ଉମରକୋଟ ସହରରେ ବିଶାଳ ହିନ୍ଦୁ ରାଲି

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ସଦର ମହକୁମା କାଳୀ ମନ୍ଦିର ନିକଟରୁ ଏକ ବିଶାଳ ହିନ୍ଦୁ ରାଲି ବାହାରି ରାଜ୍ୟ ରାଜପଥ ଉପର ଦେଇ ବିଭିନ୍ନ ହିନ୍ଦୁ ସୁରକ୍ଷା ନାରା ଦେଇ ମା ପେଣ୍ଡ୍ରାଣୀ ମନ୍ଦିର ନିକଟରେ ପହଞ୍ଚି ଥିଲେ l ସେଠାରେ ହିନ୍ଦୁ ସୁରକ୍ଷା ସମିତି ଓ ଆର୍ ଏସ୍ ଏସ୍ ସଂଘ କର୍ମକର୍ତ୍ତାଙ୍କ ସହ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ହିନ୍ଦୁ ଆସି ସହଯୋଗ କରିଥିଲେ l ହିନ୍ଦୁ ସୁରକ୍ଷା ସମିତି ଆୟୋଜନରେ ବଳିଷ୍ଠ ସଂଗଠନ କର୍ତ୍ତା ଓ ବରିଷ୍ଠ ନେତା ଜୟଦେବ ପରିଡା ମୁଖ୍ୟ ଅତିଥି ଙ୍କ ନେତୃତ୍ଵରେ ବିଶ୍ଵ ହିନ୍ଦୁ ପରିଷଦର କୃପା ରାମ ସାହୁ, ଅବିଭକ୍ତ କୋରାପୁଟ ଜିଲ୍ଲା ହିନ୍ଦୁ ମହାସଂଘ ର ସଭାପତି ଜଗନ୍ନାଥ ଶତପଥୀ, ତାରାଗାଁ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଅଧ୍ୟକ୍ଷ ନୀଳକଣ୍ଠ ପାଢୀ, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ପୂର୍ବତନ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ପି ଏ ସୁରେଶ କୁମାର ଶାସ୍ତ୍ରୀ, ସତ୍ୟବ୍ରତ ସାମଲ ପ୍ରମୂଖ ଅନ୍ୟ ମାନଙ୍କ ସହଯୋଗରେ ପ୍ରଥମେ ଏକ ସଭାର ଆୟୋଜନ ହୋଇ ହିନ୍ଦୁ ସୁରକ୍ଷା ଉପରେ ନିଜ ନିଜର ମତ ପ୍ରଦାନ କରିବା ପରେ ରାଲି ବାହାରିଥିଲା l

ଆରକ୍ଷୀ ଅଧିକ୍ଷକ ଙ୍କ ସହଯୋଗରେ ବ୍ୟାପକ ପୋଲିସ ଅଧିକାରୀ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳା କାର୍ଯ୍ୟକ୍ରମ ବେଶ୍ ସୁନ୍ଦର ହୋଇ ଥିଲା l ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଦାବୀ ସମ୍ବଳିତ ଦୁଇଟି ଦାବୀ ପତ୍ର ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଉମରକୋଟ ତହସିଲଦାରଙ୍କୁ ଜରିଆରେ ପ୍ରଦାନ କରାଯାଇଥିଲା l ଦାବୀ ଗୁଡିକ ମଧ୍ୟରେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ହେଉ, ଗୋ ହତ୍ୟା, ଗୋ ଚାଲାଣ,ବନ୍ଦ କରାଯାଉ, ବିଶ୍ୱରେ ହିନ୍ଦୁ ମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉ, ସରକାର ଅଧିନରେ ଥିବା ଆମ ମଠ ଓ ମନ୍ଦିର ଆମକୁ ଫେରାଇ ଦିଆଯାଉ, ଭାରତରେ ucc ଲାଗୁ କରାଯାଉ, ସମ୍ଭିଧାନରେ ହିନ୍ଦୁ ମାନଙ୍କ ପ୍ରତି ଥିବା ପାତର ଅନ୍ତର ନୀତିକୁ ଉଛେଦ କରାଯାଉ, ୧୯୯୨ places of WORSHIP ACT କୁ ଉଛେଦ କରାଯାଉ, ସମ୍ଭିଧାନର ଆର୍ଟିକାଲ ୩୦/୩୦(A)ଉଛେଦ କରାଯାଉ, ରାଜ୍ୟ ଓ ଦେଶର ଅନୁପ୍ରବେଶକାରୀ ବାଂଲାଦେଶୀ ମୁସଲମାନ ଓ ରୋହିଙ୍ଗିଆ ମୁସଲମାନକୁ ଦେଶରୁ ବିତାଡିତ କରାଯାଉ, ବାଂଲାଦେଶୀ ହିନ୍ଦୁଙ୍କୁ ସମେତ ଅନ୍ୟ ଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉ, ହିନ୍ଦୁ ଆଦିବାସୀ ହରିଜଣଙ୍କ ଧର୍ମାନ୍ତୀକରନ ବନ୍ଦ କରାଯାଉ, ହିନ୍ଦୁ ଧର୍ମରୁ ଧର୍ମାନ୍ତୀକରନ ବାଦେ ଆଦିବାସୀ ହରିଜଣଙ୍କ ସରକାରୀ ସୁବିଧା ଉପଭୋଗ କରୁଥିବା ବିଧର୍ମୀଙ୍କୁ ଚିହ୍ନତ କରି ସେମାନଙ୍କୁ ଉଚିତ ଦଣ୍ଡାଦେଶ ଆମର ଦାବି,ପ୍ରମୁଖ ଆଲୋଚ୍ୟ ବିଷୟ ଥିଲା।

nis-ad
Leave A Reply

Your email address will not be published.