ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କ ହୋମଗାର୍ଡଙ୍କୁ ହେଡକ୍ୱାଟର୍ସକୁ ବଦଳି…

ବଦଳିକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ କିଛି ଦିନ ହେବ ନବ ନିଯୁକ୍ତି ଥାନା ଅଧିକାରୀ ମାନେ ହୋମଗାର୍ଡ କର୍ମଚାରୀ ମାନଙ୍କୁ ବିଭିନ୍ନ ଅସାମାଜିକ କାର୍ଯ୍ୟ ତଥା ମଦବେପାରୀ ଗଞ୍ଜେଇ ବେପାରୀ,କାଠ ବେପାରୀ ଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରିବା ପାଇଁ ବ୍ୟବହାର କରୁଛନ୍ତି। ଯେଉଁ ହୋମଗାର୍ଡ କର୍ମଚାରୀ ମାନେ ସେଥିରେ ଅସହଯୋଗ କରୁଛନ୍ତି ସେମାନଙ୍କୁ ମିଥ୍ୟା କେସରେ ଜେଲ ପୁରାଇବା ସହିତ ମାନସିକ ସାରିରିକ ମାନସୀକ ନିର୍ଯ୍ୟାତନା ଦେଇ ଜିଲ୍ଲା ହେଡକ୍ୱାଟର୍ସ କୁ ବଦଳି କରି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜିବୀ ବେହେରା ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ କାଶ୍ମିରା ସିଂ ଏବଂ ଅନଳ ରଣସିଂଙ୍କୁ ବ୍ରାହ୍ମଣୀଗାଁ ଅଞ୍ଚଳର ଗଞ୍ଜେଇ ମାଫିଆ ଏବଂ ମଦ ମାଫିଆ ମହୁଲ ବେପାରୀ କାଠ ବେପାରୀ ମାନଙ୍କ ଠାରୁ ମାସିକ ମାସ ମୋଟା ଅଙ୍କର ଚାନ୍ଦ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଉକ୍ତ କାର୍ଯ୍ୟ କରିବା ପାଇଁ ହୋମଗାର୍ଡ କର୍ମଚାରୀ ମାନେ ବାରଣ କରିଥିବାରୁ ଥାନା ଅଧିକାରୀ ଉପରିସ୍ଥ ଦୁଇ ହୋମଗାର୍ଡ କର୍ମଚାରୀଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ‌ ଏସ୍ ପି ପାଖରେ କରି ଜିଲ୍ଲା ହେଡକ୍ୱାଟର୍ସକୁ କମାଣ୍ଡ ସାର୍ଟିଫିକେଟ ଦେଇ ପଠେଇ ଦେଇଛନ୍ତି।ଜାହା ଫଳରେ ନିରିହ ସ୍ଵଳ୍ପ ବେତନ ଭୋଗୀ ହୋମଗାର୍ଡ କର୍ମଚାରୀ ମାନେ ଚାକିରି ଚାଲିଜିବା ଭୟରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ କାର୍ଯ୍ୟାଳୟ ଠାରେ ଉପସ୍ଥିତ ରହି ନିଜର ଗୁହାରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।ଏଥି ସହିତ ହେଲେ ହୋମଗାର୍ଡ ବିଭାଗରେ ସ୍ୱଳ୍ପ ଧରମା ଥିବାରୁ ହୋମଗାର୍ଡ ନିୟମାବଳୀରେ ପ୍ରକାଶ ଅଛି ଯେ ଜଣେ ହୋମଗାର୍ଡ କର୍ମଚାରୀ ଘର ଠାରୁ ଆଠ କିଲୋମିଟର ଦୂରରେ ଆଠ ଘଣ୍ଟା ଡିୟୁଟି କରି ସ୍ବଳ୍ପ ଦରମାରେ ନିଜ ପରିବାର ପ୍ରତିପୋଷଣ କରିବା ନିଦ୍ଧେର୍ଶ ଥିବା ବେଳେ। ଉପରିସ୍ଥ ଅଧିକାରୀ ମାନଙ୍କ ମନମୂଖି ଶାସନ ଚାଲିଥିବାରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନାର ହୋମଗାର୍ଡ କର୍ମଚାରୀ ମାନେ ଅଫିସର ମାନଙ୍କ ନିର୍ଯ୍ୟାତନା ଶିକାର ହେଉଛନ୍ତି। ସେଥିମଧ୍ୟରୁ ଫିରିଙ୍ଗିଆ ଥାନାର ଆଇ ଆଇ ସି, ତପନ କୁମାର ନାହାକଙ୍କ ଆଦେଶ ମୂତାବକ ଦୁଇ ହୋମଗାର୍ଡ କର୍ମଚାରୀ ଥାନା ଗାଡ଼ିରେ ଥାନା ଭିତରେ ସିଜ ଗଞ୍ଜେଇ ଭର୍ତ୍ତୀ ବ୍ୟାଗ ମାଲଖାନାରୁ ନେଇ ଗଞେଇ ବେପାରୀଙ୍କୁ ବିକ୍ରି କରିବା ପାଇଁ ଆଇ ଆଇ ସି ଙ୍କ ନିଦ୍ଧେର୍ଶ ପ୍ରକାରେ କାର୍ଯ୍ୟ କରିଥିଲେ। ହେଲେ ବର୍ତ୍ତମାନ ଆଇ,ଆଇ, ସି, ନିଯୁକ୍ତି ପାଇଥିବା ବେଳେ ନିରିହ ଦୁଇ ହୋମଗାର୍ଡ ହାଇକୋର୍ଟର ଦ୍ବାରସ୍ଥ ହେବା ପର୍ଯ୍ୟନ୍ତ କଥା ଯାଇଛି। ସେପରି କି ଗୋଛାପଡା ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ କର୍ମଚାରୀ ସ୍ତ୍ରୀଙ୍କୁ ଗୋଛାପଡା ଥାନାରେ କାର୍ଯ୍ୟରତ ଏସ୍ ଆଇ ସ୍ମୃତିସାଗର ସାମଲ ଟଙ୍କା ଏବଂ ଅଫିସର ପାୱାର ଦେଖାଇ ଗଞେଇ ବେପାରୀଙ୍କ ଠାରୁ ଆଦାୟ କରୁଥିବା ଟଙ୍କା ବ୍ୟାଗର ପ୍ରଲୋଭନ ଦେଖାଇ ହୋମଗାର୍ଡ କର୍ମଚାରୀ ଜଣକ ରାତ୍ରି ଡିୟୁଟି ଯିବାର ସୁଯୋଗ ଦେଖି ପିସ୍ତଲ ଦେଖାଇ ତାଙ୍କ ପତ୍ନୀଙ୍କୁ ବଳାତ୍କାର କରିଥିବାରୁ ହୋମଗାର୍ଡଙ୍କ ଧର୍ମପତ୍ନୀ କନ୍ଧମାଳ ଏସପିଙ୍କୁ ଲିଖିତ ଭାବେ ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ ଏସ୍ ପି ସାହେବ ମହାଶୟ ଉକ୍ତ ପରିବାରକୁ ନ୍ୟାୟ ଦେବା ବଦଳରେ ହୋମଗାର୍ଡ କର୍ମଚାରୀଙ୍କୁ ଚାକିରି ଖାଇ ଦେବା ପାଇଁ ଧମକ ଦେଇଥିବା ହୋମଗାର୍ଡ କର୍ମଚାରୀ ପରିବାର ମତ ପ୍ରକାଶ କରିଛନ୍ତି। ସେପରିକି ଗୋଛାପଡା ଥାନାର ଅଧିକାରୀ ଥାନାରେ ଡ୍ରାଇଭର ଭାବେ କାର୍ଯ୍ୟରତ ହୋମଗାର୍ଡ ସରୋଜ ବେହେରାଙ୍କ ମିଥ୍ୟା କେସରେ ଫୁଲବାଣୀ ଜେଲରେ ପୁରାଇ ନାହିଁ ନଥିବା ନିର୍ଯ୍ୟାତନା ଦେଇଥିବାରୁ ହୋମଗାର୍ଡ ସରୋଜ ବେହେରା ହାଇକୋର୍ଟର ଦ୍ବାରସ୍ଥ ହେବା ପରେ ବର୍ତ୍ତମାନ ହେଡକ୍ୱାଟର୍ସକୁ ବଦଳି କରାଯାଇଛି।ଏଥିରେ ପ୍ରଶ୍ନ ଉଠିଛି ଯେ ପୋଲିସ ବିଭାଗରେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ମାନଙ୍କୁ ଜଦି ଉପରିସ୍ଥ ଅଧିକାରୀ ନିର୍ଯ୍ୟାତନା ଦେଉଛନ୍ତି। ତାହା ହେଲେ ନିରିହ ଜନସାଧାରଣଙ୍କ କେତେ ସୁରକ୍ଷିତ। ଏଥିରେ ଶୁଣିବାକୁ ମିଳୁଛି ହୋମଗାର୍ଡ କମାଣ୍ଡେଣ୍ଟ ଶ୍ରୀ ଯୁକ୍ତ ସୁରେନ୍ଦୁ ପାତ୍ର ହୋମଗାର୍ଡ କର୍ମଚାରୀ ମାନଙ୍କୁ ଅଣ ଦେଖା କରୁଥିବା ଏପରି ଘଟଣା କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳୁଛି। ଉପରିସ୍ଥ ସମସ୍ତ ଘଟଣା ଉପରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ବର୍ତ୍ତମାନ ବି,ଜେ,ପି, ଦଳର ମହୋନ ସରକାରଙ୍କୁ ଏକ ଦାବିପତ୍ର ଦେବା ପାଇଁ ସଂଘ କର୍ମକର୍ତ୍ତା ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି।

nis-ad
Leave A Reply

Your email address will not be published.