ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୪ ଅନୁଷ୍ଠିତ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍‌ଙ୍କ ଅଦାଲତରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ -୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛିଯେ, ପ୍ରାକ୍ ମକଦ୍ଦମା ମାମଲା ଗୁଡ଼ିକ ମଧ୍ୟରୁ ୧୩ଗୋଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୮ଲକ୍ଷ ୩୨ ହଜାର ୬୧ ଟଙ୍କା ଆଦାୟ କରାଯାଇଥିବା ବେଳେ, ୧୧ଟି ଜନ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦ (ପି.ଏଲ୍.ଏ.) ମାମଲା ବିଚାର କରାଯାଇ ୧୧ଲକ୍ଷ ୭୯ ହଜାର ୭୨୦ ଟଙ୍କା ଆଦାୟ କରାଯାଇଛି।
ସେହିପରି, ଅଦାଲତରେ ବିଚାରାଧୀନ ମାମଲା ଗୁଡ଼ିକ ମଧ୍ୟରୁ ଧାରା ୧୩୮ ଅଧୀନରେ ୧ଟି ଏନ୍.ଆଇ. ଆକ୍ଟ, ମାମଲାର ବିଚାର କରାଯାଇ ୩ଲକ୍ଷ ୪ହଜାର ୭୪୯ ଟଙ୍କା ଆଦାୟ କରାଯାଇଥିବା ବେଳେ, ୬ଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୨ ଲକ୍ଷ ୩୧ ହଜାର ଟଙ୍କା ଆଦାୟ କରାଯାଇଛି। ୨ଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୮ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ବେଳେ, ୧୦୫ଟି ଅନ୍ୟାନ୍ୟ ଅପରାଧିକ ମାମଲ ବିଚାର କରାଯାଇ ୬ ଲକ୍ଷ ୭ ହଜାର ୫୦୦ ଟଙ୍କା ଆଦାୟ କରାଯାଇଛି। ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ୩ଟି ଅପରାଧିକ କମ୍ପାଉଣ୍ଡେବଲ୍‌ ମାମଲା, ୬ଗୋଟି ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତିତ) l ପାରିବାରିକ କଳହ, ୧୪୦୨ ଗୋଟି ରାଜସ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା(ବିଭିନ୍ନ ରାଜସ୍ବ କର୍ତ୍ତୃପକ୍ଷଙ୍କ ନିକଟରେ ବିଚାରାଧୀନ) ଏବଂ ୫ଟି ଅନ୍ୟାନ୍ୟ ସିଭିଲ୍ ମାମଲାର ବିଚାର କରାଯାଇଛି । ଆଜିର ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୨୪ଟି ଓ ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ୧୫୩୦ ଟି ମାମଲାର ଫଇସଲା କରାଯାଇଥିବା ଜଣାପଡ଼ିଛି ।ମାନନୀୟ ଜିଲ୍ଲା ଜଜ୍-ତଥା-ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପିର ମିଶ୍ର, ପାରିବାରିକ ଅଦାଲତ ବିଚାରପତି ଦେବଦାସ ମହାପାତ୍ର, ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍, ଫୁଲବାଣୀ ଡଃ.ମୁନରାଣୀ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍, ଫୁଲବାଣୀ ଶ୍ରୀମତୀ ବନାଳୀ ତ୍ରିପାଠୀ, ସହକାରୀ ସେସନ୍ ଜଜ୍-ମହିଳା ଅଦାଲତ, ଫୁଲବାଣୀ ଶ୍ରୀମତା ବିଶ୍ଵକଲ୍ୟାଣୀ ମିଶ୍ର, ପ୍ରିନ୍ସିପାଲ ମାଜିଷ୍ଟ୍ରେଟ୍, ଜୁଭେନାଇଲ ଜଷ୍ଟିସ୍ ବୋର୍ଡ, ଶ୍ରୀମତୀ ନିତିଶା ଚନ୍ଦକ୍, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଶ୍ରୀମତୀ ଅନୁଶୀଲା ର‌ୟ, ଏବଂ ଏସ୍.ଡି.ଜେ.ଏମ୍, ଫୁଲବାଣୀ ସୁଶ୍ରୀ ସମୃଦ୍ଧି ସାଗରୀକାଙ୍କ ଇଜ୍‌ଲାସରେ ମାମଲା ଗୁଡ଼ିକର ବିଚାର କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀର ସମସ୍ତ କର୍ମଚାରୀଙ୍କ ସହାୟତାରେ ଏହି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ କୁ ସାଫଲ୍ୟ ମଣ୍ଡିତ କରାଯାଇଥିଲା।

nis-ad
Leave A Reply

Your email address will not be published.