ନିର୍ବାଚିତ ପ୍ରତିନିଧି ମୋବାଇଲରେ କଥା ହେବାକୁ ନାରାଜ…

ବାବା କଥା ହେବେ ଅଡ଼ିଓ ଭାଇରଲକୁ ନେଇ ନେତା ଛାନିଆ….!

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ କିଛି ଦିନ ତଳେ ବାବା କଥା ହେବେ ବୋଲି ବାଲି ମାଫିଆମାନଙ୍କୁ ବଟି ମାଗିଥିବାର ଅଡ଼ିଓ ଭାଇରଲ ହୋଇଥିଲା । ଏହି ଅଡ଼ିଓ ଭାଇରଲକୁ ନେଇ ଆସିକାରୁ ଭୁବନେଶ୍ୱର ରେ ତୁମ୍ବି ତୋଫାନ ହୋଇ ସବୁଠାରୁ ଅଧିକ ଚର୍ଚ୍ଚା ହୋଇଥିଲା। ବିଜେଡ଼ି ବିଜେପି ପକ୍ଷରୁ ଆରୋପ ପ୍ରତି ଆରୋପ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତଦନ୍ତ ପାଇଁ ଏକ ଦାବୀପତ୍ର ବି ଦିଆଯାଇଥିଲା । ଏହି ଅଡ଼ିଓ ଭାଇରଲ ହେବା ପରେ ଏବେ କିଛି ନିର୍ବାଚିତ ପ୍ରତିନିଧି ମାନେ ମୋବାଇଲ ରେ କଥା ହେବାକୁ ଅମଙ୍ଗ ହେଉଥିବା ଚର୍ଚ୍ଚା ହେଲାଣି। ବର୍ତ୍ତମାନ ମଦ, ବାଲି, ବିଭାଗୀୟ ବାବୁ ଓ ଠିକାଦାର ମାନଙ୍କୁ ମାସିଆରି ବଟି ମାଗୁଥିବା କିଛି ନେତା ବା ନିର୍ବାଚିତ ପ୍ରତିନିଧି ମାନେ ବଟି ଦେବା ବ୍ୟକ୍ତି ବିଶେଷ ଙ୍କୁ ନିଜର ଗୃହକୁ ଡ଼ାକି ନାଲି ଆଖି ଦେଖାଇ ମାସିଆରି ଫିକ୍ସ କରୁଥିବା ମଧ୍ୟ ଚର୍ଚ୍ଚା ହେଲାଣି। କିଛି ନେତା ମାନଙ୍କ ବଟି ମାଗିବାର ତରିକା ଏଥର ସମ୍ପୂର୍ଣ୍ଣ ବଦଳୀ ଯାଇଛି। ନିଜର ପାଖ ଲୋକ ବିଶ୍ଵସ୍ଥ ଓ ସାମ୍ପ୍ରକୀୟ ମାନଙ୍କ ଜରିଆରେ ଅଫିସର, ଠିକାଦାର ଓ ମାଫିଆ ମାନଙ୍କ ଦଲାଲ ମାନଙ୍କୁ ଘରକୁ ଡ଼ାକି ମନ୍ଥଲି ଫିକ୍ସ କରାଯାଉଥିବା ବାହାରେ ଆଲୋଚନା ହେଉଛି। ଆଜି ଏଭଳି ନିର୍ବାଚିତ ପ୍ରତିନିଧି ମାନଙ୍କୁ ଦଳ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।କାର୍ଯ୍ୟାନୁଷ୍ଠାନ ନହେବା ଫଳରେ ଦୁର୍ନୀତି ଗ୍ରସ୍ତ ନେତା ମାନେ ଏବେ ଉଗ୍ରରୂପ ହୋଇ ନାଲି ଆଖି ଦେଖାଇ ନିଜର ଦମ ଦେଖାଇବା ଚର୍ଚ୍ଚାର ବିଷୟ ହୋଇଛି। ଏବେ ଠାରୁ କଳାଧନ ସଞ୍ଚୟ କରିଲେ ନିଜର ପୁଅ,ଝିଅ କୁ ଆଗାମୀ ବ୍ଲକ କିମ୍ବା ଏନଏସିରେ ରେ ଅଧକ୍ଷ କରି ପୁରା ନିର୍ବାଚନ ମଣ୍ଡଳୀ ରେ କାୟା ବିସ୍ତାର କରିବାକୁ ଲକ୍ଷ ରଖିଥିବା ମଧ୍ୟ ଆଲୋଚନା ହେଲାଣି।

nis-ad
Leave A Reply

Your email address will not be published.