୨ ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

ହିଞ୍ଜିଳିକାଟୁ : ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସମରଝୋଳ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ୨ ବାଇକ୍ ମୁହାଁମୁହିଁ ଧକ୍କା ଘଟିଛି। ଦୂର୍ଘଟଣାରେ ଉଭୟ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହିଞ୍ଜିଳି ଥାନା ମକରଝୋଳ ଗ୍ରାମର ଜି. ସନ୍ତୋଷ (୪୩) ଓ ବେଲଗାଁ ଥାନା ପୁଟିଆପଦର ଗ୍ରାମର ଗୋବିନ୍ଦ ସେଠି(୨୪) ବୋଲି ଜଣାପଡିଛି।‌ ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଛି। ଦୂର୍ଘଟଣାଗ୍ରସ୍ତ ଉଭୟ ବାଇକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ସନ୍ତୋଷ ବାଇକ୍ (ଓଡି୦୭ଏମ୍ ୨୦୩୩ ) ଯୋଗେ ବ୍ରହ୍ମପୁର ଠାରୁ ଗ୍ରାମକୁ ଫେରୁଥିବା ବେଳେ ଗୋବିନ୍ଦ ବାଇକ୍ (ଓଡି୦୭ ଏକେ ୮୦୫୯ ) ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ସମରଝୋଳ ଛକ ନିକଟରେ ମୁହାଁମୁହିଁ ଧକ୍କା ଘଟିଥିଲା। ପ୍ରକାଶ ଥାଉକି ଗତ ୨୨ ଅଗଷ୍ଟ ଭୋର ସମୟରେ ସେହି ସ୍ଥାନରେ ଯାତ୍ରୀବାହୀ ବସ୍ ସହ ଟ୍ରଲର ଧକ୍କା ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ।‌ ପ୍ରତିଦିନ ସେହି ସ୍ଥାନରେ ଛୋଟବଡ ଦୂର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବା ନଜିର ରହିଛି। ପୁଲିସ ପ୍ରଶାସନ ଓ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.