ଅସହାୟ ଅବସ୍ଥାରେ ବୃଦ୍ଧା, ସହାୟତା ପାଇଁ କେହି ନାହିଁ

ଉମରକୋଟ : ବୃଦ୍ଧାଙ୍କ ସବୁ ଥାଇ କିଛି ନାହିଁ, ଉପଯୁକ୍ତ ତିନି ତିନିଟି ପୁଅ ଥାଇ ଅତିରୁ ଅତି ଦୟନୀୟ ଭାବରେ ଗୋଟିଏ ଭଙ୍ଗା ଦଦରା ଘରର ଗୋଟିଏ ପାର୍ଶ୍ବରେ ପଡ଼ି ରହିଛି। ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ, ଗଞ୍ଜାପାରା ପଞ୍ଚାୟତ ଅନ୍ତର୍ଗତ ହାତୀବେନା ୩୧/ଏ ଗ୍ରାମରେ । ସୂଚନା ପ୍ରକାରେ ହାତୀବେନା ଗ୍ରାମର ଗୌରପଦ ସରକାର ପିତା ଅକ୍ଷୟ ସରକାରଙ୍କ ସ୍ବର୍ଗବାସ ହେବା ପରେ ଉପଯୁକ୍ତ ପୁଅମାନେ ମାଆଙ୍କର ସାହା ହେବେ କହି ମନରେ କେତେ ଆଶାବାନ୍ଧି ବୃଦ୍ଧା ଶୋଭା ସରକାର ରହୁଥିଲେ କିନ୍ତୁ ତାଙ୍କର ଆଶା ଆଶାରେ ରହି ଗଲେ। ଶୋଭା ସରକାର ଉପାର୍ଜନରେ ଅକ୍ଷମ ହୋଇଥିବାରୁ ତାଙ୍କର ଝିଅ ଜୁଇ ଯିଏ କି ରାଇଘରରେ ରୁହନ୍ତି ତାଙ୍କେ ଯାଇ କେତେବେଳେ ଟିକେ ବଜାର ସୌଦା କିଣିଦେଲେ ତାହାହିଁ ତାଙ୍କର ଭରସା । ବିଗତ ଲଗୁଚାପ ବର୍ଷାରେ ଗୋଟିଏ କୋଣରେ ଶୋଭା ସରକାର ରହୁଥିବା ଘରର ପଛ ପଟ କାନ୍ଥଟି ଭାଙ୍ଗି ଯାଇଛି ଏ ଭଳି ଅବସ୍ଥାରେ ତାଙ୍କର ତିନିଟି ପୁଅ ଉପାର୍ଜନରେ ସକ୍ଷମ ଥିବା ମାଙ୍କ ପ୍ରତି କିଛି ଦାୟିତ୍ବ ନିର୍ବାହ କରୁ ନାହାନ୍ତି। ଏହି ଭଳି ଭଙ୍ଗା ଦଦୋରା ଘରେ ରାତି ହେଲେ ରହିବା ପାଇଁ ଉପଯୋଗୀ ନ ହେବାରୁ ଅନ୍ୟ ଲୋକଙ୍କ ଘରେ ସାହାରା ନେଉଛନ୍ତି। ନବରଙ୍ଗପୁର ଜ଼ିଲ୍ଲା ପ୍ରଶାସନ, ବ୍ଳକ ପ୍ରଶାସନ ଓ ରେଭିନ୍ୟୁ ପ୍ରଶାସନ ଯୁଦ୍ଧ କାଳୀନ ଭିତ୍ତିରେ ଶୋଭା ସରକାରର ଦୁର୍ଦଶାକୁ ଆକଳନ କରି ଘର ଖଣ୍ଡେ ଯୋଗାଇ ଦେବା ପାଇଁ ହାତୀବେନା ଓ ଆଖପାଖ ଗ୍ରାମର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିବା ସହିତ ଅନୁରୋଧ କରିଛନ୍ତି।

nis-ad
Leave A Reply

Your email address will not be published.