୧୦୦ ଏକର ଜଙ୍ଗଲ ଜମି ବେଆଇନ ଭାବେ ହଡ଼ପ : ନିଘୋଡ଼ ନିଦ୍ରାରେ ଜିଲ୍ଲା ପ୍ରଶାସନ…

ଏକାଧିକ ଗଛକାଟିବା କୁନେଇ ବନବିଭାଗର ନୀରବତା କୁ ନେଇ ପ୍ରଶ୍ନ ?

ମାଲକାନଗିରି /କଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମୋଟୁ ଅଂଚଳରେ ଜଙ୍ଗଲ ଜମି ଜବରଦଖଲ କରି ସଂରକ୍ଷିତ ଜଙ୍ଗଲକୁ ବେଆଇନ ଭାବେ ନିର୍ମାଣକାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଅଛି l ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳରେ ୩୨୬ଜାତୀୟ ରାଜପଥରୁ ମାତ୍ର ଦୁଇ କିଲୋମିଟର ଦୂର ଜଙ୍ଗଲ ଭିତରେ ବେଆଇନ ଭାବେ ଜଙ୍ଗଲ ଜମିକୁ କବ୍ଜାକରି ଦୀର୍ଘ ବର୍ଷ ହେବ ବିଭିନ୍ନ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହୋଇଛି l ଗୋଟିଏ ଗଛକଟିବାକୁ ହେଲେ ବନବିଭାଗର ତଳ କର୍ମଚାରୀ ଙ୍କଠୁ ଆରମ୍ଭ କରି ଶୀର୍ଷ ଅଧିକାରୀ ଙ୍କ ଅନୁମତି ଦରକାର ପଡୁଥିବା ବେଳେ ଏହି ନିଛାଟିଆ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଶହଶହ ମୂଲ୍ୟବାନ ଗଛକଟା ଯାଇ ଏହି ଯାଗାକୁ ବ୍ୟବସାୟୀ କରଣ ପାଇଁ ବଡ଼ ବଡ଼ ପୋଖରୀ ଖୋଳାଯାଇଛି । ଏହାଠୁ ବଢି ଆଶ୍ଚର୍ଯ୍ୟ ର କଥା ହେଉଛି ଯେ ରାଜସ୍ୱ ନକ୍ସ। ରେ ନଥିବା ଗାଁ ଇସଲାମ ନଗର ନାଆଁ ରେ ନରେଗା ଯୋଜନାରେ ରାସ୍ତାତିଆରି ହୋଇଛି, ଗୋଦାମ ଘର, ବିଦ୍ୟୁତ ଟ୍ରାନ୍ସଫରମର ବସିବା ସହ ପୋଖରୀ ଖୋଳିବା ପାଇଁ ମାତ୍ସ୳ ବିଭାଗ ଆର୍ଥିକ ସହାୟତ ଦେଇଥିବା ଖବର ରହିଛି ତା ସହ ସରକାରୀ ଉଠାଜଳସେଚନ ପ୍ରକଳ୍ପ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି l

ଜଣେ ବ୍ୟକ୍ତି କିଭଳି ଭାବେ 100ଏକର ପରିମିତ ଜଙ୍ଗଲ ଜମି ଜବରଦଖଲ କରି ଜଙ୍ଗଲ ଜମିରେ ନିର୍ମାଣ କାର୍ଯ୍ୟ କରିଛନ୍ତି ତାହା ତଦନ୍ତ ପରିସର ଭୁକ୍ତ ହୋଇଥିବା ବେଳେ l କେଉଁ ଅଧିକାରୀ ଙ୍କ ଅହେତୁକ ଅନୁକମ୍ପା ବଳରେ ଏହା ସମ୍ଭବ ହୋଇପାରିଛି ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିଷୟରେ ମୋଟୁ ତହସିଲଦାର ଏବଂ ମୋଟୁ ରେଞ୍ଜରଙ୍କ କଥାରେ ତାଳମେଳ ରହୁନଥିବା ବେଳେ ଏହାକୁ ସଂରକ୍ଷିତ ଜଙ୍ଗଲ କହୁଥିବା ବେଳେ ମୋଟୁ ରେଞ୍ଜର କହିଛନ୍ତି ରାଜସ୍ୱ ଜଙ୍ଗଲ l ଏହି ଜାଗାରେ ବ୍ଲକ ଦ୍ୱାରା ନିର୍ମାଣ କାର୍ଯ୍ୟ ହୋଇଥିବା ଏକ ଫଳକରେ ଇସ୍ଲା ମନଗର ନାମ ରହିଛି lବିଗତତ ସରକାର ସମୟରେ ଏହି କାଲେଙ୍କାରୀ ହୋଇଥିବା ବେଳେ ଢୋଲ ଭିତରେ ଲୁଚିରହିଥିବା ମୂଷା ଖୋଜିବା ପାଇଁ ବର୍ତ୍ତମାନ ସମୟର ନୂତନ ସରକାର ବା ଲୋକଙ୍କ ସରକାର କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକିରହିଲା ।

nis-ad
Leave A Reply

Your email address will not be published.