ଏକ ସ୍ଥାନରେ ତିରିଶି ହଜାର ଗଣେଶ ପୂଜା କରିବା ସହ ପ୍ରଦର୍ଶିତ

ଆସିକା : ସ୍ଥାନୀୟ “ମମ” ସ୍କୁଲରେ ତିରିଶି ହଜାର ଗଣେଶଙ୍କୁ ପୂଜା କରିବା ସାଙ୍ଗକୁ ଏହାକୁ ପ୍ରଦର୍ଶିତ କରି ଛାତ୍ରଛାତ୍ରୀମାନେ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରଦର୍ଶିତ ହେଉଥିବା କେଉଁ ମୂର୍ତ୍ତି ଧ୍ୟାନ ମୁଦ୍ରାରେ ତ ଆଉ କେଉଁଟି ଆଶ୍ରିବାଦ ମୁଦ୍ରାରେ ଦେଖିବାକୁ ମିଳିଛି । ସେମିତି ତାଣ୍ଡବ ମୁଦ୍ରାରେ ମଧ୍ୟ ଗଣେଶ ମୂର୍ତ୍ତି ସ୍ଥାନ ପାଇଛି । ଏପରିକି ଭଳିକି ଭଳି ଗଣେଶ ଏବଂ ତାହା ପୁଣି ବିଭିନ୍ନ ପ୍ରକାରର ଧାତୁ,ଶସ୍ୟ,ପଥର,ବର୍ଜ୍ୟବସ୍ତୁରେ ନିର୍ମିତ ଗଣେଶ ମୂର୍ତ୍ତିକୁ”ମମ” ସ୍କୁଲ ଛାତ୍ରଛାତ୍ରୀ ମାନେ ପୂଜା କରିଥିଲେ । ସର୍ବପରି ବିଦ୍ୟାର ଆଧାର ହେଉଛନ୍ତି ଗଣପତି ତଥା ଗଜାନନ।ତାଙ୍କ ପ୍ରତି ଭାବ ଓ ଲକ୍ଷ ଏବଂ ଏକାଗ୍ର ଚିତ୍ତ ଲଗାଇ ସ୍କୁଲର ଛାତ୍ରଛାତ୍ରୀ ମାନେ ମନେ ସଂଗୃହିତ କରିଛନ୍ତି ଭିନ୍ନ ଭିନ୍ନ ପ୍ରକାରର ଗଣେଶ।ପିଲାମାନେ ନିଜେ ନିଜେ ପ୍ରସ୍ତୁତ କରିଛନ୍ତି ପନିପରିବା,କାଚ,ପଥର,ଗୋଡି,ମାଟି,ଶସ୍ୟ, ଧାନ, ମାଣ୍ଡିଆ,ବିରି,ମୁଗ,ମଞ୍ଜି ଭଳି ଅନେକ ପଦାର୍ଥ ରେ କରିଛନ୍ତି ଗଣେଶ। ଏହା କୌଣସି ରେକର୍ଡ ଉଦ୍ଧେଶ୍ୟରେ ପୂଜା କରିବା କିମ୍ବା ପ୍ରଦର୍ଶିତ କରିବା ସ୍କୁଲର ଲକ୍ଷ ନୁହେଁ।ବରଂ ପିଲାଙ୍କ ନିଷ୍ଠା ଓ ଲଗନ ଦ୍ୱାରା ଏହା ସମ୍ଭବ ହୋଇ ପାରିଛି ବୋଲି ସ୍କୁଲ ,ସମ୍ପାଦକ ରବୀନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
କେବଳ ଶିକ୍ଷା ସର୍ବସ୍ବ ନୁହେଁ।ସ୍ମୃତି ମାଧ୍ୟମରେ ମାଇଣ୍ଡ କୁ ଯୋଭଳି ଭାବେ ମମ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ପିଲାଙ୍କୁ ଶିକ୍ଷା ଦୀକ୍ଷା ପ୍ରଦାନ କରିଛନ୍ତି ତାହା ଅବିଶ୍ୱାସନୀୟ ଅଟେ ।ଯାହାରି ବଳରେ ପିଲାମାନେ ବିଦ୍ୟାଦାତା ଗଣେଶଙ୍କ ପର୍ବ ଦିନରେ ତାଙ୍କରି ମୂର୍ତ୍ତି ନିର୍ମାଣ କରିଛନ୍ତି ବିଭିନ୍ନ ବସ୍ତୁରେ ଯାହାକି ଏକ ଆଶ୍ଚର୍ଯ୍ୟର କଥା ଅଟେ। ଏହି ସ୍କୁଲର ଶିକ୍ଷା ଦୀକ୍ଷା ଭବିଷ୍ୟତରେ ସମଗ୍ର ବିଶ୍ୱ ଦରବାରରେ ଏହାର ଗୁଣବତ୍ତା ଓ ନିଷ୍ଠା ସମ୍ବନ୍ଧରେ ମେସେଜ ଯିବ ବୋଲି ପରିଦର୍ଶନରେ ଆସିଥିବା
ଅଲମ୍ପିକ ସ୍ଵର୍ଣ ପଦକ ବିଜେତା-ଭାର ଉତ୍ତୋଳନ ରବି କୁମାର ପ୍ରକାଶ କରିଛନ୍ତି। ସ୍କୁଲରେ ଏକାଗ୍ରତା ବୃଦ୍ଧି ସକାଶେ ସ୍କୁଲ ପ୍ରତିଷ୍ଠାତା ପ୍ରଣବ ରଥ ପିଲାଙ୍କ ମାଧ୍ୟମରେ ଭଳି କି ଭଳି ମୂର୍ତି ତିଆରି କରି ତାଙ୍କ ଭିତରେ ଏକାଗ୍ରତା ଜାଗ୍ରତ ସୃଷ୍ଟି କରିପାରିଛନ୍ତି ବୋଲି ଅଭିଭାବକ ମାନେ ପ୍ରଶଂସା କରିଛନ୍ତି।ସ୍କୁଲରେ ପାଠ ପଢିବା ସହ ପିଲାଙ୍କ ଅନ୍ତର୍ନିହିତ ଟେଲେଣ୍ଟକୁ ଜାଗ୍ରତ କରିବା ପାଇଁ ଅନ୍ୟ ଏକ ପ୍ରୟାସ।ଏତେ ଗୁଡିଏ ଗଣେଶ ସଂଗ୍ରହ କରି ତାକୁ ଏକ ମନ୍ଦିର ସ୍ଥାପନ ଚିନ୍ତା କରିଛନ୍ତି ସ୍କୁଲ ପ୍ରତିଷ୍ଠାତାଙ୍କ ଲକ୍ଷ ରହିଥିବା ସଂପାଦକ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.