ମା ବରାଳି ଦେବୀ ମନ୍ଦିର ପରିଚାଳନା କମିଟି ପୁନଃଗଠନ ପାଇଁ ଉପଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ମଣ୍ଡଳୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଧିଷ୍ଠାତ୍ରୀ ମା ବରାଳ ଦେବୀ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଚୟନ କରାଯାଉ ବୋଲି ଫୁଲବାଣୀ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରସ୍ତାବ ଆଗତ କରିଛନ୍ତି କମିଟି ର ପୂର୍ବତନ କର୍ମକର୍ତ୍ତା ଓ ସଦସ୍ୟମାନେ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମରେ କାହିଁ ଅନାଦି କାଳରୁ ପୂଜା ପାଇ ଆସୁଛନ୍ତି କନ୍ଧମାଳର ଅଧିଷ୍ଠାତ୍ରୀ ମା ବରାଳ ଦେବୀ । ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ନବମୀ ତିଥିରେ ମା ବରାଳ ଦେବୀଙ୍କର ପୂଜା ବହୁ ଜନ ସମାଗମ ମଧ୍ୟରେ ମହା ଆଡମ୍ବର ସହକାରେ ହୋଇଥାଏ । ଏହି ପୂଜାକୁ ନବମୀ ପୂଜା କୁହାଯାଏ, ଏମିତି ଅନେକ ମା ବରାଳ ଦେବୀଙ୍କର ରୀତିନୀତି, ପୂଜା ପଦ୍ଧତି ଲାଗି ରହିଛି, ଯାହାକି ଅନନ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ । ହେଲେ ମା ବରାଳି ଦେବୀ ମନ୍ଦିରର କିଛି ସମସ୍ୟା ରହିଛି ତାର ସମାଧାନ କରାଯିବା ପାଇଁ ଶ୍ରଦ୍ଧାଳୁ ଓ ଗାଁ ମୁଖିଆ ତଥା ଆଦିବାସୀ ମୁଠା ସର୍ଦ୍ଦାରମାନେ ୨୦୨୨ ମସିହାରେ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ପୂରି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିର୍ଦ୍ଧାରିତ ନୀତି ନିୟମ ଅନୁସାରେ ନୂତନ କମିଟି ଗଠନ ହୋଇପାରିନ ଥିବା ଉପଜିଲ୍ଲାପାଳ ଫୁଲବାଣୀଙ୍କ ନିକଟରେ ଦାବିପତ୍ର ଦେଇ ଅବଗତ କରାଇଥିଲେ । କାରଣ ବର୍ତ୍ତମାନ ମାଙ୍କର ନବମୀ ପୂଜାର ଆଗମନୀ ସମୟ ହୋଇଥିବାରୁ ଯଥା ଶୀଘ୍ର ନୂତନ କମିଟିର କର୍ମକର୍ତ୍ତା ଚୟନ କରାଯିବା ପାଇଁ ଆଲୋଚନା କରିଥିଲେ । ମନ୍ଦିର ପରିଚାଳନା ବିଷୟରେ ସମସ୍ତ ନୀତି ନିୟମ, ପୂଜା ପଦ୍ଧତି ଓ ଅସୁବିଧା ବିଷୟରେ ଉପଜିଲ୍ଲାପାଳ ଶ୍ରୀ ଚିତ୍ତରଞ୍ଜନ ମହନ୍ତ ଅବଗତ ହେବା ପରେ ଯଥା ଶୀଘ୍ର ସମସ୍ତ ଦିଗକୁ ଅନୁଧ୍ୟାନ କରି ଆଗାମୀ ନବମୀ ପୂଜା ପୂର୍ବରୁ ନିଶ୍ଚିତ ଭାବେ ନୂତନ କମିଟି ଗଠନ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ । ଉପ ଜିଲ୍ଲାପାଳ ଶ୍ରୀ ମହନ୍ତ ଙ୍କ ପ୍ରତିଶୃତି ପରେ ବୁଦ୍ଧିଜୀବୀ ମଣ୍ଡଳୀ ଉପଜିଲ୍ଲାପାଳ ଶ୍ରୀ ମହନ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଖୁସିବ୍ୟକ୍ତ କରିଥିଲେ । ଉକ୍ତ ପ୍ରତିନିଧି ମଣ୍ଡଳୀ ରେ ଶୁକଦେବ ଯାନୀ, ଉପସଭାପତି, ଗୌତମ ପ୍ରଧାନ, କୋଷାଧକ୍ଷ ଅନ୍ତର୍ଯ୍ୟାମୀ କହଁର, ଉପଦେଷ୍ଟା ରମାକାନ୍ତ ମଳିକ, ପୂର୍ବତନ ଖଜୁରୀପଡା ପଂଚାୟତ ସମିତି ଅଧକ୍ଷ ବୀରେନ୍ଦ୍ର କହଁର, ବନମାଳୀ ପ୍ରଧାନ, ବିଚିତ୍ର ବୀର୍ଯ୍ୟ ପ୍ରଧାନ, ଶରତ ଯାନୀ, ବିନୋଦ ଚନ୍ଦ୍ର ବିଶୋଇ, ରବୀନ୍ଦ୍ର ଯାନୀ ଓ ଶରତ କୁମାର କହଁର ପ୍ରମୁଖ ରକ୍ତ କାର୍ଯ୍ୟକ୍ରମ ରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିବା ଦେଖ‌ିବାକୁ ମିଳିଥିଲା । ବିଶେଷ ଘଟଣା ହେଉଛି ପୂର୍ବ ନିର୍ଦ୍ଧାରିତ ଆଇନ ଅନୁସାରେ ମନ୍ଦିର ପରିଚାଳନା କମିଟି ଗଠନ ଓ ନୂତନ କର୍ମକର୍ତ୍ତା ଚୟନ କରାଯିବା ପରେପ୍ରତି ବର୍ଷ ପରି ମଧ୍ୟ ଚଳିତ ବର୍ଷ ଅତି ଆଡମ୍ବର ସହକାରେ କନ୍ଧମାଳର ଅଧିଷ୍ଠାତ୍ରୀ ମାବାରାଳୀ ଦେବୀଙ୍କର ନବମୀ ପୂଜା ବଡ଼ ଧୁମ ଧାମ ରେ କରା‌ଯିବ ବୋଲି ପ୍ରତିନିଧି ମଣ୍ଡଳୀର କର୍ମକର୍ତ୍ତା ମାନେ ଉତ୍ସାହର ସହିତ ପ୍ରକାଶ କରିଥିଲେ ।

nis-ad
Leave A Reply

Your email address will not be published.