ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ ଦ୍ୱାରା କନ୍ଧମାଳର ସ୍ଥାୟୀ ବିକାଶ ବିଷୟରେ ଆଲୋଚନା ଚକ୍ର

ଫୁଲବାଣୀ : ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ, ସ୍ୱାତୀ ଏବଂ ନୀପିଡିତ ର ମିଳିତ ଉଦ୍ୟମରେ କନ୍ଧମାଳର ସ୍ଥାୟି ବିକାଶ ବିଷୟରେ ଏକ ଆଲୋଚନା ଚକ୍ର ପ୍ରେସ କ୍ଲବ,ଫୁଲବାଣି ଠାରେ ଅନୁଷ୍ଠିତହୋଇଯାଇଅଛି ।ଫୁଲବାଣୀସ୍ୱଚ୍ଛାସେବୀ ମହାସଂଘ ର ସଭ୍ୟ ଅନୁଷ୍ଠାନ ଯଥା ଜାଗୃତି, ଶାନ୍ତି ମୈତ୍ରୀ, ଜନ ବିକାଶ, ଓ.ସି.ଆଇ., ସମନ୍ୱୟ ଟ୍ରଷ୍ଟ, ବନବାସୀ ସେବା ସମିତି, ହାଇ ହୋପ ସୋସାଇଟି; ଆଜକା; ସାହାରା, ସେବା ଭାରତୀ, ଗ୍ରାମ ବିକାଶ, ଲଭ ଇଣ୍ଡିଆ, ପାହାଡ, ଓରିଶା, ଆମଗାଁ, ପ୍ରଦାତା ଓ ସାଲୁଙ୍କି ଉପସ୍ଥିତ ଥିଲେ । ଏଥି ସହିତ ଯୋଜନା ଓ ସମନ୍ୱୟ ବିଭାଗର ଜିଲ୍ଲା ଅଧିକାରୀ ଭିମଶେନ ବାରର୍ଲା, ମହିଳା ମହାବିଦ୍ୟାଳୟ ର ଅଧକ୍ଷା ଡା ତନୁଜା ସିଂ, ଫୁଲବାଣୀ ସ୍ୱୟଂ ସହାୟକ ମହାବିଦ୍ୟାଳୟ ଅଧକ୍ଷ ଶୁକାନ୍ତ କୁମାର ବେହେରା, ଜିଲ୍ଲା ସରପଂଚ ସଂଘ ର ସଭାପତି ଶୁଦର୍ଶନ କହଁର, ଜିଲ୍ଲା ପଂଚାୟତ ସଭ୍ୟ ସଂଘ ର ସଭାପତି ବୈଦନାଥ ବେହେରା, ନାଗରିକ ମଂଚର ସଭାପତି ଡା ଅରୁପ ଜେନା, ବରିଷ୍ଠ ନାଗରିକ ସଂଘ ର କର୍ମକର୍ତା ପଦ୍ମ ଚରଣ ସ୍ୱାଇଁ ଓ ପ୍ରଣବ କୁମାର ମଣ୍ଡଳ, ପ୍ରେସ କ୍ଲବର ପ୍ରତିନିଧି, ରୋଟାରି କ୍ଲବ ଫୁଲବାଣୀର ସଂପାଦକ ବିଜୟକୃଷ୍ଣ ପଟ୍ଟନାୟକ ଉପସ୍ଥିତ ରହି ଚିରନ୍ତନ ବିକାଶ ର ଦିଗ ଓ ଆଗାମି ୫ ବର୍ଷରେ ବିକାଶ ର ସ୍ୱପ୍ନ ବିଷୟରେ ଆଲୋଚନା କରି ୨୦୩୦ ସର୍ବାଙ୍ଗିନ ବିକାଶ ର ଖସଡା ପ୍ରସ୍ତୁତି କରିବା ର ପ୍ରାରମ୍ଭିକ ଆଲୋଚନା କରିଥିଲେ ।

କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବେଶ, ଅବକାରୀ, ପାନୀୟ ଜଳ, ମହିଳା ଓ ଶିଶୁ, ରୋଜଗାର ଓ ପେସା ଭଳି ୧୦ ଟି ମୁଖ୍ୟ ଦିଗ ଉପରେ ମାନସ ମନ୍ଥନ କରାଯାଇଥିଲା । ସମସ୍ୟା, ସମନ୍ୱୟ ଓ ସହଭାଗିତା କୁ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଲେ ଉପଯୁକ୍ତ ବିକାଶ ର ରୋଡ ମ୍ୟାପ ତିଆରି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଆଗାମି ଦିନରେ ଏହି କର୍ମସାଳାର ନିର୍ଜାସକୁ ପୁନରାୟ ଆଲୋଚନା ମାଧ୍ୟମରେ ଲୋକ ପ୍ରତିନିଧୀ, ସରାକାରୀ ଅଧିକାରୀଙ୍କୁ ଜଣାଇବାର ଯୋଜନା ଅଛି ବୋଲି ଫୁଲବାଣୀ ମହାସଂଘର ଆବାହକ ଇଂ ହରିଶଙ୍କର ରାଉତ କହିଥିଲେ । କୈଳାସ ଦଣ୍ଡପାଟ ନିଜସ୍ୱ ଉଦ୍ୟମରେ କରିଥିବା ସର୍ଭେ ରେ ବର୍ତମାନର ସାମାଜିକ ଓ ଅର୍ଥନୈତିକ ସ୍ଥିତି ଉପରେ ଆଲୋକପାତ କରିଥିଲେ । ନିୟମିତ ବ୍ୟବଧାନରେ ଜିଲ୍ଲା ପ୍ରଶାସନ, ସ୍ୱଛାସେବୀ ଅନୁଷ୍ଠାନ, ଓ ବୁଦ୍ଧିଜିବୀ ମାନଙ୍କ ସହିତ ଆଲୋଚନା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରଧାଞ୍ଜଳି ତିନି ଜଣ ମହାନ ବ୍ୟକ୍ତିତ୍ୱ ସ୍ୱର୍ଗତ ପ୍ରଫେସର ସବ୍ୟସାଚି ରଥ, ଫାଦର ଅଗଷ୍ଟିନି ଓ ବିଷପ ଆନସଲମ ନାୟକଙ୍କୁ ପ୍ରଦାନ କରିବା ସହିତ ତାଙ୍କର ସ୍ମୁତି ଚାରଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ ର ଆବାହକ କରିଥିବା ବେଳେ ସ୍ୱାତୀର କର୍ମୀ ପ୍ରଦୀପ ସ୍ୱାଇଁ ସହଯୋଗ କରିଥିଲେ ଓ ପରିଶେଶରେ ନୀପିଡିତର ପ୍ରମୋଦ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.