ସୁରକ୍ଷା ସାମଜିକ ସଂଗଠନ ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ଉପରେ ସଚେତନତା କର୍ମଶାଳା

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ର ନାଉଳି ଗ୍ରାମ ରେ ସୁରକ୍ଷା ସାମାଜିକ ସଂଗଠନ ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ଉପରେ ସଚେତନତା କର୍ମଶାଳା ସଂଗଠନ ର ସଭାପତି ଅଜିତ କୁମାର ପରିଡା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା | ହିଞ୍ଜିଳିକାଟୁ ସରକାରୀ ମହିବିଦ୍ୟାଳୟ ର ଅଧ୍ୟକ୍ଷ କେଶବ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଉପସ୍ଥିତ ଗ୍ରାମବାସୀ ଙ୍କୁ ଶିକ୍ଷା ବିଷୟରେ ସଚେତନତା କରାଇଥିଲେ ଏବଂ ଡାକ୍ତର ଦୁର୍ଯ୍ୟୋଧନ ପ୍ରଧାନ ଯୋଗଦେଇ ସ୍ୱାସ୍ଥ୍ୟ ର ବିଭିନ୍ନ ବିଷୟରେ ମଧ୍ୟସଚେତନ କରାଇଥିଲେ | ଏହା ସହିତ ଯୁବନେତା ମାଗୁଣି ବିଷୋୟୀ ପରିମଳ ଉପରେ କହିଥିଲେ | ସଂଗଠନ ର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସଂଗଠନ ର ଆଭିମୁଖ୍ୟ ଉପରେ କହିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ରବି କୁମାର ପଟ୍ଟନାୟକ, ସିଏଚ. କ୍ରିଷ୍ଣା ରେଡ୍ଡୀ, ଗୋରେୟା ପାତ୍ର, ନୀଳାଞ୍ଚଳ ପଟ୍ଟନାୟକ, ନିରଞ୍ଜନ ମାର୍ଥା, ଜିତେନ୍ଦ୍ର ପଣ୍ଡା, ମନୋଜ ପ୍ରଧାନ, ସୂର୍ଯ୍ୟ ନାରାୟଣ ସାହୁ ଓ ରବିନ୍ଦ୍ର ସାସମଲ ପ୍ରମୁଖ ଉପସ୍ଥିତ ଥିଲେ |

nis-ad
Leave A Reply

Your email address will not be published.