ଦେଶୀ ମଦ ଚାଲାଣ ବେଳେ ଧରା ପଡିଲେ ମଦ ମାଫିଆ…


ଚିକିଟୀ — ସ୍ଥାନୀୟ ଅବକାରୀ ଥାନା ଅଧିନସ୍ତ ବଡ଼ଗାଁ ନିକଟରେ ପାତ୍ରପୁର ପଟୁ ଦେଶୀ ମଦ ନେଇ ଆସୁଥିବା ବେଳେ ଚିକିଟୀ ଅବକାରୀ ନିରୀକ୍ଷକ ସଞ୍ଜୟ କୁମାର ଭୁକ୍ତା ଯୁବକ ଜଣକୁ କାବୁ କରିଥିଲେ l ସୂଚନା ପ୍ରକାରେ ଶୁକ୍ରବାର ସନ୍ଧ୍ୟା ସମୟରେ ପାତ୍ରପୁର ଅଞ୍ଚଳରୁ ଦେଶୀ ମଦ ନିଜ ବାଇକ ଯୋଗେ ଚିକିଟୀ ଲୋକନାଥପୁର ଅଞ୍ଚଳର ମନୋଜ କୁମାର ପାଢୀ(ଲିଟୁ) ନାମକ ବ୍ୟକ୍ତି ଜଣକ ଧରି ଆସୁଥିବା ବେଳେ ଅବକାରୀ ନିରୀକ୍ଷକ ସଦଳ ବଳେ କାବୁ କରିଥିଲେ। ଉକ୍ତ ବ୍ୟକ୍ତି ପାତ୍ରପୁର ର ଏକ ନିଦ୍ଧିଷ୍ଟ ଭାଟିରୁ ପ୍ରାୟ ବାର ଲିଟର ଦେଶୀ ମଦ ପକେଟ ବାଇକରେ ଆଣୁଥିଲେ। ପ୍ରକାଶ ଥାଉକି ଯେ ଚିକିଟୀ ଜେନାପୁର ଅଞ୍ଚଳରେ ବିଷାକ୍ତ ମଦ ପିଇ ପାଞ୍ଚ ଜଣକ ମୂର୍ତ୍ୟୁ ହୋଇଥିବା ଘଟଣା ସମଗ୍ର ରାଜ୍ୟରେ ଚହଳ ପକାଇ ସାରିଛି। ଏନେଇ ସମଗ୍ର ଅଞ୍ଚଳରେ ମଦ ବିକ୍ରି ବନ୍ଦ ରହିଥିବା ସତ୍ତ୍ୱେ ମଧ୍ୟ ଅନ୍ୟ ଅଞ୍ଚଳରୁ ମଦ ଆଣି କିଭଳି ମାଫିଆ ମାନେ ବିକିବାରେ ଲାଗିଛନ୍ତି ତାହା ଅବକାରୀ ବିଭାଗ ପ୍ରତି ଚିନ୍ତାର ବିଷୟ ପାଲଟିଛି ଉକ୍ତ ମଦ ମାଫିଆ ବିରୁଦ୍ଧରେ ଆଜି ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଉକ୍ତ ଚଢ଼ାଉ ବେଳେ ନିରକ୍ଷକ ସଞ୍ଜୟ ଭୁକ୍ତା, ଉପ ନିରୀକ୍ଷକ ଲକ୍ଷ୍ମୀ ରେଡ୍ଡୀ ଙ୍କ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.