ରାଜ୍ୟସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତାରେ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସଫଳତା

ଛତ୍ରପୁର : ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଆନୁକୁଲ୍ୟରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ସ୍ତରୀୟ ବିଜ୍ଞାନ ଡ୍ରାମା ରେ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଡ୍ରାମା ଟିମ୍ ଦ୍ଵିତୀୟ ସ୍ଥାନ ଅଧିକାର କରି ଭାରତୀୟ ପୂର୍ବାଞ୍ଚଳ ସ୍ତର ପାଇଁ ମନୋନୀତ ହୋଇଛନ୍ତି।ଏହି ସଫଳତା ସହ ଏହି ଟିମ୍ ଆସନ୍ତା 30 ସେପ୍ଟେମ୍ବର କଲିକତା ର ବି ଆଇ ଟି ଏମ ଠାରେ ଜାତୀୟ ସ୍ତର ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି।ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ୫ଟି ଜୋନ ରୁ ଉତ୍ତୀର୍ଣ୍ଣ ହୋଇ ଆସିଥିବା ଡ୍ରାମା ଟିମ୍ ଅଂଶଗ୍ରହଣ କରିଥିଲେ। ଅନ ସ୍ଲୋ ର ଛାତ୍ର ଛାତ୍ରୀ ମାନେ କୃତ୍ରିମ ବୁଦ୍ଧିମତା ଉପରେ ଡ୍ରାମା ପରିବେଷଣ କରିଥିଲେ।ଡ୍ରାମା ରେ ଏ ୱାନ ରୋବର୍ଟ ଭୂମିକା ନିଭାଉଥିବ ପ୍ରିୟଙ୍କା ତିର୍କି ଙ୍କୁ ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ଅଭିନେତ୍ରୀ ଉପାଧି ମିଳିଥିଲା।
ବିଦ୍ୟାଳୟ ର ଏହି ଐତିହାସିକ ସଫଳତା ପାଇଁ ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କ ପରିଶ୍ରମ,ସେମାନଙ୍କ ଅଭିଭାବକ ମାନଙ୍କ ସହଯୋଗ ଓ ପିଲାଙ୍କୁ ପ୍ରଶିକ୍ଷଣ ଦେଉଥିବା ବିଦ୍ୟାଳୟ ର ଶିକ୍ଷୟତ୍ରୀ ବ୍ଲେସି ପ୍ରଧାନ ଓ ଅଞ୍ଜନାଶ୍ରୀ ବାଡ଼ତ୍ୟା ଙ୍କୁ ଶ୍ରେୟ ଓ ଶୁଭେଚ୍ଛା ପ୍ରଦାନ କରିଛନ୍ତି।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିବା ସହ ଆଗାମୀ ପୂର୍ବାଞ୍ଚଳ ସ୍ତର ପ୍ରତିଯୋଗିତା ରେ ଡ୍ରାମା ଟିମ୍ ର ସଫଳତା ପାଇଁ ଆଶାୟୀ ଅଛନ୍ତି।

nis-ad
Leave A Reply

Your email address will not be published.