ରୁଷିକୂଲ୍ୟା ନଦୀ କଂସାରୀଗଣ୍ଡରେ ଗାଧେଇବାକୁ ଯାଇ ଜଣେ ନିଖୋଜ, ସନ୍ଧାନ ଜାରି

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ମୁନିସିପେଣ୍ଠ ନିକଟ ଋଷିକୂଲ୍ୟା ନଦୀ କଂସାରୀଗଣ୍ଡ ରେ ଗାଧେଇବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଛନ୍ତି l ନିଖୋଜ ବୃଦ୍ଧ ଜଣକ ହେଲେ ମୁନିସିପେଣ୍ଠ ଗ୍ରାମ ର ଭଗବାନ ହାତୀ l ଭଗବାନ ରବିବାର ସକାଳେ କଂସାରୀଗଣ୍ଡ କୁ ଗାଧେଇବାକୁ ଯାଇଥିବା ବେଳେ କୌଣସି କାରଣ ବଶତଃ ସେ ପାଣିରେ ବୁଡି ଯାଇ ନିଖୋଜ ହୋଇଛନ୍ତି l ଘଟଣାର ଖବର ପାଇ ଛତ୍ରପୁର ଦମକଳ ବାହିନୀ ଓ ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଂଚି ସନ୍ଧାନ କାର୍ଯ୍ୟ ଜାରି ରଖିଛି l ଖବର ଲେଖାହେବା ସୁଦ୍ଧା ନିଖୋଜ ଭଗବାନ ଙ୍କ ସନ୍ଧାନ ମିଳିପାରିନାହିଁ l

nis-ad
Leave A Reply

Your email address will not be published.