ସରକାର ଓ ଲୋକଙ୍କ ମଧ୍ୟରେ ଜିଲ୍ଲାପାଳ ସେତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାର ଓ ଲୋକଙ୍କ ମଧ୍ୟରେ ଜିଲ୍ଲାପାଳ ସେତୁ । ଯୋଜନାର ସଫଳ ରୂପାୟନ ହେଲେ ରାଜ୍ୟରେ ଦାରିଦ୍ର୍ୟ ହଟିବ । ସରକାରୀ ଯୋଜନାର ରୂପାୟନ ଜିଲ୍ଲାପାଳଙ୍କ ହାତରେ ରହିଛି । ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀକୁ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତ୍ତିଭୂମିର ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଆର୍ଥିକ ବିକାଶର ଗତିକୁ ତ୍ୱରାନ୍ୱିତ କରିବାକୁ ସରକାର ସର୍ବଦା ପଦକ୍ଷେପ ନେଉଛନ୍ତି । ଜିଲ୍ଲାପାଳଙ୍କ ପରିଶ୍ରମ ଫଳରେ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବ ।

ଓଡ଼ିଶାକୁ ଏକ ନମ୍ବର କରିବାର ସ୍ଵପ୍ନ ସାକାର ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା, ମୁଖ୍ୟ ସଚିବ ମନୋଜ ଆହୁଜା, ସବୁ ବିଭାଗର ସଚିବ ଓ ଜିଲ୍ଲାପାଳମାନେ ଯୋଗ ଦେଇଛନ୍ତି । ଆଜି କେବଳ ଜିଲ୍ଲାପାଳ ସମ୍ମିଳନୀ ଥିବା ବେଳେ ଆସନ୍ତାକାଲି ଉଭୟ ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀ ରହିଛି ।

nis-ad
Leave A Reply

Your email address will not be published.