ଗଳ୍ପ ମଧ୍ୟ ଶିକ୍ଷାର ଏକ ଅବିଛେଦ୍ୟ ଅଙ୍ଗ

ଫୁଲବାଣୀ : ଗଳ୍ପ ମାଧ୍ୟମରେ ଶିଶୁ ଓ ସମାଜର ପରିବର୍ତ୍ତନ – ଏହା ଉପରେ କେପି ସାଲୁଙ୍କି ଠାରେ ବାଳ ରକ୍ଷା ଭାରତ ଓ ଓଡିଶା ଶିକ୍ଷା ଓ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଗଳ୍ପ ବହି ଉନ୍ମୋଚନ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବାଲ ରକ୍ଷା ଭାରତର ଆସିଷ୍ଟାଣ୍ଟ ମେନେଜର ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ରଙ୍କ ତତ୍ୱାବଧାନରେ ପରିଚାଳନା କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ ଏବଂ କନ୍ଧମାଳ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକଙ୍କ ସ୍ୱ ହସ୍ତରେ ଗଳ୍ପ ବହି ଉନ୍ମୋଚନ କରିଥିଲେ । ଏହି ଅବସରରେ ଦିଲ୍ଲୀ ବାଲ ରକ୍ଷା ଭାରତର ଏଜୁକେସନ ହେଡ ଶ୍ରୀଯୁକ୍ତ ସନ୍ଦୀପ ଶର୍ମା ସମସ୍ତଙ୍କୁ ସମ୍ବର୍ଦ୍ଧିତ କରି ଥିଲେ ଓ ବାଲ ରକ୍ଷା ଭାରତର ମୁଖ୍ୟ ଡ଼ଃ ଅଭିଜିତ ଭଦ୍ର ଅନୁଷ୍ଠାନ ବିଷୟରେ ସଂକ୍ଷେପରେ କହିଥିଲେ।

ସାଂସଦ ମହୋଦୟ ଶୈଶବ ଅବସ୍ଥାରେ ଶିଶୁମାନଙ୍କ ସୁଗଠନ ଗଳ୍ପ ମାଧ୍ୟମରେ ହୋଇ ପାରିବ ଏବଂ ଶିଶୁର ଗଠନ ହିଁ ସମାଜର ଗଠନ ବୋଲି ଗୁରୁତ୍ୱ ଦେଇ କହିଥଲେ । ସେହିପରି ବିଧାୟକ ମହୋଦୟ ମଧ୍ୟ ଶିଶୁ ଗଠନର ବିଭିନ୍ନ ଦିଗକୁ ଗୁରୁତ୍ୱ ଦେଇ କହିଥିଲେ ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ । ଏଥିସହିତ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶ୍ରୀମତି ବିଜୟଲଷ୍ମୀ ବେହେରା ପ୍ରାକ ବିଦ୍ୟାଳୟରେ ଗଳ୍ପ ର ଭୂମିକା ଏବଂ ବାଲ ରକ୍ଷା ଭାରତର ୧୦ଟି କୌଶଳର ଶିକ୍ଷଣୀୟ ସାମଗ୍ରୀ ଶିଶୁର ବୌଦ୍ଧିକ ଵିକାଶରେ ଅତ୍ୟନ୍ତ ସାହାଯ୍ୟକାରୀ ହେଵା ସହ ଅଙ୍ଗନବାଡି ଓ ଅବିଭାବକ ଙ୍କ ଭୂମିକା ବେଶ ଜରୁରୀ କହିଥିଲେ । ବିଇଓ ବିନୋଦ ବିହାରି ଦିଗାଲ ଶିକ୍ଷା ସହିତ ଗଳ୍ପର ଭୂମିକା ଉପରେ ସୂଚନା ଦେବା ପରେ ସିଡିପିଓ ଶ୍ରୀମତୀ କ୍ରିଷ୍ଣା ବେହେରା ଶୃଙ୍ଖଳିତ ଶିଶୁ ଦ୍ୱାରା ସମାଜର ପ୍ରଗତି ହୋଇଥାଏ କହିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ବାଲ ରକ୍ଷା ଭାରତର କର୍ମୀ ସଞ୍ଜୟ ରାଉତ, ହୋସନା ଅକ୍ତାରୀ, ଶିବାନୀ ପାଣିଗ୍ରାହୀ ଓ ନିରୁପମା ତାଣ୍ଡି ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.