ଆମ ଓଡ଼ିଶା ସମ୍ବାଦ ତରଫରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ରାଏବଗା କ୍ଲଷ୍ଟର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ ପରୀକ୍ଷା କେନ୍ଦ୍ରର ସୁପ୍ରିଟେଣ୍ଡେଣ୍ଟ ରୂପେ ପରୀକ୍ଷା ପରିଚାଳନା କରିଥିଲେ ! ଏହି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ମାନେ ଚିତ୍ରାଙ୍କନ, ହସ୍ତାକ୍ଷର, ଓ ଭାଷାଜ୍ଞାନ ଉପରେ ପ୍ରତିଯୋଗିତା କରିଥିଲେ ! ଜେଉ ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାରେ ଉପକୃତ ହେବେ ସେମାନଙ୍କୁ ପରବର୍ତୀ ସମୟରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ବିତରଣ କରାଯିବ ! ଏହି କାର୍ଯ୍ୟକ୍ରମରେ ପୂର୍ବତନ ବରିଷ୍ଠ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କଦମ୍ବତୋଲା ଚୌଧୁରୀ ପର୍ଯ୍ୟବେକ୍ଷକ ରୂପେ ଓ ସମ୍ବାଦ ରାଏବଗା ପ୍ରତିନିଧି ଶ୍ରୀ ପ୍ରବୀର କୁମାର ସିଂଙ୍କ ତତତ୍ଵାବଧାନରେ ପ୍ରତିଯୋଗିତା କରାଯାଇଥିଲା ! ଏହି କାର୍ଯ୍ୟକ୍ରମକୁ ସୂପରିଚାଳନା ରେ ଶିକ୍ଷୟତ୍ରୀ ଶ୍ରୀମତି ନିଳୀମା ପଣ୍ଡା, ଆରତୀ ରାଣୀ ଦାସ, ରୋଜଲିନ ଗୁଡ଼ିଆ, ସତ୍ୟଭାମା ମିଶ୍ର, ଋଷିକୂଲ୍ୟା ସିଂ, ଫିଲିସିତା ଏକ୍କା, ମଞ୍ଜୁ ବିଭାର, ସୁନିତା ବାରିକ, ଶିକ୍ଷକ ଵାମା ଚରଣ ସା ଓ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର ସହଯୋଗ କରିଥିଲେ ! ରାଏବଗା କ୍ଲାଷ୍ଟରର ସି ଆର ସି ସି ଶ୍ରୀ ବିକାଶ ଚନ୍ଦ୍ର ସା କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ସମ୍ବାଦ ପତ୍ର ସଂସ୍ଥାର ଏପରି ବେବସ୍ଥାକୁ ଭ୍ୱୟସି ପ୍ରଶଂସା କରିଥିଲା !

nis-ad
Leave A Reply

Your email address will not be published.