ରାଜ୍ୟବ୍ୟାପୀ ‘ସୁଭଦ୍ରା’ ସ୍ଵାଗତ ପଦଯାତ୍ରା, ୬୦ ଲକ୍ଷରୁ ଅଧିକ ମହିଳା କଲେଣି ପଞ୍ଜୀକରଣ

ଭୁବନେଶ୍ୱର : ସାରା ରାଜ୍ୟରେ ସୁଭଦ୍ରା ସ୍ବାଗତ ପଦଯାତ୍ରା । ସୁଭଦ୍ରା ଯୋଜନା ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱର ଗିରି ଦୁର୍ଗା ମନ୍ଦିରରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା ହୋଇଛି । ଏହି କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଓ କନକ ବର୍ଦ୍ଧନ ସିଂହଦେ ଉପସ୍ଥିତ ଥିଲେ । ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ସମେତ ବହୁ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏହି ପଦଯାତ୍ରାର ଆୟୋଜନ କରାଯାଇଛି । ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ ୧୦ ହଜାର ପଦଯାତ୍ରା । ଏଥିରେ ଗାଁ ଗାଁରେ ସାମିଲ ହେବେ SHG ମହିଳା ଓ ଆଶାକର୍ମୀ।

ଗ୍ରାଉଣ୍ଡରେ ‘ସୁଭଦ୍ରା’କୁ ନେଇ ସୁପର କ୍ରେଜ୍ ରହିଛି । ୧୭ରେ ଜନତା ମଇଦାନରେ ‘ସୁଭଦ୍ରା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏଯାଏଁ ୬୦ ଲକ୍ଷ ମହିଳା ସୁଭଦ୍ରା ପାଇଁ କଲେଣି ଆବଦେନ । ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ କେନ୍ଦ୍ରରେ ମହିଳାଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ପ୍ରତି ବ୍ଲକ୍ ଓ ପଞ୍ଚାୟତରେ ସୁଭଦ୍ରା ସ୍ବାଗତ ସପ୍ତାହ ପାଳନ କରାଯାଉଛି । ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ସୁଭଦ୍ରା ସଚେତନତା ରଥ ମଧ୍ୟ ବୁଲୁଛି। ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

nis-ad
Leave A Reply

Your email address will not be published.