ହୋମଗାର୍ଡ ସଂଘର ଆଇନ ପରାମର୍ଶଦାତା ଭାବେ ତିନି ଆଇନଜୀବୀଙ୍କୁ ଦାୟିତ୍ଵ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାରେ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ରାୟଙ୍କ ତତ୍ବାବଧାନରେ ଆଜି ଫୁଲବାଣୀ ସହରର ନାରାୟଣୀ ଯାତ୍ରା ପଡିଆ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲାରେ ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ବ ହୋମଗାର୍ଡ କର୍ମଚାରୀ ମାନଙ୍କୁ ନେଇ ଦିର୍ଘ ବର୍ଷ ହେବ ସଂଘଠନ ଟିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇ,ଜି, ଆର୍ ନିୟମ ୧୮୬୦, ନିୟମା ବଳୀ ଅନୁସାରେ ପଞ୍ଜୀକୃତ କରାଯାଇଛି। ସଂଘଠନ ଟିକୁ ସୁଦୃଢ ଏବଂ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ମୁଖ୍ୟ ଆଇନ ପରାମର୍ଶ ଦାତା ଭାବେ କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନ ଜୀବ ଭଗବାନ ମହାନ୍ତିଙ୍କୁ ସଂଘଠନ ତରଫରୁ ଚୟନ କରାଯାଇଥିବା ବେଳେ ସହଯୋଗୀ ଆଇନଜିବୀ ଭାବେ ଅଜିତ କୁମାର ପଟ୍ଟନାୟକ ଓ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କୁ ଚୟନ କରାଯାଇଛି । ସଂଘଠନ ମାଧ୍ୟମରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ମହିଳା ହୋମଗାର୍ଡ କର୍ମଚାରୀ ମଞ୍ଜୁଳା ନାୟକ ଏବଂ ପାଞ୍ଚ ଜଣ ପୁରୁଷ ହୋମଗାର୍ଡ କର୍ମଚାରୀଙ୍କୁ ନେଇ ୨୦୨୦, ମସିହାରେ ହାଇକୋର୍ଟରେ ହୋମଗାର୍ଡ ବିଭାଗର ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ପାଇଁ ଏକ କେସ ହାଇକୋର୍ଟରେ ଫାଇଲ କରାଯାଇଥିଲା ବର୍ତ୍ତମାନ ଉକ୍ତ କେସଟି ହାଇକୋର୍ଟରେ ଡିଗ୍ରୀ ହାସଲ ପରେ ସୁପ୍ରିମ କୋର୍ଟରେ ବିଚାରାଧୀନ ଅବସ୍ଥାରେ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ବର୍ତ୍ତମାନ ବିଜେପି ସରକାର ଓଡ଼ିଶାର କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ଖାଲି ପଡିଥିବା ହୋମଗାର୍ଡ ପଦବୀ ପୂରଣ କରିବା ଏବଂ ଚାକିରି କାଳ ମଧ୍ୟରେ ଯେଉଁ ହୋମଗାର୍ଡ କର୍ମଚାରୀ ମୃତ୍ୟୁ ବରଣ କରିଛନ୍ତି ତାଙ୍କ ପରିବାର ସଦସ୍ୟଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମହୋନ ଚରଣ ମାଝି ନିଷ୍ପତ୍ତି ନେଇ ମତ ପ୍ରକାଶ କରିଥିବାରୁ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘଠନ ତରଫରୁ ବି,ଜେ,ପି ସରକାରଙ୍କୁ ଅଜସ୍ର କୃତଜ୍ଞତା ଜଣାଇଛନ୍ତି ଏବଂ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ମାନ୍ୟବର ସାଂସଦ ଏବଂ ବିଧାୟକ ମହାଶୟଙ୍କୁ ସାଖ୍ୟାତ କରି କିପରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ହୋମଗାର୍ଡ କର୍ମଚାରୀ ମାନେ ସାମିଲ୍ ହୋଇ ପାରିବେ ସେ ବିଷୟରେ ଆଲୋଚନା କରାଯାଇଛି। ଉକ୍ତ ବୈଠକରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ଆଇନ ପରାମର୍ଶଦାତା ଭଗବାନ ମହାନ୍ତି, ଅଜିତ ପଟ୍ଟନାୟକ ମିଡ଼ିଆ ସାମ୍ବାଦିକ ,ଖିରଦ କୁମାର ସାହାଣୀ,କୁନା ଦିଗାଲ, ଅମ୍ବୁଜ ବେହେରା, ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ, ଆବାହକ ତଥା ଉପ ସଭାପତି, ବିରାଜ କୁମାର ପ୍ରଧାନ, ସମ୍ପାଦକ , ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ, ଶେଖ୍ ରିହାଜୁଦନ, ସଂଘ ସମସ୍ତ ସଦସ୍ୟ ଉପସ୍ଥିତ ରହି ଉପଯୁକ୍ତ ଥିଲେ ।

nis-ad
Leave A Reply

Your email address will not be published.