ଚଳିତ ବର୍ଷ ଧୁମଧାମରେ ପାଳନ ହେବ ମା ଗଜଲକ୍ଷ୍ମୀଙ୍କ ପୂଜା : ଏଥି ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର : ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ କମ୍ପେ୍ଲକ୍ସ ପରିସରରେ ପୂଜା କମିଟି ପକ୍ଷରୁ ଦୀର୍ଘ ୨୩ବର୍ଷରୁ ଉର୍ଦ୍ଧ୍ୱ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା କରାଯାଉଛି । ଚଳିତ ବର୍ଷ ମାଙ୍କ ପୂଜାକୁ ଧୁମଧାମରେ ପାଳନ କରିବା ନିମନ୍ତେ ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମଣ୍ଡପ ପରିସରରେ କମିଟିର ସଭାପତି ବସନ୍ତ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମା ଗଜଲକ୍ଷ୍ମୀଙ୍କ ପୂଜା ନିମନ୍ତେ ଆସନ୍ତା ୬ ତାରିଖ ସନ୍ଧ୍ୟା ୦୬.୧୫ ମିନିଟ ସମୟରେ ଶୁଭଖୁଣ୍ଟି ସ୍ଥାପନ କରିବା ପାଇଁ କର୍ମକାଣ୍ଡ ବିଶେଷଜ୍ଞ ତଥା ପଣ୍ଡିତ ସରୋଜ କୁମାର ଶତପଥିଙ୍କ ଦ୍ୱାରା ସମୟ ଧାର୍ଯ୍ୟ କରାଯାଇଥିଲା । ସେହିପରି ଆସନ୍ତା ୧୫ ତାରିଖ ଦିନ ରାତ୍ର ୦୭ଘ.୦୦ମିନିଟ ସମୟରେ ଜଳଯାତ୍ରା ଓ ୦୮.୧୫ ମିନିଟ ସମୟରେ ଅଙ୍କୁରା ରୋପଣ, ୧୬ ତାରିଖ ଦିବା ୧୦ଘ. ୪୦ମିନିଟ୍ ସମୟରେ କର୍ମାରମ୍ଭ ଓ ୨୨ ତାରିଖ ଦିନ ୦୧ଘ. ୦ ୦ ମିନିଟ୍ ସମୟରେ ପୂର୍ଣ୍ଣାହୁତି ହେବା ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଛି । ଏହି ପୂଜା ୭ ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରତିଦିନ ମା ଗଜଲକ୍ଷ୍ମୀଙ୍କ ସକାଳ ଆରତୀ ସହିତ ପୂଜାର୍ଚ୍ଚନା ଓ ସନ୍ଧ୍ୟା ଆଳତୀ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।

ଏହା ସହିତ ପୂଜା କୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବା ନିମନ୍ତେ କମିଟିର ସଦସ୍ୟ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ କମିଟିର ଉପସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାସ, କମିଟିର ସଦସ୍ୟ ସରୋଜ କୁମାର ପାଢୀ, ଆରତ କୁମାର ବିଶ୍ୱାଳ, ଲିପୁନ ବିଶ୍ୱାଳ, ପ୍ରଶାନ୍ତ ପୁରୋହିତ,ଅଖିଳ ପାଣିଗ୍ରାହୀ, ଅଶୋକ କୁମାର ବେହେରା, ପ୍ରଶାନ୍ତ କୁମାର ମହାରଣା, ସରୋଜ କୁମାର ସାମଲ, ଦିଲ୍ଲୀପ କୁମାର ସାମଲ,ଏସ୍‌. ପ୍ରବୀଣ କୁମାର, ରବିନ୍ଦ୍ର ବେହେରା, କେ. କମଲକର , କେ. ଶ୍ରୀନିବାସ ଦୋରା, ଅରୁଣ ପଣ୍ଡା,ରବି ନାରାୟଣ ବେହେରା, ଭି. ରମେଶ ରାଓ, ଚିନ୍ମୟ କୁମାର ଦାଶ, ଶତ୍ରୁଘନ ମହାଙ୍କୁଡ, ପ୍ରମୋଦ କୁମାର ସାହୁ, ବିଜନ ସାହୁ, ଆଶିଷ କୁମାର ପାତ୍ର, ଇ. ରାଜକୁମାର ଓ ପବିତ୍ର ପଲାଇଙ୍କ ସମେତ କମିଟିର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.