ଛତ୍ରପୁର ବ୍ଳକସ୍ତରୀୟ ଏମ.ଜି.ଏନ.ଆର.ଇ.ଜି.ଏସ. ଜନଶୁଣାଣୀ

ଛତ୍ରପୁର : ଛତ୍ରପୁର ବ୍ଲକସ୍ତରୀୟ ଏମ.ଜି.ଏନ.ଆର.ଇ.ଜି.ଏସ. ଜନଶୁଣାଣୀ ବୁଧବାର ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ଉପ-ଜିଲାପାଳ ଦେବଦତ୍ତ ମହନ୍ତ ଯୋଗଦେଇ କାର୍ଯ୍ୟ ନିର୍ବାହ କରିଥିଲେ ।
୨୦୨୩ ଅକ୍ଟୋବର ୧ ତାରିଖରୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏମ.ଜି.ଏନ.ଆର.ଇ.ଜି.ଏସ. କାର୍ଯ୍ୟ ର ଜନଶୁଣାଣୀ କରାଯାଇଥିଲା ।
ଗତ ୨୦୨୩-୨୪ ରେ ଏହି ଯୋଜନାରେ ୫ ଲକ୍ଷ ୧୫ ହଜାର ୧୫୯ ଶ୍ରମଦିବସ ସୃଷ୍ଟି ହୋଇଛି । ବର୍ଷକରେ ମାତ୍ର ୬୪୬ ପରିବାରଙ୍କୁ ଶହେ ଦିନର କାମ ଯୋଗାଇ ଦିଆଯାଇଛି । ବଡମାଧପୂର ପଂଚାୟତରେ ଗୋଟିଏ ପରିବାରଙ୍କୁ ଶହେ ଦିନର କାମ ମିଳିଥିବା ବେଳେ ବଉଳଗାଁ ଓ କାଳିପଲୀ ପଂଚାୟତର ଦୁଇଟି ଲେଖାଏଁ, ମହାନାଦପୁର ଓ ନରେନ୍ଦ୍ରପୁର ପଂଚାୟତର ୫ ଟି ଲେଖାଏଁ, ପୋଟଲାମପୁର ପଂର୍ଚାତର ୮ ଟି ଓ କଣମଣା ପଂଚାୟତର ୧୩ ପରିବାରଙ୍କୁ ଶହେ ଦିନର କାମ ମିଳିଛି । ଉକ୍ତ ବର୍ଷରେ ଏହି ଯୋଜନାରେ ୮୮୯ ପ୍ରକଳ୍ପ କାମ ହାତକୁ ନିଆଯାଇଥିଲା । ତେବେ ଏଥିରୁ ୪୦୨ ପ୍ରକଳ୍ପ କାମ ଚାଲୁଥିବାବେଳେ ୪୮୭ ପ୍ରକଳ୍ପ କାମ ସରିଛି । ଆହୁରି ଜଣାଯାଇଛି ଯେ ଏହି ଯୋଜନାରେ ୧୮୩୦୦ ପରିବାରଙ୍କୁ ଜବ କାର୍ଡ ଦିଆଯାଇଥିବାବେଳେ ୧୫ ହଜାର ୩୦୯ ଜବକାର୍ଡ ଆକ୍ଟିଭ୍ ଅଛି । ଏହି ଜନଶୁଣାଣୀ ରେ ବିଡିଓ ସୁଶାନ୍ତ ବରାଳ, ବ୍ଲକ ଅଧ୍ୟକ୍ଷା କୀରଣ କୁମାରୀ ଦାସ, ଜିଲାପରିଷଦ ସଭ୍ୟ, ସରପଞ୍ଚ ,ସମିତିସଭ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।।

nis-ad
Leave A Reply

Your email address will not be published.