ରାଜ୍ୟସ୍ତରୀୟ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଚମାଖଣ୍ଡି ଗ୍ରାମ ପଞ୍ଚାୟତକୁ ମିଳିଲା ଶ୍ରେଷ୍ଠ ପୁରସ୍କାର

ଛତ୍ରପୁର : ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକର ଚମାଖଣ୍ଡି ଗ୍ରାମ ପଞ୍ଚାୟତକୁ ମିଳିଲା ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର । ସ୍ୱଚ୍ଛ ଭାରତ ମିଶନ – ଗ୍ରାମୀଣ ଦ୍ୱିତୀୟ ପର୍ଯ୍ୟାୟ ଅନୁଯାୟୀ ସମସ୍ତ ବର୍ଗରେ ଚମାଖଣ୍ଡି ପଞ୍ଚାୟତ ସଠିକ କାର୍ଯ୍ୟ ସହିତ ପରିଚାଳନା କରିଥିବାରୁ ଏହି ପୁରସ୍କାର ପାଇଛି । ଏନେଇ ଗୁରୁବାର ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଲକର ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଭାରତସରକାରଙ୍କ ଜଲ ଓ ଶକ୍ତି ମନ୍ତ୍ରୀ ସି ଆର ପାଟିଲ ଯୋଗଦେଇ ଚମାଖଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ସିଏଚ ମନୋଜ କୁମାର ରେଡ୍ଡୀ , ପିଇଓ ଦଣ୍ଡପାଣି ପ୍ରଧାନ , ମା ମଙ୍ଗଳା ଏସଏଚଜି ଗ୍ରୃଫର ସଦସ୍ୟା ସୁଷମା ନାୟକ ଓ ସବିତା ନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଓ ସ୍ଥାନୀୟ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ସମେତ ଅନ୍ୟନ୍ୟ ଅତିଥୀ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ସରପଞ୍ଚ ଶ୍ରୀ ରେଡ୍ଡୀ ଓ ତାଙ୍କ ଟିମଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ ଚମାଖଣ୍ଡି ଗ୍ରାମ ପଞ୍ଚାୟତରେ ସଫା ସୁତରା , ଡ୍ରେନେଜ , ସୋକପିଟ , ସମସ୍ତ ଘରେ ଶୌଚାଳୟ, ଘର କୁ ଘର ଆବର୍ଜନା ସଂଗ୍ରହ ଏବଂ ବିଭବ କେନ୍ଦ୍ର କୁ ସଠିକ୍ ପରିଚାଳନା କରିବା । ଏହା ସହିତ ରାସାୟନିକ କ୍ଷତ ଉତ୍ପାଦନ କରିବା ସମେତ ବିଭିନ୍ନ କାର୍ଯ୍ୟ ନେଇ ଏହି ପୁରସ୍କାର ମିଳିଥିବା ପିଇଓ ଦଣ୍ଡପାଣି ପ୍ରଧାନ କହିଛନ୍ତି ।

nis-ad
Leave A Reply

Your email address will not be published.