ଭାଲୁ ଆକ୍ରମଣରେ ଜଣେ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତ୍ତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଭର୍ତି ହୋଇଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ ମାଡକାପାଲି ପଞ୍ଚାୟତର ମଲାଲିଗୁଡା ଗ୍ରାମର ରଘୁନାଥ ଖିଲ ନାମକ ବ୍ୟକ୍ତି ଜାଳେନି ନିମନ୍ତେ କାଠ ପତ୍ର ସଂଗ୍ରହ ପାଇଁ ନିକଟସ୍ତ ଜଙ୍ଗଲକୁ ଯାଇଥିଲେ। ତେବେ ଏହି ସମୟରେ ଏକ ଜଙ୍ଗଲି ଭାଲୁ ହଟାତ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ରଘୁନାଥ ଆହତ ହୋଇଥିବା ବେଳେ ପ୍ରଥମେ ସେ ଭାଲୁଟିକୁ ଟାଙ୍ଗିଆ ଦେଖାଇ ତା ନିକଟରୁ ବର୍ତ୍ତୀ ଯାଇଥିବା ବେଳେ ପୁନଃ ଭାଲୁଟି ତାଙ୍କ ଉପରକୁ ଆକ୍ରମଣ କରିବାରୁ ସେ ଗୁରୁତ୍ତର ଆହତ ହୋଇଥିଲେ। ଭାଲୁ ଆକ୍ରମଣ ଫଳରେ ରଘୁନାଥଙ୍କ ପିଠି, ହାତ, ଜଙ୍ଘ ଓ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ସେଠାରୁ କଳେବଳେ ନିଜକୁ ବଞ୍ଚାଇ ସେ ଜଙ୍ଗଲ ମଧ୍ୟରୁ ବାହାରକୁ ଆସିଥିଲେ। କିଛି ସ୍ଥାନୀୟ ଲୋକେ ତାଙ୍କୁ ଦେଖି ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

nis-ad
Leave A Reply

Your email address will not be published.