ପାରିଶ୍ରମିକ ପ୍ରଦାନ କରିବାକୁ ଗଞ୍ଜାମ ଜିଲ୍ଲା ଜିପିଏଲଏଫ ମିଶନଶକ୍ତି କର୍ମୀ ସଂଘର ଦାବି

ଛତ୍ରପୁର : ପାରିଶ୍ରମିକ ପ୍ରଦାନ କରାଯାଉନଥିବା ନେଇ ଗଞ୍ଜାମ ଜିଲ୍ଲା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସଂଘ ପକ୍ଷରୁ ଦାବି ହୋଇଛି । ଏନେଇ ଗୁରୁବାର ଗଞ୍ଜାମ ଜିଲ୍ଲା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସଂଘର ୬ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସେମାନେ ଜିଲ୍ଲାର ବିଭିନ୍ନ ପଂଚାୟତରେ କାର୍ଯ୍ୟ କରିଆସୁଛନ୍ତି ହେଲେ, ଦୀର୍ଘ ୬ ମାସ ହେଲା ସେମାନଙ୍କ ପାରିଶ୍ରମିକ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଏଣୁ ସେମାନଙ୍କୁ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରିବା ନେଇ ସେମାନେ ଦାବି କରିଛନ୍ତି ।

ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନ ହେଲେ ରାଜରାସ୍ତା ଅବରୋଧ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଦାବିପତୟ୍‌ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସଂଘର ସଭାନେତ୍ରୀ ମମତା କୁମାରୀ ସାବତ ଓ ସମ୍ପାଦିକା ମିନତୀୂ କୁମାରୀ ଦେବୀଙ୍କ ସମେତ ଜିଲ୍ଲାର ବିଭିନ୍ନ ପଂଚାୟତରେ କାର୍ଯ୍ୟରତ ଏମବିକେ, ବ୍ୟାଙ୍କ ମିତ୍ର, ସିଆରପି, କୃଷିମିତ୍ର ଓ ପ୍ରାଣୀମିତ୍ର ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.