ଚିକିଟୀରେ ନିପୁଣ ଓଡିଶାର ଉଦଘାଟନୀ ସମାରୋହ

ଚିକିଟୀ : ଆଜି ସାରା ଓଡ଼ିଶାରେ ହୋଇଥିବା ଗତ ସେପ୍ଟେମ୍ବର ୫ ତାରିଖରେ ସମ୍ମାନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ନିପୁଣ ଓଡ଼ିଶା ର ଶୁଭ ମହୁରତ କରି ସାରା ଓଡ଼ିଶା ବାସୀଙ୍କୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଚିକିଟୀ ବ୍ଲକ ଅନ୍ତର୍ଗତ ଚିକିଟୀ ପେଣ୍ଠ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡାଙ୍କ ପୌରହିତ୍ୟରେ ତହସିଲଦାର ଶ୍ରୀ ବଳଦେବ ବେହେରା ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଏନ ଏ ସି କାର୍ଯ୍ୟ ନିର୍ବାହ ଅଧିକାରୀ ଶ୍ରୀ କୂଳଦୀପ କୁମାର ଓ ପୂର୍ବତନ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଗଣେଶ ପ୍ରସାଦ ପଣ୍ଡା, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ ପାଢ଼ୀ ସହଙ୍କ ଗଞ୍ଜାମ ଜିଲ୍ଲା ଶିକ୍ଷା ଗବେଷଣା ପ୍ରତିଷ୍ଠାନ ର ପ୍ରଶିକ୍ଷିକା ବବିତା ସିଂ ନାୟକ ଏବଂ ଦୁଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିଗମାନନ୍ଦ ପଣ୍ଡା ଓ ସୀମାଞ୍ଚଳ ପଣ୍ଡାଙ୍କ ସମେତ ବ୍ଲକ ର ସମ୍ବଳ ଶିକ୍ଷକ ନରେନ୍ଦ୍ର ସାହୁ,ରଞ୍ଜନ କୁମାର ବ୍ରହ୍ମା,କେ ଜଗନ୍ନାଥ ରାଓ,ତ୍ରିଲୋଚନ ପ୍ରଧାନ,ଲିଙ୍ଗରାଜ ପ୍ରଧାନ,ପ୍ରଦୀପ ସେଠୀ,ରମାକାନ୍ତ ସାହୁ,ସଂହିତା ମହାନ୍ତି, ପ୍ରଧାନ ଶିକ୍ଷକ ମଦମୋହନ ରଥ ଓ ବୃନ୍ଦାବନ ପାଢ଼ୀଙ୍କ ସହ ଅନେକ ସହକାରୀ ଶିକ୍ଷକ ସମେତ ନୂତନ ଭାବେ ଯୋଗ ଦେଇଥିବା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ନିପୁଣ ଓଡ଼ିଶାର ଲୋଗୋ ଉଦ୍ଘାଟନ ପରେ ନିପୁଣ ଓଡ଼ିଶା ସଂଗୀତ ପରିବେଷଣ କରା ଯାଇଥିଲା। ପରେ ମୁଖ୍ୟ ଅତିଥି ଚିକିଟୀ ତହସିଲଦାର ଶ୍ରୀ ବଳଦେବ ବେହେରା ନିପୁଣ ଓଡ଼ିଶାକୁ ଚିକିଟୀ ବ୍ଲକ ରେ ଶତ ପ୍ରତିଶତ ସଫଳତା ପାଇଁ ଆହ୍ବାନ ଦେଇଥିଲେ। ଅବସର ପ୍ରାପ୍ତ ଗଣେଶ ପ୍ରସାଦ ପଣ୍ଡା ଶ୍ରେଣୀ କକ୍ଷରେ ସହଜରେ ଓ ସୁଲଭ ମୂଲ୍ୟର ଶିକ୍ଷଣ ସାମଗ୍ରୀ ବ୍ୟବହାର ଉପରେ ସୁନ୍ଦର ଘଟଣା ବ୍ୟାଖ୍ୟା କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା ନିପୁଣ ଓଡ଼ିଶାର ଆଭିମୁଖ୍ୟ ସହ ବ୍ଲକ ସ୍ତରରେ ତାର ସୁଚାରୁ ରୂପେ ପରିଚାଳନା ସହ ବିଭିନ୍ନ ସମୟରେ ତାର ପର୍ଯ୍ୟାୟ ଭିତ୍ତିକ ମାନ ନିର୍ଦ୍ଧାରଣ ଏବଂ ସମୀକ୍ଷା ଉପରେ ଦୃଷ୍ଟିପାତ କରିଥିଲେ। ପରେ ପରେ ବି ଆର୍ ସି ସି ନିଗମାନନ୍ଦ ପଣ୍ଡା ଶ୍ରେଣୀ କକ୍ଷରେ ଶିକ୍ଷଣ ସାମଗ୍ରୀର ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧି ସହ ସେ ସବୁକୁ ଶିକ୍ଷଣ ପାଇଁ ବ୍ୟବହାର କରିବା ଉପରେ ଦୃଷ୍ଟି ଦେବାକୁ ମତାମତ ଦେଇଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀମାଞ୍ଚଳ ପଣ୍ଡା ନବ ଭାରତ ସାକ୍ଷରତା ଅଭିଯାନ ସହ ନିପୁଣ ଓଡ଼ିଶାର ସାମଞ୍ଜସ୍ୟ କୁ ବିଶଦ ଭାବେ ଆଲୋଚନା କରିଥିଲେ। ନିପୁଣ ଓଡ଼ିଶାର ପାଞ୍ଚ ସୁତ୍ର ଓ ତାର କାର୍ଯ୍ୟକାରିତା ସମ୍ପର୍କରେ ବ୍ଲକ ସମ୍ବଳ ଶିକ୍ଷକ ନରେନ୍ଦ୍ର ସାହୁ ଓ ନିପୁଣ ଓଡ଼ିଶାର ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ପ୍ରଚଳନକୁ ସହଜ ସାଧ୍ୟ କରିବା ପାଇଁ ହେଲ୍ପ ଡେସ୍କର କୌଶଳ ଉପରେ ସମ୍ବଳ ଶିକ୍ଷକ ରମାକାନ୍ତ ସାହୁ ଆଲୋକପାତ କରିଥିଲେ। ସମ୍ବଳ ଶିକ୍ଷକ ରଞ୍ଜନ ବ୍ରହ୍ମା ଓ ନୋଡାଲ ଉଚ୍ଚ ବିଦ୍ୟାଳୟ କୃଷ୍ଣପୁର ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଦନ ମୋହନ ରଥ ଓ ତ୍ରିଲୋଚନ ପ୍ରଧାନ ମହୋଦୟ ବିଷୟ ବସ୍ତୁକୁ ସଂକ୍ଷେପଣ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏଥିରେ ବ୍ଲକ ର ଆଗ୍ରହୀ ଉଦ୍ୟମୀ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନା ରେ ଭାଗ ନେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲା ବେଳେ ଶିକ୍ଷକ ବୃନ୍ଦାବନ ପାଢ଼ୀ ଅତିଥି ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

nis-ad
Leave A Reply

Your email address will not be published.