ପ୍ରଶାସନିକ କ୍ଷେତ୍ରରେ ଭାଷାର ବ୍ୟବହାରକୁ ନେଇ ଅବହେଳା ବିରୁଦ୍ଧରେ ଆନ୍ଦୋଳନ ତୀବ୍ରତର ହେବ…


ବ୍ରହ୍ମପୁର /ଭୁବନେଶ୍ୱର /୧୯ /0୯ -ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଦୀର୍ଘ ଦିନର ଆନ୍ଦୋଳନ ଫଳରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡିଶା ଗଠିତ ହୋଇଥିଲା | ଭାଷା ଭିତ୍ତିରେ ସୃଷ୍ଟି ରାଜ୍ୟର ଶାସନ ସେଇ ଭାଷାରେ ହେବାପାଇଁ 1948 ରୁ 1954 ତା ପରବର୍ତୀ ସମୟରେ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଯୋଗୁଁ 2016 ଠାରୁ 2019 ପର୍ଯ୍ୟନ୍ତ ସରକାର ଅଧ୍ୟାଦେଶ ସମେତ ବିଧାନସଭାରେ ବାରମ୍ବାର ଭାଷା ଆଇନ ସଂଶୋଧନ ଫଳରେ ଓଡ଼ିଆ ଭାଷା ସରକାରୀ ଭାଷା ଏବଂ ଭାଷା ଆଇନ ଖିଲାପ କାରୀଙ୍କୁ ଦଣ୍ଡ ବିଧାନର ବିଧି ବ୍ୟବସ୍ଥା ଲାଗୁ ପରେବି ସରକାରୀ କର୍ମଚାରୀ ଓଡ଼ିଆ ଭାଷା ବ୍ୟବହାର କରୁନଥିବାର ପରିଲକ୍ଷିତ ହେଉଛି | ଜନଚେତନା ଜାଗ୍ରତ ପାଇଁ ଭାଷା ଆନ୍ଦୋଳନ ଓଡ଼ିଶା ପୁନର୍ବାର ରାଜ ରାସ୍ତାକୁ ଆସିବାକୁ ବାଧ୍ୟ ହୋଇଛି | ଐତିହାସିକ ସ୍ମାରକୀର ଉତ୍କଳ ଆଶ୍ରମ ପରିସର ରେ “ଗଞ୍ଜାମ ଭାଷା ସମ୍ମିଳନୀ” ଭାଷା ଆନ୍ଦୋଳନ ବ୍ରହ୍ମପୁର, ସଭାପତି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀଙ୍କ ସଭାପତିତ୍ୱରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି। ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ଗଞ୍ଜାମ ଭାଷା ସମ୍ମିଳନୀ ଜାତୀୟ ଆନ୍ଦୋଳନର କଥା ଓ ଗାଥାକୁ ମନେ ପକାଇ ଆମ ମାଟିର ସଂସ୍କୃତି ଭାଷା ସାହିତ୍ୟ ସମୃଦ୍ଧ ଐତିହ୍ୟ ବିଭବ ସହ ପରିଚିତ କରିବା ସହ ଆମ ପାଇଁ ସଂକଳ୍ପର ଅବସର ସୃଷ୍ଟି କରିଛି ଏଥି ସହିତ ଉତ୍କଳ ଆଶ୍ରମକୁ ଐତିହାସିକ ସ୍ମାରକୀ ପାଇଁ ପ୍ରସ୍ତାବ ବାଢ଼ିଥିଲେ | ଭାଷା ଆନ୍ଦୋଳନ ଓଡ଼ିଶା ଆବାହକ ପବିତ୍ର ମହାରଥା

