ଚିକିଟୀ : ବ୍ଲକ ସମ୍ମିଳନୀ କକ୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ପଞ୍ଚଦଶ ଅର୍ଥ କମିଶନ ଯୋଜନା ରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମହୋଦୟା କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ପରେ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ଉପାଧ୍ୟକ୍ଷା ବି. ରେଣୁକାମ୍ମା, ଜିଲ୍ଲା ସାମାଜିକ ସମୀକ୍ଷକ ରବୀନ୍ଦ୍ର ନାଥ ମଲଣା ସହାୟକ ଯନ୍ତ୍ରୀ ଉଦୟନାଥ ପ୍ରଧାନ ଙ୍କ ଉପସ୍ଥିତି ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଲକ୍ଷଣ ଚରଣ ସୋରେନ ଙ୍କ ପରିଚାଳନା ରେ ଆରମ୍ବ ହୋଇଥିଲା ସମୀକ୍ଷା ଓ ଶୁଣାଣି। ଏଠାରେ ଗତ ଆର୍ଥିକ ବର୍ଷରେ ହୋଇଥିବା ବିଭିନ୍ନ କର୍ମ ନିଯୁକ୍ତି ଯୋଜନା ମଧ୍ୟରୁ ୧୪୬୭ ଟି ପ୍ରକଳ୍ପ ର ଅନୁମୋଦନ ହୋଇଥିବା ବେଳେ ୪୦୭ ଗୋଟି ସାମୁହିକ,୧୦୬୦ ଟି ବ୍ୟକ୍ତିଗତ ଅର୍ଥାତ ବିଜୁ ପକ୍କାଘର,ପାଇଖାନା,କୂପ ଖନନ ଇତ୍ୟାଦି। ସେଥି ମଧ୍ୟରୁ ଗ୍ରାମୀଣ ସଂଯୋଗୀକରଣ ବାବଦକୁ ୧୦୧ ଟି ,ପାରମ୍ପରିକ ଜଳ ଉଛ ୬୬ ଟି,କଲବେର୍ଟ ୧୨ ଟି,କ୍ରୀମିସେନ ସେନ୍ଟର ୧୮ ଟି,ଏବ୍ଲୁ ସି ୪ ଟି ,୩୨ ଟି ଗାଈ ଗୁହାଳ, ସମେତ ମୂର୍ତିକା ସଙ୍ଗରକ୍ଷଣ ଚାରା ରୋପଣ ୧୮, ଉଦ୍ୟାନ କୃଷି ବିଭାଗ ୧୦, ବନ ବିଭାଗ ୧୨ ସହ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଚଳିତ ବର୍ଷ ଚିକିଟୀ ବ୍ଲକରେ ପ୍ରତେକ ଜବ କାର୍ଡ ଧାରୀଙ୍କୁ ୧୦୦ ଦିନ କାମ ଯୋଗାଇ ୩୦୯୮ କର୍ମନିଯୁକ୍ତି ପ୍ରଦାନ କରିଥିବା ବେଳେ ଜିଲ୍ଲା ସ୍ତରୀୟ ଦୂତୀୟ ସ୍ତାନ ଅଧିକାର କରିଥିବା ବେଳେ ଚାନ୍ଦପୁର ପଞ୍ଚାଯତ ୧୩୨.୩୫ ଶତକଡା ଏଚିବେମେଣ୍ଟ କରିଥବା ବେଳେ ଏକଶିଙ୍ଗୀ ୭୦.୨୭,ଗିରିସୋଲା ୮୫.୧୦,ଗୋବିନ୍ଦନଗର ୭୨.୬୭,ଝାତିପଦର ୮୪.୮୯,କେ.ନୂଆଗାଁ ୭୫.୮୦,କଳବାଡ ୯୧.୩୪,କତୁରୁ ୨୧.୭୦,କୋଟଲିଙ୍ଗି ୮୫.୬୮,ଲାଲମେଣ୍ଟI ୧୦୫.୨୬,ନୂଆପଡା ୧୨୫.୫୩,ପିତାତୋଳି ୫୮.୨୮,ଆର ସୁବାଣୀ ୫୨.୫୨, ରାମଚନ୍ଦ୍ରପୁର ୯୪.୦୪,ରମ୍ପା ୧୧୨.୦୫,ସୁନାପୁର ୫୬.୬୦,ସୁରଳ ୮୦.୪୩, ପ୍ରତିଶତ ସଫଳ ହାସଲ ୦୧.୧୦.୨୦୨୩ ଠାରୁ ୩୧.୩.୨୦୨୪ ପର୍ଯ୍ୟନ୍ତ ମୋଟ ୯୩୦୫୭୮ ଶ୍ରମ ଦିବସ ସୃଷ୍ଟି କରିଥିବା ରିପୋର୍ଟ ଏ ପି ଓ ଯୋଗେନ୍ଦ୍ର ସେଠୀ ପ୍ରକାଶ କରିଥିଲେ। ଆଗାମୀ ଦିନରେ ସମସ୍ତ କାର୍ଯ୍ୟ କୁ ଦ୍ରୁତ ଗୋତିରେ ତ୍ୱରାନ୍ୱିତ କରିବା ସହ ସତ ପ୍ରତିଶତ କାର୍ଯ୍ୟ କରି ବ୍ଲକକୁ ପ୍ରଥମ ସ୍ଥାନ ପାଇଁ ଉପସ୍ଥିତ ସମସ୍ତ ଙ୍କୁ ସୂଚନା ଦେଇଥିଲେ। ଅତରିକ୍ତ ଜିଲ୍ଲାପାଳ ମୋହଦୟ ସମସ୍ତ ସମୀକ୍ଷା କରିସାରିବା ପରେ ପ୍ରକାଶ କରିଥିଲେ ଯେ ଲୋକଙ୍କ ସହ ଯୋଗାଯୋଗ ନିଶ୍ଚିତ ରହିଲେ ଅଧିକରୁ ଅଧିକା ସଫଳ ପାଇ ପାରିବା।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବ୍ଲକ ସାମାଜିକ ସମୀକ୍ଷକ ଜଗଦୀଶ ରାଉଳ ଙ୍କ ସମେତ ସମସ୍ତ ସରପଞ୍ଚ ସମିତି ମେମ୍ବର ଓ ଜିଆରଏସ ପିଇଓ ଙ୍କ ସମେତ କର୍ମଚାରୀ ଉପସ୍ଥିତ ଥିଲେ।ଏହା ସହ ସମସ୍ତ ଲାଇନ ବିଭାଗର ଶ୍ରମଦିବସ ଓ ମୋଟ ପ୍ରୋଜେକ୍ଟ ର ସମାପ୍ତି ବ୍ୟକ୍ତ କରିବା ସହ ସମ୍ପୂର୍ଣ ହୋଇଥିବା ପ୍ରକଳ୍ପ ର ସୂଚନା ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.