ନାବାଳକ/ନାବାଳିକା ଭାଇଭଉଣୀମାନଙ୍କ ଅସଦାଚରଣ ମାମଲାରେ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ୧୭ବର୍ଷ, ୧୬ବର୍ଷ ଏବ°୧୩ ବର୍ଷିଆ ନାବାଳକ/ନାବାଳିକା ଭାଇ ଭଉଣୀ ମାନଙ୍କ ଅସଦାଚରଣ, ବାଡିଆପିଟା ଚୋରି ମାମଲାର ବିଚାର ୧୭ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାର କରି ଅଭିଯୁକ୍ତ ଙ୍କୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୧୪,୫୦୦ଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୨ବର୍ଷ୧୦ମାସ୭ଦିନ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟର ସ୍ଵତନ୍ତ୍ର ପି.ପି.ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।
ସୁଚନା ଅନୁସାରେ ତିନି ଭାଇ ଭଉଣୀ ଭଡ଼ା ଘରେ ଶୋଇଥିବା ବେଳେ ଅଭିଯୁକ୍ତମାନେ ଭୁଜାଲି,କାତି ଧରି ରାତି ୧୨ଟା ରେ କବାଟ ବାଡେଇ, ଝରକା ଭାଙ୍ଗି ଗୃହ ଭିତରେ ପ୍ରବେଶ କରି ଅସଦାଚରଣ କରିଥିଲେ ଏବଂ ମାଡ଼ ମାରିଥିଲେ। ସେମାନଙ୍କ କଥାରେ ରାଜି ନ ହେଲେ ଏସିଡ୍ ପକେଇ ଜୀବନରେ ମାରିଦେବ ବୋଲି ଭୁଜାଲି ଧମକ ଦେଇଥିଲେ । ଜଣେ ପିଡୀତା ଚାଇଲ୍ଡ୍ ହେଲ୍ପ ଲାଇନ ୧୦୮୯କୁ ସାହାଯ୍ୟ ପାଇଁ ଫୋନ୍ କରିଥିଲେଏବ°ଚାଇଲ୍ଡ୍ ହେଲ୍ପଲାଇନ ସଦସ୍ୟ ମାନେ ଏବଂ ପୋଲିସ ଆସିବାରୁ ଏମାନେ ଦୁଷ୍କର୍ମରୁ ରକ୍ଷା ପାଇ ଯାଇଥିଲେ। ପିଡୀତା ଫୁଲବାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଥାନା କେଶ୍ ନମ୍ଵର୍ -୧୨୩/ତା ୦୪.୦୭. ୨୦୧୭ରିଖରେ ରେଜିଷ୍ଟ୍ରେସନ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ତା୨୬.୦୯.୨୦୨୪ରିଖରେ ବିଚାରପତି ମହାଶୟ ଉକ୍ତ ରାୟ ପ୍ରକାଶ କରିଛନ୍ତି ଏବଂ ପିଡୀତା/ପିଡିତ ମାନଙ୍କୁ କ୍ଷତି ପୂରଣ ଅର୍ଥ ଟ୧,୦୦,୦୦୦ଙ୍କା(ଏକ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଲିଗାଲ୍ ଏଡଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

nis-ad
Leave A Reply

Your email address will not be published.