କହିଥିଲେ ଓଡିଆ ଭାଷା ଆଇନ ଓ ଓଡିଆରେ ଓଡ଼ିଶାର ଶାସନ କାର୍ଯ୍ୟକାରି ଦାବିରେ ଭାଷା ଆନ୍ଦୋଳନ ଯେଉଁ ଯାତ୍ରା ଆରମ୍ଭ କରିଥିଲା ତାହା ସଫଳ ହେବା ଏବଂ ସରକାରଙ୍କ ଵିଚାରରେ ଓଡିଆ ଭାଷା ଓ ଅସ୍ମିତା ଆଜି ପ୍ରସଙ୍ଗ ପାଲଟି ଯିବା ଏହା ହିଁ ଭାଷା ଆନ୍ଦୋଳନ ବଡ ସଫଳତା | ଆଲୋଚକ ତଥା ନିମନ୍ତ୍ରିତ ଅନ୍ୟତମ ବକ୍ତା ଉତ୍କଳ ସାମ୍ୱାଦିକ ସଙ୍ଘ ସଭାପତି ବିଭୂତି ଭୂଷଣ କର କହିଥିଲେ କି, କେବଳ ଓଡ଼ିଆ ଭାଷା ଆନ୍ଦୋଳନ ସମେତ ଓଡ଼ିଆ ଅସ୍ମିତାର ସୁରକ୍ଷା କ୍ଷେତ୍ରରେ ଗଣ ମାଧ୍ୟମର ଭୂମିକା ଶୀର୍ଷରେ ରହିଛି ଓ ଭବିଷ୍ୟତରେ ରହିବ । ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଓଡିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ପ୍ରୋଫେସର ଡ ବିଦ୍ୟୁତ୍ ପ୍ରଭା ସାହୁ ଓଡ଼ିଆ ଭାଷା ଆନ୍ଦୋଳନ ଓ ଗଞ୍ଜାମ ଜିଲ୍ଲାର ଅବଦାନ ସମ୍ପର୍କରେ ଆଲୋଚନା କରି କହିଥିଲେ | ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଉପାସନା ମଣିଷଙ୍କ ଦ୍ଵାରା ଆମ ଜାତିର ଅସ୍ମିତା ସୁରକ୍ଷିତ ଏବଂ ଏହା ଆମ ପାଇଁ ଗର୍ବ ଗୌରବ ବିଷୟଯେ ଗୋଟିଏ ଜାତିର ପରିଚୟ ସୃଷ୍ଟି କରିବା ସହ ଆମ ଭାଷା ଆମକୁ ଅନେକ ପ୍ରେରଣା ଦେଇ ଆସିଛି । ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ଆଲୋଚକ ଭାବେ ଯୋଗ ଦେଇ ହରିହର ମର୍ଦ୍ଦରାଜଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ | ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପ ସଭ୍ୟ ଭାଷା ସଂସ୍କୃତି ଗବେଷକ ପଣ୍ଡିତ ହରିଶଙ୍କର ମିଶ୍ର ଏବଂ ଭାଷା ଆନ୍ଦୋଳନ ଉପ ସଭାପତି ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ଭାବେ ସ୍ଵାଭିମାନୀ ଓଡ଼ିଆ ଭାବେ ଆମର ଜାତୀୟ କର୍ତ୍ତବ୍ୟ | ସଭାପତି ଡାକ୍ତର ତ୍ରିପାଠୀ ନିଜ ସ୍ୱାର୍ଥ ଠୁ ଜାତୀୟ ସ୍ୱାର୍ଥ ପାଇଁ ଆମେ ପ୍ରସ୍ତୁତ ହୋଇ ଏମିତି କିଛି କାର୍ଯ୍ୟ କରିବା ଯାହା ପାଇଁ ଈତିହାସ ମନେ ରଖିବ । ଭାଷା ଆଇନ 2018 ମସିହାରେ ଦ୍ୱିତୀୟ ସଂଶୋଧନ ହୋଇ ଓଡ଼ିଆ ଭାଷା ସରକାରୀ ଭାଷା ଏବଂ ଆଇନ ଅମାନ୍ୟ କାରିକୁ ଦଣ୍ଡ ବିଧାନ ହାରିଥିବା ହେତୁ ଏହି ଦିନଟିକୁ ସେପ୍ଟେମ୍ବର ମାସ ୧୯ ତାରିଖ “ଭାଷା ପ୍ରାଣ ପ୍ରତିଷ୍ଠା ଦିବସ” ଭାବେ ପାଳନ କରିବା ପାଇଁ ଗଞ୍ଜାମ ଭାଷା

ସମ୍ମିଳନୀରେ ଭାଷା ଆନ୍ଦୋଳନ ,ଓଡିଶା ପକ୍ଷରୁ ନିଷ୍ପତି ହେଲା | ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଭାଷା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା। ହୃଷୀକେଶ ଦାସ ସ୍ଵର୍ଣ୍ଣମୟୀ ପାଢ଼ୀ ଏବଂ ସସ୍ମିତା ମିଶ୍ର ଭାଷା ଓ ଅସ୍ମିତା କବିତା ରଚନା କରି ପାଠ କରି ଥିଲେ।ଉତ୍କଳ ଆଶ୍ରମ ପରିସର ରେ ବିଶିଷ୍ଟ ସାହିତ୍ୟିକ କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଡ କୁଳମଣି ଓଝା, ସୁଚନା ପାଢ଼ୀ ଅଞ୍ଜଳି ଦାସ, ଲକ୍ଷ୍ମୀ ନାରାୟଣ ପଣ୍ଡା ଡ ଶ୍ୟାମ ପ୍ରସାଦ ମିଶ୍ର ଡ ପ୍ରଫୁଲ୍ଲ କୁମାର ମହାନ୍ତି ବରିଷ୍ଠ ସାମ୍ବାଦିକ ହେମାଙ୍ଗ ପ୍ରସାଦ ରାଉଳ, ସୁକାନ୍ତ ପଟ୍ଟନାୟକ, ମାଧୁରୀ ଅଧିକାରୀ, ଲିଙ୍ଗରାଜ ନାହାକ, ମାନସ ରଂଜନ ତ୍ରିପାଠି, ଅଶ୍ଵିନୀ କୁମାର ମହାପାତ୍ର,ସାମ୍ବାଦିକ ଅସିତ ପଣ୍ଡା,ଓଡିଶା ସାମ୍ବାଦିକ ସଂଘ ର ଗଞ୍ଜାମ ଜିଲ୍ଲାର ସଭାପତି ବିଶ୍ୱନାଥ ମାରଣା, ସମ୍ପାଦକ ଦିଗାମ୍ବର ମହାରଣା,ଦୀନବନ୍ଧୁ ଶ୍ରିପଲ୍ଲବ ଙ୍କ ସମେତ ଶତାଧିକ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ଯୋଗଦେଇଥିଲେ |

nis-ad
Leave A Reply

Your email address will not be published.