ସୁଭଦ୍ରା ସ୍ବାଗତ ପଦଯାତ୍ରା

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ପ୍ରଦକ୍ଷିଣ ଗୃହ ପରିସରରୁ ସୁଭଦ୍ରା ସ୍ବାଗତ ପଦଯାତ୍ରା ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ମାଦିକୁନ୍ଦା ଛକ ଠାରୁ ଆରମ୍ଭ ହୋଇ ଗୋପବନ୍ଧୁ ଛକ ଦେଇ ବିଜୁ କଲ୍ଯାଣ ମଣ୍ଡପ ଠାରେ ପହଞ୍ଚି ଥିଲା l ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରବି ନାରାୟଣ ମିଶ୍ର, ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣାଙ୍କ ସମେତ ଉଚ୍ଚ ପଦାଧିକାରୀ ମାନେ ଉପସ୍ଥିତ ଥିଲେ l
ଏହି ପଦଯାତ୍ରାରେ ପ୍ରାୟ ୫୦୦ ଜଣ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ଅଙ୍ଗନବାଡି କର୍ମୀ ମାନେ ଏହି ପଦଯାତ୍ରାରେ ସାମିଲ ହୋଇ ସୁଭଦ୍ରା ସଚେତନତା ସ୍ଲୋଗାନ ଦେଇଥିବା ବେଳେ ଏହି ପଦଯାତ୍ରାରେ ସାମିଲ ହୋଇ ସୁଭଦ୍ରା ସଚେତନତା ସ୍ଲୋଗାନ ଦିଆଯାଇଥିଲା l ପଦଯାତ୍ରା ପରେ ବିଜୁ କଲ୍ଯାଣ ମଣ୍ଡପ ଠାରେ ଏସ ଓ ଜି ମହିଳାଙ୍କୁ ନେଇ ଗୃପ ଡିସକସନ୍ ଓ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନୁରୂପ ଭାବେ ଜିଲ୍ଲାର ବାରଟି ବ୍ଲକରେ ବିଡ଼ିଓ ଉପସ୍ଥିତିରେ ସୁଭଦ୍ରା ସ୍ବାଗତ ପଦଯାତ୍ରା ଅନୁଷ୍ଠିତ ହୋଇ ଥିବା ସୂଚନା ମିଳିଛି । ସୂଚନା ଥାଉ କି ମିଶନ ଶକ୍ତି ବିଭାଗ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ମାଧ୍ୟମରେ ସୁଭଦ୍ରା ଯୋଜନା ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସଦର ସିଡିପିଓ, ଜିଲ୍ଲା ସମାଜ ମଙ୍ଗଳ ଓ ସଦର ବ୍ଳକ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.