ଯୁବକଙ୍କ ଉନ୍ମୁକ୍ତକାଣ୍ଡ, ଛୁଆର ସ୍ୱାସ୍ଥ୍ୟବସ୍ଥା ଜଟିଳ ପାଇଁ ଗଛରେ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ

ବ୍ରହ୍ମପୁର : ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରକ୍ତ ଭଣ୍ଡାର ନିକଟରେ ଥିବା ଏକ ଗଛ ଉପରେ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ଜଣେ ଯୁବକ | ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଅଗ୍ନିଶମ ବିଭାଗ, ପୁଲିସ, ସ୍ଥାନୀୟ ଲୋକେ କରିଲେ ଉଦ୍ଧାର । ଯୁବକ ଜଣକ ମାଲକାନଗିରି ଜିଲ୍ଲା ଶିରୀଗୁଡାର ଇର୍ମା ସୋଦି ବୋଲି ଜଣା ପଡିଛି । ଏସଏନସି ୟୁରେ ତାଙ୍କର ସାତ ଦିନର ଛୁଆ ଏଡିମିଟ ହୋଇଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଟିକେ ଗୁରୁତର ରହିଛି। ଏଥିପାଇଁ ବୋଧେ ହୁଏ ମାନସିକ ଅବସ୍ଥା ଅସ୍ଥିର ଥିବା ଯୋଗୁଁ ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ଅନୁମାନ କରା ଯାଉଛି।ସେ ରକ୍ତଭଣ୍ଡାର ପରିସରରେ ରହିଥିବା ଏକ ୧୫ ଫୁଟ ଉଚ୍ଚତାରେ ଗଛ ଉପରେ ଚଢ଼ିବା ପରେ ତାଙ୍କୁ ଗଛରୁ ଉଦ୍ଧାର କରିବା ପାଇଁ ନାକେଦମ ହେଇଥିଲା ଅଗ୍ନିଶମ ବିଭାଗ ।

ମାଲକାନଗିରି ଜିଲ୍ଲା ସୁରିଗୁଡା ଗାଁର ଇର୍ମା ସୋଦି ନିଜ ପୁଅକୁ ଧରି ଏମକେସିଜି ମେଡିକାଲକୁ ଗତ ୭ ଦିନ ପୂର୍ବରୁ ଆସିଥିଲେ । ବିଜୟଙ୍କ ପୁଅ ଦୀର୍ଘ 7 ଦିନ ହେଲା ମଳତ୍ୟାଗ କରିପାରୁନଥିଲେ । ଏନେଇ ମାଲକାନଗିରି ମେଡିକାଲରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ରେଫର ହୋଇ ଆସିଥିଲେ । କିନ୍ତୁ ନିଜ ପୁଅର ଚିକିତ୍ସା ସମ୍ପର୍କରେ ଏମକେସିଜି ମେଡିକାଲର ଡାକ୍ତର ଓ କର୍ମଚାରୀଙ୍କ ଭାଷା ବୁଝିପାରୁନଥିଲେ କି ଓଡ଼ିଆ ଭାଷା ମଧ୍ୟ କହିପାରୁନଥିଲେ । ଏପରିକି ତାଙ୍କ ପରିବାର ପାଖରେ ଅର୍ଥର ଅଭାବ ମଧ୍ୟ ରହିଥିଲା । ଯାହାଫଳରେ ଆଜି ମାନସିକ ସ୍ତରରେ ଅବସାଦ ଥିବା ଅନୁମାନ କରାଯାଉ ଥିବା ବେଳେ ଇର୍ମା ସୋଦି ରକ୍ତ ଭଣ୍ଡାରରେ ଥିବା ଏକ ଗଛ ଉପରକୁ ଚଢ଼ି ଯାଇଥିଲେ । ଦୀର୍ଘ ସମୟ ଧରି ଗଛରୁ ଓହ୍ଲାଇବା ନିମନ୍ତେ ସ୍ଥାନୀୟ ପୋଲିସ ଓ ଇର୍ମା ସୋଦିଙ୍କ ସମ୍ପର୍କୀୟ ମାନେ ପ୍ରଚେଷ୍ଟା କରିଥିଲେ ମଧ୍ୟ ସୁଫଳ ହୋଇନଥିଲା । ଏହାପରେ ବ୍ରହ୍ମପୁର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ବିଜୟଙ୍କୁ ଗଛରୁ ଓହ୍ଲାଇବାକୁ ଉଦ୍ୟମ କରିଥିଲେ ।

ଦୀର୍ଘ ସମୟ ଧରି ବିଜୟଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଇର୍ମା ସୋଦି ଓହ୍ଲାଇ ନଥିଲେ । ଶେଷରେ ଜଣେ ଅଗ୍ନିଶମ ଅଧିକାରୀ କୌଶଳକ୍ରମେ ବିଜୟଙ୍କ ଗୋଡ଼କୁ ଜାବୁଡ଼ି ଧରିଥିଲେ । ଏହାପରେ ବିଜୟ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ଗୋଡ଼ରେ ମାଡ଼ ମାରିବା ସହ ହାତକୁ ଚୋବାଇ ଦେଇଥିଲେ ବିଜୟ । ତଥାପି ମଧ୍ୟ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ବିଜୟଙ୍କୁ କାବୁ କରି ଗଛରୁ ତଳକୁ ଓହ୍ଲାଇ ଆଣିଥିଲେ । ଇର୍ମା ସୋଦିଙ୍କୁ ଉଦ୍ଧାର କରିବା ପରେ ଏମକେସିଜି ମେଡିକାଲରେ ତାଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଏଭଳି ଉଦ୍ଧାର କାର୍ଯ୍ୟକୁ ସ୍ଥାନୀୟ ଲୋକେ ଭୂୟସୀ ପ୍ରଶଂସା କରିଥିଲେ । ସେପଟେ ବିଜୟ ଓ ତାଙ୍କ ପରିବାର ଲୋକେ ମାଲକାନଗିରିର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଥିବା ବେଳେ ତାଙ୍କ ଭାଷା କେହି ବୁଝିନଥିବା ଓ ଆର୍ଥିକ ସ୍ଥିତି ଖରାପ ଯୋଗୁଁ ଏଭଳି ଘଟଣା ହୋଇଥିବା ନେଇ ଏମକେସିଜି ମେଡିକାଲ କଲେଜ ଛାତ୍ର ସଂସଦର ସଭାପତି କହିଛନ୍ତି ।

nis-ad
Leave A Reply

Your email address will not be published.