ବାଇକ ଦୁର୍ଘଟଣା : ୨ଗୁରୁତର

ହିଞ୍ଜିଳିକାଟୁ ୮।୯ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଈଁଚବଣିଆ ଛକ ଏନ ହେଚ ୫୯ ଉପରେ ରବିବାର ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ ଆରୋହୀଙ୍କ ସହ ଜଣେ ବୁଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ଙ୍କୁ ସ୍ଥାନୀୟ ଲୋକେ ୧୦୮ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ଉଭୟଙ୍କ ଅଵସ୍ତା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଈଛି। ଗୁରୁତର ଆହତ ମାନେ ହେଲେ ଵଈଁଚବଣିଆ ଛକ ନିବାସୀ ପ୍ରଶାନ୍ତ କୁମାର ପଟ୍ଟନାୟକ ୭୫ଓ ଚାଳକ ଜଣକ ହେଲେ ହିଞ୍ଜିଳି କେନାଲ ସାହିର ସୁମନ ଦାସ ୧୮ । ଘଟଣାରୁ ପ୍ରକାଶ ହିଞ୍ଜିଳିକାଟୁ ପୌରପରିଷଦ ହିଞ୍ଜିଳି ଗ୍ରାମ କେନାଲ ସାହିର ସୁମନ ଦାସ କୌଣସି କାମରେ ଶ୍ୟାମଳାଈ ମନ୍ଦିର ଛକରୁ ହିଞ୍ଜିଳି ଆସୁଥିବା ବେଳେ ବଈଁଚବଣିଆ ଛକରେ ବୃଦ୍ଧ ରୋଡ ପାର ହେବା ସମୟରେ ବାଇକ ସହ ଧକ୍କା ହୋଇଥିଲା । ଫଳରେ ବୃଦ୍ଧାଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିବା ସହ ବାମ ଗୋଡ଼ ରେ ଗଭୀର ଆଘାତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା ଚାଳକ ସୁମନ ଡିଭାଇଡରକୁ ପିଟି ହୋଇ ମୁଣ୍ଡରେ ଆଘାତ ଲାଗି ଅଚେତ ହୋଇପଡ଼ିଥିଲେ।ଉଭୟଙ୍କୁ ସ୍ଥାନୀୟ ଲୋକେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେଓ ଉଭୟଙ୍କ ପରିବାର ସହ ହିଞ୍ଜିଳି ଥାନାରେ ଖବର ଦେଇଥିଲେ। ଉଭୟଙ୍କ ଅଵସ୍ତା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଈଛି ‌। ଖବରପାଇ ହିଞ୍ଜିଳି ପୋଲିସ ହିଞ୍ଜିଳିକାଟୁ ମେଡିକାଲ ରେ ପହଞ୍ଚି ବାଇକ ଜବତ୍ କରିବା ସହ ଘଟଣାର ତଦନ୍ତ ଚଳାଈଥିବା ଜଣାପଡିଛି।

nis-ad
Leave A Reply

Your email address will not be published.