ଚିକିଟୀରେ ସଫେଇମିତ୍ର ଙ୍କ ସ୍ୱାସ୍ଥ୍ୟ ଶିବିର ଓ ସମ୍ବର୍ଦ୍ଧନା ସହ ଶେଷ ହେଲା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଚିକିଟୀ : ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପରେ ସୋମବାର ଦିନ ଅପରାହ୍ନରେ ଚିକିଟୀ ଗଡ଼ ବଡଦାଣ୍ଡ ଠାରେ ଅଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାରଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଡିଓ ଲକ୍ଷ୍ମଣ ଚରଣ ସୋରେନ ଓ ତହସିଲଦାର ବଳଦେବ ବେହେରା ଯୋଗ ଦେଇଥିଲେ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପ୍ରେରଣା ରେ ଆସିଥିବା ସ୍କୁଲର ଛାତ୍ରଛାତ୍ରୀ ମାନେ ସ୍ୱଚ୍ଛତା ର ବିଭିନ୍ନ ବାର୍ତ୍ତାକୁ ନେଇ ନାଚ ଗୀତ ଓ ଅଭିନୟ ଦ୍ୱାରା ପରିବେଷଣ କରିଥିଲେ। ପରିଶେଷରେ ଉପସ୍ଥିତ ବିଚାରକ ମଣ୍ଡଳୀ ଦ୍ୱାରା ନିର୍ଣ୍ଣୟ ହୋଇଥିବା ଉତ୍ତମ ମାନର କଳା କୃତିତ୍ୱ ନେଇ ଅଭିନୟ କରିଥିବା ଗ୍ରୁପ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ମଙ୍ଗଳବାର ଦିନ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ତତ୍ୱାବଧାନରେ ଆୟୋଜିତ ସଫେଇମିତ୍ର ଙ୍କ ସ୍ୱାସ୍ଥ୍ୟ ଶିବିର ଓ ସମ୍ବର୍ଦ୍ଧନା ଉତ୍ସବ ବିଜ୍ଞାପିତ ଅଞ୍ଚଳ ପରିଷଦ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଚିକିଟୀ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ବିଡିଓ ଲକ୍ଷ୍ମଣ ଚରଣ ସୋରେନ, ତହସିଲଦାର ବଳଦେବ ବେହେରା ଙ୍କ ସମେତ ପରିଷଦର ବହୁ କାଉନସିଲର ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଚିକିଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଟିମ ଦ୍ଵାରା ସଫେଇମିତ୍ର ମାନଙ୍କ ପାଇଁ ଉତ୍ତମ ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସଫେଇ କର୍ମୀଙ୍କୁ ସଫେଇ ଉପରେ ପ୍ରେରଣା ଦେବାକୁ ଯାଇ ଅପରିଷ୍କାର ଏକ ବ୍ୟାଧି ଯାହାକି ଧୀରେ ଧୀରେ ସମସ୍ତଙ୍କୁ ବିଭିନ୍ନ ରୋଗ ଦ୍ୱାରା ଅସୁସ୍ଥତା ଆଡକୁ ଟାଣି ନେଇଥାଏ ଏଣୁ ଏହାକୁ ଅଟକେଇବାକୁ ହେଲେ ସମସ୍ତେ ନିଜ ନିଜର ଘର କାଯ୍ୟାଳୟ ଓ ପରିବେଶକୁ ସଫା ରଖିବାକୁ ପଡିବ ଏବଂ ତାହା ସହିତ ପରିଷ୍କାର ପରିଚ୍ଛନ୍ନତା କୁ ନିଜ ଭିତରେ ଜାଗୃତ କରିବାକୁ ହେବ ବୋଲି ବିଭିନ୍ନ ବାର୍ତ୍ତା ମାଧ୍ୟମରେ ଅତିଥି ମାନେ ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଚିକିଟୀ ସର୍କିଲ ଆରାହୀ ବଳରାମ ପ୍ରଧାନଙ୍କ ସହିତ ଏହି ବ୍ଲକର କାର୍ଯ୍ୟରତ ସାମ୍ବାଦିକ ସୁରେନ୍ଦ୍ର ନାଥ ପଣ୍ଡା, ଇଶ୍ୱର ମହାରଣା ଓ ତ୍ରିପତି ସାହୁଙ୍କୁ ମାନପତ୍ର ଏବଂ ଉପଢୌକନ ସହ ବ୍ଲକର ଅନେକ ସାମ୍ବାଦିକ ଙ୍କୁ ଉପଢୌକନ ଦେଇ ଅତିଥି ମାନଙ୍କ ଦ୍ୱାରା ସ୍ନମ୍ମାନୀତ କରାଯାଇଥିବା ସହିତ ପରିଷଦର ବିଭିନ୍ନ ବିଭାଗର ସମସ୍ତ ସଫେଇମିତ୍ର, କର୍ମଚାରୀ ଓ ସ୍ୱଚ୍ଛ ସାଥି ମାନଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ସ୍ନମ୍ମାନୀତ କରାଯିବା ସହ ବଡା ଖାନାର ଆୟୋଜନ କରାଯାଇଥିଲା। ଏନ ଏ ସି ଅଫିସର ସମସ୍ତ କର୍ମଚାରୀ ଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ଆଗରୁ ହୋଇଥିବା ସହିତ ଆଜିର ଏହି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳ ରୂପାୟନ ସହ ଶେଷ ହୋଇପାରିଛି।

nis-ad
Leave A Reply

Your email address will not be published.