ଫୁଲବାଣୀ : ଗ୍ରାମ୍ୟସ୍ତରରୁ ବିପର୍ଯ୍ୟୟ ପରିଚାଳନା କରିବାକୁ ହେଲେ ଗ୍ରାମ ପଂଚାୟତ କୁ ମଧ୍ୟ ସାମିଲ କରିବାକୁ ହେବ ତେଣୁ କନ୍ଧମାଳ ଜିଲ୍ଲାରେ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ କନ୍ଧମାଳଙ୍କ ମିଳିତ ସହେଯାଗରେ ବାଲିଗୁଡା ବ୍ଲକରେ ପଂଚାୟତସ୍ତରୀୟ ଯୋଜନା ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ତା ୧୦.୦୯.୨୦୨୪ ରିଖ ବାଲିଗୁଡା ବ୍ଲକର ପରମପାଙ୍ଗା ଓ ଦଡକଙ୍ଗିଆ ଗ୍ରାମ ପଂଚାୟତ ବୈଠକ ଗୃହ ଠାରେ ଯୋଜନା ପ୍ରସ୍ତୁତି ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ସରପଂଚ ରଞ୍ଜନ ମଲ୍ଲିକ ଓ ରଞ୍ଜିତ କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନ ତରଫରୁ ବିଶ୍ଵ ରଞ୍ଜନ କର ଉପସ୍ଥିତ ରହି ବିପର୍ଯ୍ୟୟର ବିଭିନ୍ନ ଦିଗ ଓ ତାର ପ୍ରସ୍ତୁତି ଓ ପରବର୍ତ୍ତୀ ପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ । ତତ୍ ସହିତ ୧୯୯୯ ମହାବାତ୍ୟା ଘଟଣା ରୁ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ କରାଯାଇଥିବା ପ୍ରସ୍ତୁତି କିପରି ଧନ, ଜୀବନ ଓ ସମ୍ପତି ରକ୍ଷାକରିବାରେ ସହାୟକ ହେଉଛି ତାହା ସୂଚନା ଦେଇଥିଲେ । ପଂଚାୟତ ସ୍ତରରେ କିପରି ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରି ବିଭିନ୍ନ ଯଥା- ବନ୍ୟା, ବାତ୍ୟା, ବଜ୍ରାଘାତ, ଭୂସ୍ଖଳନ, ସାପ କାମୁଡା ଭଳି ବିପର୍ଯ୍ୟୟ ର ସୁ ପରିଚାଳନା ହେବ ତାହା ମଧ୍ୟ ଉପସ୍ଥାପନା କରାଯାଇଥିଲା। ଯୋଯନା ପ୍ରସ୍ତୂତି ପରେ କମିଟି ସଦସ୍ୟ ମାନଙ୍କୁ ତାଲିମ ମାଧ୍ୟମରେ କିପରି ବିପର୍ଯ୍ୟୟକୁ ସାମ୍ନା କରିବାକୁ ପ୍ରସ୍ତୁତ ହେବେ ଓ ପରବର୍ତ୍ତୀ ପରିଚାଳନା ରେ ସହଯୋଗ କରିପାରିବେ ତାହା ଆଗାମି ଦିନ ମାନଙ୍କରେ ଶିଖାଇବାର ଅଛିବୋଲି କୁହାଯାଇଥିଲା । କାର୍ଯ୍ୟକ୍ରମରେ ବଜ୍ରାଘାତ ରୁ ସୁରକ୍ଷା ସଂପର୍କୀତ ସଚେତନତା ପୋଷ୍ଟର ମାଧ୍ୟମରେ ବୁଝାଯିବା ସହ ପ୍ରତ୍ୟେକ ଗ୍ରାମରେ ପୋଷ୍ଟର ଲଗାଇ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଉପସ୍ଥିତ ଓାଡ୍ ସଭ୍ୟ/ସଭ୍ୟା, ଅଙ୍ଗନବାଡି କର୍ମୀ, ଏମ୍ବିକେ, ଓ ଆଶା କର୍ମୀ ମାନଙ୍କୁ ଅନୁରୋଧ କରାଯାଇଥିଲା । ଜିଲ୍ଲା ବିପଦ ପ୍ରଶମନ କନ୍ସଲ୍ଟାଂଟ ପ୍ରଭୁପ୍ରସାଦ ମହାରଣା ଓ ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସ୍ୱେଚ୍ଚାସବେୀ ବାଥୁଏଲ୍ ନାୟକ ପରିଚାଳନାରେ ସହଯୋଗ କରିଥିଲେ । ଆୟୋଜିତ ବୈଠକ ରେ ସ୍ଥାନୀୟ ଅଂଚଳରୁ ଶତାଧିକ ସ୍ୱେଛାସେବୀ, ଜନ ପ୍ରତିନିଧି, ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ,ସରକାରୀ କର୍ମଚାରୀ ଓ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିବା ବେଳେ ନାଏବ ସରପଂଚ ଲକ୍ଷ୍ମୀ ପ୍ରଧାନୀ ଓ ସ୍ୱାଧୀନ ଦିଗାଲଙ୍କ ସହ ଏ.ଡି.ଇ.ଓ ଝିଲ୍ଲି ପରାସେଠ ଓ ଆମୋଶ ଦିଗାଲ କମିଟି ଗଠନ ରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.