ଆସନ୍ତାମାସରୁ ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ

ଭୁବନେଶ୍ବର: ଏଣିକି ରାସନ ଖାତାରେ ମିଳିବ ଚାଉଳ ସାଙ୍ଗରେ ଗହମ । ଆସନ୍ତାମାସ ଠାରୁ ରାସନକାର୍ଡଧାରୀ ମାନେ ପାଇବେ ଗହମ । ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି ଜାରି ହୋଇଛି ।

ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ରାସନର ୨୦ ପ୍ରତିଶତ ଗହମ ମିଳିବ । ତେବେ ଗତ ମାସରେ ଚାଉଳ ସହ ଗହମ ଦିଆଯିବ ବୋଲି ବିଧାନସଭାରେ ମନ୍ତବ୍ୟ ରଖିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।  ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ ।

nis-ad
Leave A Reply

Your email address will not be published.