ମାଲକାନଗିରି ମହାବିଦ୍ୟାଳୟରେ ସ୍ୱଚ୍ଛତାହିଁ ସେବା କାର୍ଯ୍ୟକ୍ରମ ଆୟୋଜନ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟରେ ଆଜି ସକାଳ ୭.୦୦ଘଟିକା ରେ ଏକ ସ୍ୱଚ୍ଛତାହିଁ ସେବା -୨୦୨୪ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ଏନ.ଏସ. ଏସ ଓ ଏନ.ସି.ସି ର ମିଳିତ ଆନୁକୁଲ୍ୟରେ ପ୍ରଥମେ ଏକ ସଚେତନତା ରା଼ଲି ଆରମ୍ଭ ହୋଇଥିଲା l ମହାବିଦ୍ୟାଳୟ ଫାଟକ ଠାରୁ କଲେଜ ବସ ଷ୍ଟପ୍ (ପବ୍ଲିକ ପ୍ଲେସ) ରେ ପ୍ରଥମେ ସଫେଇ କାର୍ଯ୍ୟ ହୋଇଥିଲା l ତା’ପରେ ଆର.ଏମ୍.ସି ସବଜି ମଣ୍ଡି (ବିଜନେସ ଏରିଆ) ନିକଟରେ ଏକ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏନ.ଏସ.ଏସ ବାଳକ ବିଭାଗରୁ ପ୍ରୋଗ୍ରାମ ଅଫିସର (ପି.ଓ) ଶ୍ରୀ ଗୌତମ ନାୟକ ସ୍ୱଚ୍ଛତାହିଁ ସେବାର ଉଦ୍ଦେଶ୍ୟ, ସ୍ୱଚ୍ଛ ସ୍ଵଭାଵ ଓ ସଂସ୍କାର ସ୍ୱଚ୍ଛତା ସମ୍ପର୍କରେ ସ୍ବେଚ୍ଛାସେବୀ ଙ୍କୁ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମକୁ ଏନ.ସି.ସି ବିଭାଗର ଲେଫ୍ଟନାଣ୍ଟ ସୁଶାନ୍ତ ମାଝୀ ତାଙ୍କ ଏନ.ସି.ସି ପିଲାଙ୍କ ସହ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଏନ.ଏସ.ଏସର ସମସ୍ତ ବାଳକ ଓ ବାଳିକା ବିଭାଗର ସ୍ବେଚ୍ଛାସେବୀ ଏବଂ ଏନ.ସି.ସି ର ପିଲାମାନେ ସମସ୍ତେ ଏଥିରେ ଅଂଶ ଗ୍ରହଣ କରିଥିଲେ l ଭାରତ ସରକାର, ଓଡିଶା ସରକାର ଯୁବ ଓ କ୍ରୀଡା ମନ୍ତ୍ରାଳୟ ତରଫରୁ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨,୨୦୨୪ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସ୍ୱଚ୍ଛତା ପାଖୁଡା କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ଚାଲୁ ରହିଛି l ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ପ୍ରେମରେଖା ଭତ୍ରା ଏନ.ଏସ.ଏସର ବାଳିକା (ପି.ଓ) ପ୍ରୋଗ୍ରାମ ଅଫିସର ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.