ଏନଏସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରହସନ

ବାଲିଗୁଡା, : ଏନ୍‌ଏସି ପକ୍ଷରୁ ଗତ ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚଳିବାକୁ ରହିଥିବା ‘ସ୍ବଚ୍ଛତା ହିଁ ସେବା’-୨୦୨୪ ଅଭିଯାନ ପ୍ରହସନ ରେ ପରିଣତ ହୋଇଛି । ରାଜ୍ୟ ସରକାରଙ୍କ ରାଜ୍ୟ ସହରୀ ମିଶନ ନିର୍ଦ୍ଦେଶକ ଙ୍କ ଚିଠି ଅନୁଯାୟୀ ସହର ରେ ରହିଥିବା ୧୩ ୱାର୍ଡ଼ ରେ ବିଭିନ୍ନ କାର୍ଯ୍ୟକ୍ରମ କରି ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ସମସ୍ତ ଜନପ୍ରତିନିଧି , ବୁଦ୍ଧିଜୀବୀ ,ବରିଷ୍ଠ ନାଗରିକ , ଛାତ୍ରଛାତ୍ରୀ, ଯୁବକ ଓ କର୍ମଚାରୀ ସାମିଲ ନେଇ ସଫେଇ ସହ ସଚେତନତା ରାଲି ସହ ସ୍ଥାନୀୟ କଳାକାରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରିବା ପାଇଁ ନିୟମ ରହିଥିବା ବେଳେ ଏନଏସି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଯାହାଫଳରେ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କେବଳ କିଛି ସରକାରୀ କାର୍ଯ୍ୟଳୟ କୁ ଯାଇ ନିଜେ ନିଜେ କିଛି ସଫେଇ ଓ କାର୍ଯ୍ୟାଳୟର କିଛି କର୍ମଚାରୀ ଙ୍କୁ ଧରି କାମ ଫୋଟ ଉଠାଇ କାମ ସାରିଦେଇଛନ୍ତି । ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ଟି ସାର୍ଟ ଓ ଟୋପି କୁ ନିଜ ନିଜ ମଧ୍ୟରେ ବାଣ୍ଟି ନେଇ ପିନ୍ଧି ଫୋଟ ଉଠାଇ ଅପଲୋଡ କରି କାମ ସାରି ଦେଉଛନ୍ତି । ସହର ମଧ୍ୟରେ ଲୋକଙ୍କୁ ସଚେତନ କରା ଯାଉନଥିବାରୁ ପରିବେଶକୁ ଅପରିଷ୍କାର କରୁଛନ୍ତି । ଦିନକୁ ଦିନ ପଲିଥିନ ବ୍ୟବହାର ବୃଦ୍ଧି ପାଉଥିବା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଲୋକେ ପଲିଥିନ ଗୁଡିକୁ ଏଣେତେଣେ ବିଭିନ୍ନ ଜିନିଷ ପକାଇ ସହର କୁ ଅପରିଷ୍କାର କରୁଛନ୍ତି । ଏ ସମ୍ପର୍କ ରେ ଏନଏସି ପରିମଳ ଅଧିକାରୀ ଜୟପାଲ ବଳିଆର ସିଂ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକା ନନ୍ଦ ଦଳାଇ ଙ୍କୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ -୨୦୨୪ ସମ୍ପର୍କ ରେ ପଚାରିବାର ସେ କହିଛନ୍ତି ଏହା ଏକ ଛୋଟିଆ କାର୍ଯ୍ୟକ୍ରମ ଏଣୁ କାହାରିକୁ ଡକାଯାଇ ନାହିଁ କେବଳ ଆମେ ଫୋଟ ଉଠାଇ ଅପଲୋଡ କରିଦେଲେ ହେଲା । ତେବେ ଏବେ ସରକାରଙ୍କ ଯୋଜନା କଣ ରଙ୍ଗ ବଦଳା ଓ ଫୋଟ ଉଠାଇ ପ୍ରଚାର ସର୍ବସ୍ଵ ହୋଇଯାଇଛି କି ବୋଲି ପ୍ରଶ୍ନ ଉଠିଛି । ତେବେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରହସନ ହୋଇଥିବା ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି l


nis-ad
Leave A Reply

Your email address will not be published.