍ୟବସ୍ଥା, ଅଗ୍ନିସମ, ସ୍ୱାସ୍ଥ୍ୟ ବିଭାଗ, କୋଠବାଡି ବିଭାଗ,ଜନ ସ୍ୱାସ୍ଥ୍ୟ ବିଭାଗ,ଅବକାରୀ ବିଭାଗ, ଇଲେକଟ୍ରିକାଲ ବିଭାଗ ଓ ସମସ୍ତ ପୂଜା ପେଣ୍ଡାଲର ସଦସ୍ୟ ମାନେ ଉପସ୍ଥିତ ଥିଲେ I ସମସ୍ତ ପୂଜା ପେଣ୍ଡାଲର ସଦସ୍ୟ ମାନେ ଅକ୍ଟୋବର ୧୪ ତାରିଖରେ ବିସର୍ଜନ କରିବା ପାଇଁ ଅନୁରୋଧ କରିଥିଲେ I ବ୍ରହ୍ମପୁର ମହାନଗର ନିଗମର ସମସ୍ତ ପୂଜା ପେଣ୍ଡାଲର କିପରି ସୂଚାରୁ ରୂପେ ପରିମଳ ବ୍ୟବସ୍ଥା ହେବ ତାହା ଧ୍ୟାନ ଦେବେ I ଭସାଣି ପାଇଁ ବ୍ରହ୍ମପୁର ମହାନଗର ନିଗମ ୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ତିଆରି କରିବା ପାଇଁ ଅନୁରୋଧ କରାଗଲା I ସେହି ଅସ୍ଥାୟୀ ପୋଖରୀ ଗୁଡିକ ବ୍ରହ୍ମପୁରର ଫାଷ୍ଟ ଗେଟ, ମିନାକ୍ଷୀ ନଗର, ଗୋସାଣିନୂଆଗାଁ ଓ ଆମ୍ବପୁଆଠାରେ ପ୍ରସ୍ତୁତ କରିବା ନିମନ୍ତେ ନିଷ୍ପତ୍ତି ନିଆଗଲା I

nis-ad
Leave A Reply

Your email address will not be published.