ବିଦ୍ୟୁତ୍ ଆଘାତରେ ଯୁବକ ମୃତ : ସହାୟତା ପ୍ରଦାନ ଦାବିରେ ଉତ୍ୟକ୍ତ ଗ୍ରାମବାସୀ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରିଲେ


ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ବାଦିଆମ୍ବଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଷଜମିରୁ କାମ ସାରି ଫେରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ନିମିଗାଁର ବିଶିକେଶନ ଗୈାଡ (୧୯) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୭୭୯/୨୪ରେ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହାୟତା ରାଶି ଯୋଗାଇ ଦେବା ଦାବିରେ ଉତ୍ୟକ୍ତ ଗ୍ରାମବାସୀ ହିଞ୍ଜିଳିକାଟୁ ଟିପିଏସଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହକୁ ରଖି ପ୍ରାୟ ୫ ଘଣ୍ଟା ଧରି କାର୍ଯ୍ୟାଳୟ ଘେରାଉ କରିଥିଲେ। ପୁଲିସ, ଜନପ୍ରତିନିଧି ଓ ଟିପିଏସଓଡିଏଲ କର୍ମଚାରୀ ମାନେ ଉତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ସହ ମୃତକଙ୍କ ସାନଭାଇର ଡିପ୍ଲୋମା ପାଠ ପଢିବା ଖର୍ଚ୍ଚ ବହନ କରିବା ଏବଂ ମୃତକଙ୍କ ସାନଭାଇ ସାବାଳକ ହେବା ପରେ ଟିପିଏସଓଡିଏଲ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରଦାନ କରିବାକୁ ପ୍ରତିଶୃତି ଦିଆଯାଇଥିଲା। ପ୍ରତିଶ୍ରୁତି ପରେ ଉତ୍ୟକ୍ତ ଗ୍ରାମବାସୀ ଧାରଣାରୁ ହଟିଥିଲେ। ଆଗାମୀ ଦିନରେ ଟିପିଏସଓଡିଏଲ କାର୍ଯ୍ୟାଳୟ ଏହାର ବ୍ୟତିକ୍ରମ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଉତ୍ୟକ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ, ଗୁରୁବାର ସକାଳେ ହିଞ୍ଜିଳି ଥାନା ନିମିଗାଁର ବିଶିକେଶନ ବାଦିଆମ୍ବଗାଁ ନିକଟସ୍ଥ ଚାଷଜମିକୁ କାମ କରିବାକୁ ଯାଇଥିଲେ। କାମ ସାରି ଘରକୁ ଫେରିବା ସମୟରେ ବିଲ ମଧ୍ୟରେ ପଡିଥିବା ଏକ ବିଦ୍ୟୁତ୍ ତାର ସ°ପ୍ସଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।

nis-ad
Leave A Reply

Your email address will not be published.