ତିନି ଶିକ୍ଷକରେ ଚାଲିଛି ଆଶ୍ରମ ବିଦ୍ୟାଳୟରେ ପାଠପଢା !

ମାଲକାନଗିରି : ରାଜ୍ୟରେ ସରକାର ଶିକ୍ଷାର ଉନ୍ନତିକରଣ ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ତାହା କେବଳ ଲୋକ ଦେଖାଣିଆ ବୋଲି ଅଭିଭାବକ ମହଲରେ ଅଭିଯୋଗ ହେଉଅଛି l ଗୋଟିଏ ପଟେ ଶିକ୍ଷାର ବିକାଶ ନିମନ୍ତେ ଭିତ୍ତିଭୂମିର ଉନ୍ନତିକରଣ କରିବା ନିମନ୍ତେ ବିଭିନ୍ନ ଯୋଜନା କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଂକୁ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ପୋଷାକ, ପୁସ୍ତକ ପ୍ରଦାନ କରାଯିବା ସହ ମଧ୍ୟାହ୍ନ ଭୋଜନ ଦିଆଯାଉଛି ଏପରିକି ହଷ୍ଟେଲ କରାଯାଇ ରହିବା ଓ ଖାଇବା ର ବ୍ୟବସ୍ଥା ରହିଛି !ଏତେ ସବୁ ସୁବିଧା ସ୍ୱତେ ଶିକ୍ଷାର ପ୍ରକୃତ ଭିତ୍ତିଭୂମି କୁହାଯାଉଥିବା ଶିକ୍ଷକଙ୍କ ଅଭାବକୁ ସରକାର ଦୂର କରିପାରୁନଥିବା ଦୁର୍ଭାଗ୍ୟଜନକ ବୋଲି ଅଭିଭାବକମାନେ ମତ ଦେଇ ଛନ୍ତି l ସେହିଭଳି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଭୁବନପାଲି ଆଶ୍ରମବିଦ୍ୟାଳୟ ଏବଂ କାଲିମେଳା ବ୍ଲକର ରାଜଗିରି ଆଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାକୁ ଆଶ୍ରମ ବିଦ୍ୟାଳୟରେ ନାହାନ୍ତି ଆବଶ୍ୟକ ମୁତାବକ ଶିକ୍ଷକ l ଫଳରେ ଶିକ୍ଷାଦାନ ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ଏହି ସମସ୍ୟାର ସମାଧାନ ପାଇଁ ଗଣମାଧ୍ୟମ ଜରିଆରେ ଭୁବନପାଲି ସରପଞ୍ଚ ପୁଷ୍ପାଞ୍ଜଳୀ ମାଡକାମୀ, ଜଗା ମାଢି, କାନା ମାଡକାମୀ, ବିପିନ ସାଣ୍ଡି, ରାମଚନ୍ଦ୍ର ବେଟି ସହ ଅନ୍ୟ ଗ୍ରାମବାସି ସରକାରଙ୍କୁ ଶିକ୍ଷକ ବୃଦ୍ଧି ପାଇଁ ଗୁହାରି କରିଛନ୍ତି l ଗ୍ରାମବାସିଙ୍କ କହିବା ଅନୁଯାଇ ଭୁବନପାଲି ଆଶ୍ରମ ବିଦ୍ୟାଳୟରେ ୨୧୦ଜଣ ଛାତ୍ରଛାତ୍ରୀ ଥିବା ବେଳେ ପ୍ରଧାନଶିକ୍ଷକଙ୍କ ସମେତ ଏଠାରେ କେବଳ ତିନିଜଣ ଶିକ୍ଷକ ରହିଛନ୍ତି ସେହିପରି କାଲିମେଳା ବ୍ଲକର ରାଜଗିରି ଆଶ୍ରମ ବିଦ୍ୟାଳୟରେ ୨୯୪ଛାତ୍ରଛାତ୍ରୀ ଥିବାବେଳେ ଏଠାରେ ମଧ୍ୟ ପ୍ରଧାନଶିକ୍ଷକ ଏବଂ ଦୁଇଜଣ ଶିକ୍ଷକ ରହିଛନ୍ତି l

ଏହି ଦୁଇ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦ୍ୟାଳୟର ଅନ୍ୟ କାମରେ ବ୍ୟସ୍ତ ରହୁଥିବା ବେଳେ ଏଠାରେ କେବଳ ଦୁଇଜଣ ଶିକ୍ଷକ ହିଁ ଛାତ୍ରଛାତ୍ରିଙ୍କୁ ପାଠ ପଢ଼ାଉଥିବା ଗ୍ରାମବାସୀପ୍ରକାଶ କରିଛନ୍ତି l ଯାହାକୁ ନେଇ ଏହି ଆଶ୍ରମ ବିଦ୍ୟାଳୟରେ ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ ଅଭିଭାବକ l ଏହି ବିଷୟରେ ମାଲକାନଗିରି ଡିଡବ୍ଲୁଓଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଜିଲ୍ଲାର କିଛି ବିଦ୍ୟାଳୟରେ ଏହି ଭଳି ସମସ୍ୟା ଦେଖିବାକୁ ମିଳିଛି ଆମେ ଆଗାମୀ କିଛି ଦିନରେ ଶିକ୍ଷକ ଅଭାବ ଥିବା ବିଦ୍ୟାଳୟ ଗୁଡିକରେ ଗେଷ୍ଟ ଶିକ୍ଷକ ନିଯୁକ୍ତି କରିବୁ ବୋଲି ଲକ୍ଷ୍ୟ ରଖିଛୁ ତା ସହ ଯେଉଁ ବିଦ୍ୟାଳୟରେ ଅଧିକ ଶିକ୍ଷକଶିକ୍ଷୟତ୍ରୀ ଅଛନ୍ତି ସେଠାରୁ ସେହି ଶିକ୍ଷକଶିକ୍ଷୟତ୍ରୀ ମାନଙ୍କୁ ଆଗାମୀ ଦିନ ରେ କମ ଶିକ୍ଷକ ଥିବା ବିଦ୍ୟାଳୟରେ ନିଯୁକ୍ତି କରିବୁ ବୋଲି କହିଛନ୍ତି l

nis-ad
Leave A Reply

Your email address will not be published.